ETV Bharat / bharat

ପୁରା ଭାରତରେ ବ୍ୟାନ୍ କରିଦେବୁ ଫେସବୁକ୍, କାହିଁକି ଚେତାବନୀ ଦେଲେ କର୍ଣ୍ଣାଟକ ହାଇକୋର୍ଟ ?

author img

By

Published : Jun 15, 2023, 9:47 PM IST

ସାଉଦି ଆରବରେ ଜଣେ ଭାରତୀୟ ଏକ ମିଥ୍ୟା ମାମଲାରେ ଗିରଫ ହୋଇ ସଜ୍ଜା କାଟୁଛନ୍ତି। ତେବେ ତଦନ୍ତରେ ଫେସବୁକ ସହଯୋଗ କରୁନଥିବାରୁ ବ୍ୟାନ କରିବାକୁ ଚେତାବନୀ ଦେଇଛନ୍ତି କର୍ଣ୍ଣାଟକ ହାଇକୋର୍ଟ। ପୁରା ଖବର ପଢନ୍ତୁ

ଫେସବୁକ ବ୍ୟାନ କରିବାକୁ କର୍ଣ୍ଣାଟକ ହାଇକୋର୍ଟଙ୍କ ଚେତାବନୀ

ବାଙ୍ଗଲୋର: ସୋସିଆଲ ମିଡିଆ ପ୍ଲାଟଫର୍ମ ଫେସବୁକକୁ ଭାରତରେ ବ୍ୟାନ କରିବାକୁ ଚେତାବନୀ ଦେଇଛନ୍ତି କର୍ଣ୍ଣାଟକ ହାଇକୋର୍ଟ। ସାଉଦି ଆରବରେ ରହୁଥିବା ଜଣେ ପ୍ରବାସୀ ଭାରତୀୟଙ୍କ ମାମଲାର ବିଚାର କରି କୋର୍ଟ ଏଭଳି ଚେତାବନୀ ଦେଇଥିବା ଜଣାପଡିଛି। ଏକ ବିଚାରଧୀନ ମାମଲାରେ କର୍ଣ୍ଣାଟକ ପୋଲିସକୁ ତଦନ୍ତ ସମୟରେ ଫେସବୁକ କୌଣସି ସହାୟତା କରୁନଥିବା ଅଭିଯୋଗ ହୋଇଛି। ଯାହାକୁ ନେଇ ଅସନ୍ତୋଷ ବ୍ୟକ୍ତ କରିଛନ୍ତି କୋର୍ଟ। ଏହି ମାମଲାର ଶୁଣାଣି କରୁଥିବା ଜଷ୍ଟିସ କ୍ରିଷ୍ଣା ଏସ. ଦୀକ୍ଷିତଙ୍କ ବେଞ୍ଚ ଆବଶ୍ୟକ ପଡିଲେ ଭାରତରେ ଫେସବୁକକୁ ବ୍ୟାନ କରିବା ପାଇଁ ଚେତାବନୀ ଦେଇଛନ୍ତି। ଏହାସହ ଏ ବିଷୟରେ କେନ୍ଦ୍ର ସରକାର ଦୃଷ୍ଟି ଦେବାର ଆବଶ୍ୟକତା ଥିବା ମଧ୍ୟ କହିଛନ୍ତି।

ସୂଚନା ଅନୁସାରେ, ସାଉଦି ଆରବରେ ଜଣେ ଭାରତୀୟଙ୍କୁ ମିଥ୍ୟା ଆରୋପରେ ଗିରଫ କରାଯାଇଥିବା ଅଭିଯୋଗ ରହିଛି। ଫେକ୍ ଆକାଉଣ୍ଟରୁ ହୋଇଥିବା ଏକ ଫେସବୁକ ପୋଷ୍ଟ ପାଇଁ ସାଉଦି ପୋଲିସ ଦ୍ବାରା ଗିରଫ ହୋଇ ସଜ୍ଜା କାଟୁଛନ୍ତି ଭାରତୀୟ। ତେବେ ଗିରଫ ହୋଇଥିବା ବ୍ୟକ୍ତି ଜଣକ ହେଉଛନ୍ତି ଶୈଳେଶ କୁମାର। ଶୈଳେଶ ଗତ 25 ବର୍ଷ ଧରି ସାଉଦି ଆରବର ଏକ କମ୍ପାନିରେ କାମ କରୁଥିବାବେଳେ ତାଙ୍କ ପତ୍ନୀ କବିତା ମାଙ୍ଗଲୁରୁ ସ୍ଥିତ ଘରେ ରହୁଥିବା ଜଣାପଡିଛି।

ଅଭିଯୋଗ ଅନୁସାରେ 2019ରେ ଲାଗୁ ହୋଇଥିବା ନାଗରିକତା ସଂଶୋଧନ ଆଇନ (CAA) ଏବଂ ନ୍ୟାସନାଲ ରେଜିଷ୍ଟର ଅଫ ସିଟିଜେନ (NRC) କୁ ସମର୍ଥନ କରି ଶୈଳଶ ଫେସବୁକରେ ଏକ ପୋଷ୍ଟ କରିଥିଲେ। ହେଲେ କେହି ଅଜଣା ବ୍ୟକ୍ତି ଶୈଳେଶଙ୍କ ନାଁରେ ଫେକ୍ ଆକାଉଣ୍ଟ ଖୋଲି ସାଉଦି ଆରବ ଶାସକଙ୍କ ବିରୋଧରେ ପୋଷ୍ଟ କରିଥିବା ଜାଣିବାକୁ ମିଳିଥିଲା। ଏହାସହ ଇସଲାମ ଧର୍ମ ବିରୁଦ୍ଧରେ ମଧ୍ୟ ସେହି ଫେକ୍ ଆକାଉଣ୍ଟ ଦ୍ବାରା ପୋଷ୍ଟ କରାଯାଇଥିଲା। ଏହି ବିଷୟରେ ଜାଣିବା ପରେ ଶୈଳେଶ ତୁରନ୍ତ ପତ୍ନୀ କବିତାଙ୍କୁ ଜଣାଇଥିଲେ। ଆଉ ଏହି ମାମଲାକୁ ନେଇ କବିତା ମାଙ୍ଗାଲୁରୁ ଥାନାରେ ଅଭିଯୋଗ ମଧ୍ୟ କରିଥିଲେ।

ଏହାରି ଭିତରେ ସେହି ଫେସବୁକ ପୋଷ୍ଟ ପାଇଁ ଶୈଳେଶଙ୍କୁ ସାଉଦି ଆରବ ପୋଲିସ ଗିରଫ କରିଥିବା ଜଣାପଡିଛି। ତେବେ ଘଟଣାକୁ ଗୁରୁତର ସହ ନେଇ ମାଙ୍ଗାଲୁରୁ ପୋଲିସ ସେହି ଫେକ୍ ଫେସବୁକ ଆକାଉଣ୍ଟ ବିଷୟରେ ଖୋଳତାଡ କରୁଥିବାବେଳେ ତଦନ୍ତରେ ସୋସିଆଲ ମିଡିଆ ପ୍ଲାଟଫର୍ମ ଫେସବୁକ ସହଯୋଗ କରୁ ନଥିବା ଜଣାପଡିଛି। । ଏ ବାବଦରେ କୋର୍ଟରେ ପୋଲିସ ପକ୍ଷରୁ ତଥ୍ୟ ପ୍ରଦାନ କରାଯାଇଥିବାବେଳେ ଘଟଣାକୁ ନେଇ ଖପ୍ପା ହୋଇଛନ୍ତି କର୍ଣ୍ଣାଟକ ହାଇକୋର୍ଟ। ତଦନ୍ତରେ ସହଯୋଗ ନକଲେ ସାରା ଦେଶରେ ଫେସବୁକକୁ ବ୍ୟାନ କରିବାକୁ କେନ୍ଦ୍ରକୁ ସୁପାରିଶ କରାଯିବ ବୋଲି କହିଛନ୍ତି କର୍ଣ୍ଣାଟକ ଉଚ୍ଚ ନ୍ୟାୟାଳୟ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.