ETV Bharat / bharat

ଘରକୁ ଫେରିବେ କି ଆର୍ଯ୍ୟନ ? ଆଜି ବମ୍ବେ ହାଇକୋର୍ଟରେ ଜାମିନର ଶୁଣାଣି

author img

By

Published : Oct 26, 2021, 9:46 AM IST

ଘରକୁ ଫେରିବେ କି କିଙ୍ଗ ଖାନଙ୍କ ପୁଅ ଆର୍ଯ୍ୟନ ଖାନ ? 3ଥରର ଜାମିନ ଆବେଦନ ଖାରଜ ହୋଇସାରିଥିବାବେଳେ ଆଜି ବମ୍ବେ ହାଇକୋର୍ଟରେ ଆର୍ଯ୍ୟନଙ୍କ ଭାଗ୍ୟ ପରୀକ୍ଷା । ଅଧିକ ପଢନ୍ତୁ...

will-aryan-khan-walk-out-of-jail-bombay-hc-to-hear-his-bail-plea-today
ଘରକୁ ଫେରିବେ କି ଆର୍ଯ୍ୟନ ? ଆଜି ବମ୍ବେ ହାଇକୋର୍ଟରେ ଜାମିନର ଶୁଣାଣି

ମୁମ୍ବାଇ: ଆଜି ବମ୍ବେ ହାଇକୋର୍ଟରେ ଆର୍ଯ୍ୟନଙ୍କ ଜାମିନ ଆବେଦନର ଶୁଣାଣି । କ୍ରୁଜ ପାର୍ଟି ଡ୍ରଗ୍ସ ମାମଲାରେ ଗିରଫ ହୋଇ ମୁମ୍ବାଇ ଅଥର ରୋଡ ଜେଲରେ ଅଛନ୍ତି ଆର୍ଯ୍ୟନ । ତିନି, ତିନି ଥର ଜାମିନ ଆବେଦନ ଖାରଜ ପରେ ବମ୍ବେ ହାଇକୋର୍ଟଙ୍କ ଦ୍ବାରସ୍ତ ହୋଇଛନ୍ତି ଆର୍ଯ୍ୟନ ।

ସୂଚନା ଅନୁଯାୟୀ ନାକ୍ରୋଟିକ ଡ୍ରଗ୍ସ ଏଣ୍ଡ ସାଇକୋଟ୍ରୋପିକ ସବଷ୍ଟାନସେସ୍(NDPS) ଅଧିନିୟମ ଅନୁଯାୟୀ ଏକ ସ୍ବତନ୍ତ୍ର ଅଦାଲତ ଗତ ୨୦ ରେ ଆର୍ଯ୍ୟନଙ୍କ ଜାମିନ ଆବେଦନ ଖାରଜ କରିବା ପରେ ତାଙ୍କୁ ଆସନ୍ତା ୩୦ ପର୍ଯ୍ୟନ୍ତ ନ୍ୟାୟିକ ହେପାଜତରେ ଅଛନ୍ତି ଆର୍ଯ୍ୟନ ଖାନ । ଏହାପରେ ଆର୍ଯ୍ୟନ ବମ୍ବେ ହାଇକୋର୍ଟରେ ଜାମିନ ପାଇଁ ଆବେଦନ କରିଥିଲେ । ଆଜି ଏହି ମାମଲାର ଶୁଣାଣି କରାଯିବ ।

ଆର୍ଯ୍ୟନଙ୍କ ଓକିଲ ଭିଡିଓ କନଫରେନ୍ସିଂ ଜରିଆରେ ଶୁଣାଣି ପାଇଁ କୋର୍ଟରେ ଆବେଦନ କରିଥିଲେ ମଧ୍ୟ ବିଚାରପତି ମନା କରିଦେଇଥିବା ସେ କହିଛନ୍ତି । ଅନ୍ୟପଟେ ଆଜି ମଧ୍ୟ ଆର୍ଯ୍ୟନଙ୍କ ସହ ଗିରଫ ଥିବା ତାଙ୍କ ବନ୍ଧୁ ଅରବାଜଙ୍କ ଜାମିନ ଆବେଦନର ଶୁଣାଣି ହେବ ।

ଆର୍ଯ୍ୟନ୍ ଖାନଙ୍କ ଜାମିନ ଆବେଦନ କ୍ରମିକ ନମ୍ବର 57 ରେ ଏବଂ ଅରବାଜ ମର୍ଚାଣ୍ଟଙ୍କ କ୍ରମିକ ନମ୍ବର 64 ରେ ତାଲିକାଭୁକ୍ତ ହୋଇଛି । ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ (NCB) ଏହି ମାମଲାରେ ଆର୍ଯ୍ୟନଙ୍କ ସମେତ ସମସ୍ତ ଅଭିଯୁକ୍ତଙ୍କ ଜାମିନ ନ ଦେବାକୁ ହାଇକୋର୍ଟରେ ଅପିଲ୍ କରିଛି ।

ତେବେ ପୂର୍ବରୁ ଆର୍ଯ୍ୟନଙ୍କ ତିନି, ତିନି ଥର ଜାମିନ ଆବେଦନ ଖାରଜ ହୋଇସାରିଛି । ଜାମିନ ଆବେଦନକୁ ଉଭୟ ମାଜିଷ୍ଟ୍ରେଟ୍ କୋର୍ଟ ଏବଂ ସ୍ୱତନ୍ତ୍ର ଏନଡିପିଏସ୍ କୋର୍ଟ ପ୍ରତ୍ୟାଖ୍ୟାନ କରିବା ପରେ ଆର୍ଯ୍ୟନ୍ ଖାନ ତିନି ସପ୍ତାହରୁ ଅଧିକ ଦିନ ହେବ ଜେଲରେ ଅଛନ୍ତି । ତେବେ ଆଜି ଆର୍ଯ୍ୟନଙ୍କୁ ବେଲ୍ ମିଳୁଛି କି ବମ୍ବେ ହାଇକୋର୍ଟ ସମାନ ରାୟ ଶୁଣାଉଛନ୍ତି ତାହା ଉପରେ ସମସ୍ତଙ୍କ ନଜର ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.