ETV Bharat / bharat

୨ଥର ଶାରୀରିକ ସମ୍ପର୍କ ରଖିବାକୁ ମନା କଲା ସ୍ତ୍ରୀ, ହତ୍ୟା ପରେ ବସ୍ତାରେ ଭର୍ତ୍ତିକରି ଫିଙ୍ଗିଦେଲା ସ୍ବାମୀ

author img

By

Published : Dec 9, 2022, 6:04 PM IST

କାମନାରେ ଅନ୍ଧ ହେଲା ସୈତାନ ସ୍ବାମୀ । ସ୍ତ୍ରୀକୁ 2ଥର ଶାରୀରିକ ସମ୍ପର୍କ ରଖିବାକୁ ବାଧ୍ୟ କରିଲା । ରାଜି ନହେବାରୁ ସ୍ତ୍ରୀକୁ ହତ୍ୟାକରିଥିଲା ସ୍ବାମୀ । ଏହାପରେ ମୃତଦେହକୁ ଏକ ବସ୍ତାରେ ଭର୍ତ୍ତି କରି ଜଙ୍ଗଲରେ ଫୋପାଡି ଦେଲା । ଅଧିକ ପଢନ୍ତୁ

ହତ୍ୟା ପରେ ବ୍ୟାଗରେ ଭର୍ତ୍ତିକରି ଫିଙ୍ଗିଦେଲା ସ୍ବାମୀ

ଲକ୍ଷ୍ନୌ: ହସ ଖୁସିରେ ଚାଲିଥିଲା ବୈବାହିକ ଜୀବନ । ହେଲେ କାମନାରେ ବଶବର୍ତ୍ତି ହୋଇ ପିଶାଚ ପାଲଟିଲା ସ୍ବାମୀ । ରାତିରେ ଦୁଇ ଥର ଶାରୀରିକ ସମ୍ପର୍କ ରଖିବାକୁ ମନା କରିବାରୁ ସ୍ତ୍ରୀକୁ ହତ୍ୟା କରିଲା ନୃଶଂସ ସ୍ବାମୀ । ଏଭଳି ଚାଞ୍ଚଲ୍ୟକର ଖବର ସାମ୍ନାକୁ ଆସିଛି ଉତ୍ତର ପ୍ରଦେଶର ଅମରୋହା ଜିଲ୍ଲାରୁ । ସ୍ତ୍ରୀକୁ ହତ୍ୟା କରିବା ପରେ ମୃତଦେହକୁ ବସ୍ତାରେ ଭର୍ତ୍ତିକରି ଜଙ୍ଗଲରେ ଫୋପାଡିଦେଲା ସୈତାନ ସ୍ବାମୀ ।

ସୂଚନା ଅନୁସାରେ, ଏହି ଦମ୍ପତି ଅମରୋହାର ଏକ ଅଞ୍ଚଳରେ ରହୁଥିଲେ । ସୋମବାର ଭୋର ପ୍ରାୟ 3.45 ମିନିଟରେ ସ୍ବାମୀ ଅନଓ୍ବର ନିଜ ସ୍ତ୍ରୀକୁ ଘର ତଳକୁ ଡାକି ଶାରୀରିକ ସମ୍ପର୍କ ରଖିଥିଲା । ଏହାର କିଛି ସମୟ ପରେ କାମୁକ ସ୍ବାମୀ ଜଣକ ଦ୍ବିତୀୟ ଥର ସମ୍ପର୍କ ରଖିବାକୁ କହିଥିଲା । ହେଲେ ସ୍ତ୍ରୀ ଜଣକ ମନା କରିଦେଇଥିଲେ । ଏହା ପରେ ସମ୍ପର୍କରେ ଆସିଥିଲା ଫାଟ । ଅନୱାର କ୍ରୋଧାନ୍ବିତ ହୋଇ ଏକ ଦଉଡ଼ିରେ ପତ୍ନୀଙ୍କ ବେକ ଚିପି ହତ୍ୟା କରିଥିଲା । ପରେ ପତ୍ନୀର ମୃତ ଦେହକୁ ଏକ ବସ୍ତାରେ ଭର୍ତ୍ତି କରି 50 କିଲୋମିଟର ଦୂର ମୋରାଦବାଦ ନେଇ ରାସ୍ତା କଡ଼ରେ ଫୋପାଡି ଦେଇଥିଲା । ତେବେ ଏନେଇ ମୃତ ମହିଳାଙ୍କ ମାଆ ଥାନାରେ ଅଭିଯୋଗ କରିବା ପରେ ତଦନ୍ତ ଆରମ୍ଭ କରିଥିଲା ପୋଲିସ । ଖୋଜାଖୋଜି ସମୟରେ ଏକ ବସ୍ତାରୁ ଅଜଣା ମୃତଦେହ ପାଇଥିଲା । ପରେ ମୃତ ମହିଳାଙ୍କ ଭାଇ ମୃତଦେହ ଚିହ୍ନଟ କରିବା ପରେ ପୋଲିସ ଅନଓ୍ବରକୁ ପଚରାଉଚରା କରିଥିଲା । ଶେଷରେ ପତ୍ନୀହନ୍ତା ଅନୱର ହତ୍ୟାକାଣ୍ଡର କାହାଣୀ ବଖାଣିଥିଲା । ଏହି ଘଟଣାରେ ପୋଲିସ ଅନଓ୍ବର ଓ ତାଙ୍କୁ ଭାଇକୁ ଗିରଫ କରି କୋର୍ଟ ଚାଲାଣ କରିଛି ।

ଏହା ମଧ୍ୟ ପଢନ୍ତୁ: ସୋରିଷ ତେଲ ବିଜ୍ଞାପନରେ ରାଷ୍ଟ୍ରପତିଙ୍କ ଫଟୋ, ଥାନାରେ ଏତଲା

ସୂଚନାଅନୁସାରେ, ଅନଓ୍ବାରଙ୍କ ବିବାହକୁ 9 ବର୍ଷ ହୋଇଥିଲା । ସେମାନଙ୍କର 3ଟି ସନ୍ତାନ ରହିଛି । ଏହି ଘଟଣାକୁ ନେଇ ଅମରୋହା ସିଟି ସିଓ ବିଜୟ କୁମାର ରାଣା କହିଛନ୍ତି, " ଥରେ ସମ୍ପର୍କ ରଖିବା ପରେ ପୁଣି ଥରେ ସମ୍ପର୍କ ସ୍ଥାପନ ପାଇଁ ଅନଓ୍ବର ତାଙ୍କ ସ୍ତ୍ରୀଙ୍କୁ ବାଧ୍ୟ କରିଥିଲେ । ହେଲେ ଏଥିରେ ସ୍ତ୍ରୀ ରାଜି ନହେବାରୁ ଉଭୟଙ୍କ ମଧ୍ୟରେ କଳହ ଉପୁଜିଥିଲା । ଫଳରେ ରାଗ ଜର୍ଜରିତ ହୋଇ ସ୍ତ୍ରୀକୁ ହତ୍ୟାକରି ଫୋପାଡି ଦେଇଥିଲା । ନିଜକୁ ବଞ୍ଚାଇବାକୁ ଯାଇ ଶାଶୁ ନାଁରେ ଥାନାରେ ଏତଲା ଦେଇଥିଲା ।

ଏତଲା ଅନୁସାରେ ତଦନ୍ତ କରିବା ବେଳେ ମୋରଦାବାଦ ରସ୍ତା କଡ଼ରୁ ଏକ ବସ୍ତାରୁ ମୃତଦେହ ଉଦ୍ଧାର ହୋଇଥିଲା । ପୋଲିସ ଏହି ଘଟଣାରେ ମୃତ ମହିଳାଙ୍କ ସ୍ବାମୀକୁ ସନ୍ଦେହରେ ଅଟକ ରଖି ପଚରାଉଚରା କରିଥିଲା । ଏହା ପରେ ସେ ସତ ମାନିଥିଲା । ଅନଓ୍ବର ଓ ତାଙ୍କୁ ଭାଇ ମିଶି ମହିଳାଙ୍କୁ ହତ୍ୟା କରିବା ପରେ ଏକ କଇଁଚିରେ ମହିଳାଙ୍କ ଚୁଟି କାଟି ଦେଇଥିଲେ । ଏହାପରେ ଏକ ବାଇକରେ ମୃତଦେହକୁ ନେଇ ଫିଙ୍ଗି ଦେଇଥିଲେ । ପୋଲିସ ହତ୍ୟାରେ ବ୍ୟବହୃତ ସାମଗ୍ରୀ ସମେତ ବାଇକକୁ ଜବତ କରିଛି । ସେହିପରି ଅନଓ୍ବର ଓ ତାଙ୍କୁ ଭାଇକୁ ଗିରଫ କରାଯାଇଛି ।"

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.