ETV Bharat / bharat

‘ଶାରୀରିକ ସମ୍ପର୍କ ରଖିବାକୁ ପତ୍ନୀ ମନା କରିବା କ୍ରୁରତା, ଛାଡପତ୍ରର ପାଇଁ ଗ୍ରହଣଯୋଗ୍ୟ କାରଣ’

author img

By ETV Bharat Odisha Team

Published : Jan 13, 2024, 10:27 PM IST

Madhya Pradesh HC: ଶାରୀରିକ ସମ୍ପର୍କ ରଖିବାକୁ ପତ୍ନୀ ମନା କରିବା ମାନସିକ କ୍ରୁରତା । ଛାଡପତ୍ରର ପାଇଁ ଗ୍ରହଣଯୋଗ୍ୟ କାରଣ ବୋଲି କହିଲେ ମଧ୍ୟ ପ୍ରଦେଶ ଉଚ୍ଚ ନ୍ୟାୟାଳୟ । ଅଧିକ ପଢନ୍ତୁ

‘ଶାରୀରିକ ସମ୍ପର୍କ ରଖିବାକୁ ପତ୍ନୀ ମନା କରିବା କ୍ରୁରତା, ଛାଡପତ୍ରର ପାଇଁ ଗ୍ରହଣଯୋଗ୍ୟ କାରଣ’
‘ଶାରୀରିକ ସମ୍ପର୍କ ରଖିବାକୁ ପତ୍ନୀ ମନା କରିବା କ୍ରୁରତା, ଛାଡପତ୍ରର ପାଇଁ ଗ୍ରହଣଯୋଗ୍ୟ କାରଣ’

ଭୋପାଳ: ଶାରୀରିକ ସମ୍ପର୍କ ରଖିବାକୁ ପତ୍ନୀ ମନା କରିବା ଏକ ମାନସିକ କ୍ରୁରତା । ଏହା ଦାମ୍ପତ୍ୟ ଜୀବନର ବିଫଳତାର ଏକ କାରଣ ମଧ୍ୟ । ଏପରି ସ୍ଥଳେ ସ୍ବାମୀ ଛାଡପତ୍ର ପାଇଁ ଆବେଦନ କରିପାରିବେ । ଏହାକୁ ଏକ ଗ୍ରହଣଯୋଗ୍ୟ କାରଣ ଭାବେ ମଧ୍ୟ ବିଚାରକୁ ନିଆଯିବ । ଛାଡପତ୍ର ସମ୍ପର୍କିତ ଏକ ମାମଲାର ଶୁଣାଣି ବେଳେ ମଧ୍ୟ ପ୍ରଦେଶ ଉଚ୍ଚ ନ୍ୟାୟାଳୟଙ୍କର ଏପରି ଏକ ଟିପ୍ପଣୀ ସାମ୍ନାକୁ ଆସିଛି । ଜଷ୍ଟିସ୍ ଶେଲ ନାଗୁ ଏବଂ ବିନୟ ସରାଫଙ୍କୁ ନେଇ ଗଠିତ ଡିଭିଜନ ବେଞ୍ଚ ଆଜି ଶୁଣାଣି ବେଳେ ଏହି ଟିପ୍ପଣୀ ଦେଇଛନ୍ତି ।

ଆଜି ଜଣେ ଆବେଦନକାରୀଙ୍କ ଛାଡପତ୍ର ଅନୁମତି ମାମଲାର ଶୁଣାଣି କରିଥିଲେ ହାଇକୋର୍ଟଙ୍କ 2 ଜଣିଆ ଖଣ୍ଡପୀଠ । 2006 ମସିହାରେ ବିବାହ କରିଥିବା ଏହି ବ୍ୟକ୍ତିଜଣକ ନିଜ ପତ୍ନୀଙ୍କ ବିରୋଧରେ ଏପରି ଅଭିଯୋଗ ଆଣିଥିଲେ । ପତ୍ନୀ ତାଙ୍କୁ ଶାରୀରିକ ସମ୍ପର୍କ ରଖିବାକୁ ଅନୁମତି ଦେଉନଥିବାରୁ ସେ ପତ୍ନୀଙ୍କ ଠାରୁ ଛାଡପତ୍ର ପାଇଁ କୋର୍ଟରେ ହାଜର ହୋଇଥିଲେ । ପୂର୍ବରୁ ଏହି ମାମଲାରେ 2014 ମସିହା ନଭେମ୍ବରରେ ଭୋପାଳ ଫ୍ୟାମିଲି କୋର୍ଟ ଆବେଦନକାରୀଙ୍କୁ ଆବେଦନ ଖାରଜ କରିଦେଇଥିଲେ । ପତ୍ନୀଙ୍କୁ ଛାଡପତ୍ର ଦେବା ପାଇଁ ଏହା ଏକ ବୈଧ କାରଣ ନୁହେଁ ବୋଲି ସେତେବେଳେ ଫ୍ୟାମିଲି କୋର୍ଟ ନିଜ ରାୟରେ କହିଥିଲେ । ଏହାକୁ ଆବେଦନକାରୀଜଣଙ୍କ ମଧ୍ୟ ପ୍ରଦେଶ ହାଇକୋର୍ଟରେ ଚ୍ୟାଲେଞ୍ଜ କରିଥିଲେ । ଯାହାର ଶୁଣାଣି ଆଜି ଦୁଇଜଣିଆ ଖଣ୍ଡପୀଠଙ୍କ ଦ୍ବାରା ହୋଇଥିଲା ।

ଆଜି ହାଇକୋର୍ଟ ଫ୍ୟାମିଲି କୋର୍ଟଙ୍କ ରାୟକୁ ଖାରଜ କରିଦେଇଛନ୍ତି । ହାଇକୋର୍ଟ କହିଛନ୍ତି, ପତ୍ନୀ ଶାରୀରିକ ସମ୍ପର୍କ ପାଇଁ ମନା କରିବା ଏକପ୍ରକାର ନିର୍ଯାତନା ଓ ଦାମ୍ପତ୍ୟ ଜୀବନର ବିଫଳତାର ଏକ ପ୍ରମୁଖ କାରଣ । ଏହି ମାମଲାରେ ଟ୍ରାଏଲ କୋର୍ଟଙ୍କ ରାୟ ଗ୍ରହଣଯୋଗ୍ୟ ନୁହେଁ । ଏହାକୁ ଛାଡପତ୍ରର ଏକ ବୈଧ କାରଣ ଭାବେ ଗ୍ରହଣ କରାଯିବା ଉଚିତ । ତେଣୁ ସ୍ବାମୀ ଏହି କାରଣ ସହ ଛାଡପତ୍ର ପାଇଁ କୋର୍ଟର ଦ୍ବାରସ୍ଥ ହୋଇପାରିବ ।

ଏହା ମଧ୍ୟ ପଢନ୍ତୁ :- ଚନ୍ଦ୍ରବାବୁଙ୍କୁ ଭେଟିଲେ ଶର୍ମିଲା, ପୁଅର ବାହାଘରକୁ କଲେ ନିମନ୍ତ୍ରଣ

ପୂର୍ବରୁ ମଧ୍ୟ ସୁପ୍ରିମକୋର୍ଟ ପରକୀୟା ପ୍ରୀତି ଉପରେ ମଧ୍ୟ ଏହିପରି ଟିପ୍ପଣୀ ଦେଇସାରିଛନ୍ତି । ଦୁଇଜଣ ପ୍ରାପ୍ତ ବୟସ୍କ ମହିଳା ଓ ପୁରୁଷ ଚାହିଁଲେ ସ୍ବଇଚ୍ଛାରେ ସମ୍ପର୍କ ରଖିପାରିବେ । ଏହା କୌଣସି ଅପରାଧ ନୁହେଁ ବରଂ ବ୍ୟକ୍ତି ସ୍ବାଧୀନତାର କଥା ବୋଲି କହିଥିଲେ କୋର୍ଟ । ଏହାକୁ ସେତେବେଳେ କେହି କେହି ସମାଲୋଚନା କରିଥିଲେ । ସେହିପରି ସମଲିଙ୍ଗୀ ବିବାହ ଅନୁମତି ମାମଲାରେ ସର୍ବୋଚ୍ଚ କୋର୍ଟ କୌଣସି ରାୟ ସ୍ପଷ୍ଟ ନକରି ନିୟମ ପ୍ରସ୍ତିତ କରିବା ସଂସଦର କାର୍ଯ୍ୟ ବୋଲି କହିଥିଲେ । କିନ୍ତୁ ସମଲିଙ୍ଗୀଙ୍କ ସହ ସାମାଜିକ ଭେଦଭାବ ସୃଷ୍ଟି କରାଯାଇପାରିବନାହିଁ ବୋଲି କୋର୍ଟ କହିଥିଲେ । କେନ୍ଦ୍ର ସରକାର ସମଲିଙ୍ଗୀ ବିବାହ ଭାରତୀୟ ପରିବାର ଅବଧାରଣାର ବିରୋଧୀ ବୋଲି ଯୁକ୍ତି ବାଢିଥିଲେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.