ETV Bharat / bharat

ସ୍ବାମୀଙ୍କ ମୃତ୍ୟୁ ପରେ ଶେଷକୃତ୍ୟ କଲେ ପତ୍ନୀ, ଘରେ ନିଆଁ ଲଗାଇ ଦେଲେ - pattikonda hospital

ଘର ଭିତରେ ନିଆଁ ଲଗାଇ ସ୍ବାମୀଙ୍କ ଶେଷକୃତ୍ୟ କରିଛନ୍ତି ସ୍ତ୍ରୀ । ଏଭଳି ଚକିତ କଲା ଭଳି ଖବର ଆସିଛି ଉତ୍ତରପ୍ରଦେଶର କର୍ଣ୍ଣଲ ଜିଲ୍ଲାରୁ । ଅଧିକ ପଢନ୍ତୁ

ଘର ଭିତରେ ସ୍ବାମୀଙ୍କ ଶେଷକୃତ୍ୟ
ଘର ଭିତରେ ସ୍ବାମୀଙ୍କ ଶେଷକୃତ୍ୟ
author img

By

Published : May 29, 2023, 6:22 PM IST

Updated : May 29, 2023, 7:15 PM IST

ଅମରାବତୀ: ସ୍ବାମୀଙ୍କ ବିୟୋଗ ପରେ ଘରେ ନିଆଁ ଲଗାଇଲେ ସ୍ତ୍ରୀ । ଘର ଭିତରେ ହିଁ ଶେଷକୃତ୍ୟ କରିବା ଉଦ୍ଦେଶ୍ୟରେ ସ୍ବାମୀଙ୍କ ଶରୀରରେ ପତ୍ନୀ ଅଗ୍ନି ସଂଯୋଗ କରିଥିବା ଖବର ସାମନାକୁ ଆସିଛି । ଏପରି ଆଶ୍ଚର୍ଯ୍ୟକର ଘଟଣା ଦେଖିବାକୁ ମିଳିଛି ଆନ୍ଧ୍ରପ୍ରଦେଶରେ । କୁର୍ଣ୍ଣଲ ଜିଲ୍ଲାରେ ଥିବା ପତ୍ତିକୋଣ୍ଡୋ ଗାଁରେ ହରିକ୍ରିଷ୍ଣା ପ୍ରସାଦ ଏବଂ ତାଙ୍କ ପତ୍ନୀ ଲଳିତା ଦୁହେଁ ମିଶି ଏକ ଔଷଧ ଦୋକାନ ଚଳାଉଥିଲେ। ସେମାନଙ୍କ ବଡ଼ ପୁଅ ଦିନେଶ ଏକ ବେସରକାରୀ ଡାକ୍ତରଖାନାରେ ଡାକ୍ତର ଭାବେ କାର୍ଯ୍ୟ କରୁଥିବାବେଳେ ସାନପୁଅ ମୁକେଶ କାନାଡାରେ ରହୁଥିବା ଜଣାପଡିଛି ।

2016ରେ ହୃଦରୋଗ ଜନିତ ସମସ୍ୟାରେ ପୀଡିତ ହୋଇ ଚିକିତ୍ସିତ ହେଉଥିଲେ ହରିକ୍ରିଷ୍ଣା । ତେବେ 2020ରେ ତାଙ୍କ ବଡ ପୁଅର ବିବାହ ହୋଇଥିଲା । ଧୀରେଧୀରେ ହରିକ୍ରିଷ୍ଣାଙ୍କ ସ୍ବାସ୍ଥ୍ୟାବସ୍ଥା ବିଗିଡିବାରେ ଲାଗିଥିଲା । ସ୍ବାମୀ ଅସୁସ୍ଥ ଥିବାରୁ ସ୍ତ୍ରୀ ଔଷଧ ଦୋକାନ ସମ୍ଭାଳୁଥିଲେ । ହେଲେ ପୁଣି ଥରେ ହାର୍ଟ ଆଟାକ୍ ଆସିବାରୁ ହରିକ୍ରିଷ୍ଣାଙ୍କ ଦେହାନ୍ତ ହୋଇଛି । ହରିକ୍ରିଷ୍ଣାଙ୍କ ମୃତ୍ୟୁ ପରେ ତାଙ୍କ ପତ୍ନୀ ଭାଙ୍ଗି ପଡିଥିଲେ ଏବଂ ଏହି ଖବର ପ୍ରଥମେ ବଡ଼ ପୁଅ ଦିନେଶକୁ ଫୋନ ଯୋଗେ ଦେଇଥିଲେ । ଦିନେଶ 100 ନମ୍ବରକୁ ଡାଏଲ କରି ତୁରନ୍ତ ପୋଲିସକୁ ବାପାଙ୍କ ମୃତ୍ୟୁ ସମ୍ପର୍କରେ ଖବର ଦେଇଥିଲେ ହେଲେ ଆସିନଥିଲେ । ଯାହାକି ଦିନେଶଙ୍କ ମାଆ ଲଳିତାଙ୍କୁ ଆଘାତ ଦେଇଥିଲା । ନିଜକୁ ଏକାକୀ ଅନୁଭବ କରି ସେ ଘଟଣାସ୍ଥଳରେ ସ୍ବାମୀଙ୍କ ଶବ ନିଜେ ସତ୍କାର କରିବେ ବୋଲି ନିଷ୍ପତ୍ତି ନେଇଥିଲେ ।

ତେଣୁ ଘରେ ଥିବା ସମସ୍ତ ବହି, କାଡ୍ ବୋର୍ଡ ଏବଂ ପୁରୁଣା କପଡା ସବୁକୁ ଏକାଠି କରି ତାଙ୍କ ସ୍ବାମୀଙ୍କ ମୃତଦେହ ପାଖରେ ରଖିବା ପରେ ସେଥିରେ ଅଗ୍ନି ସଂଯୋଗ କରିଦେଲେ । ଫଳରେ ନିମିଷକ ମଧ୍ୟରେ ଚାରିଆଡେ ନିଆଁ ବ୍ୟାପିଯାଇଥିଲା ଏବଂ ଘର ଭିତରୁ ପ୍ରବଳ ଧୂଆଁ ବାହାରୁଥିବା ଦେଖି ପୋଲିସକୁ ଖବର ଦେଇଥିଲେ ସ୍ଥାନୀୟଲୋକେ । ଘଟଣାସ୍ଥଳରେ ପୋଲିସ ପହଞ୍ଚିଲାବେଳକୁ ମୃତଦେହର 90 ପ୍ରତିଶତ ପୋଡି ଯାଇଥିଲା । ସେପଟେ ଦିନେଶ କରିଥିବା ଅଭିଯୋଗ ଆଧାରରେ ଏକ ମାମଲା ରୁଜୁ କରିବା ସହ ଅର୍ଦ୍ଧଦଗ୍ଧ ଅବସ୍ଥାରେ ମୃତଦେହକୁ ବ୍ୟବଚ୍ଛେଦ ନିମନ୍ତେ ନିକଟସ୍ଥ ପତ୍ତିକୋଣ୍ଡା ହସ୍ପିଟାଲକୁ ପଠାଇଛି ପୋଲିସ ।

ଦିନେଶ ପୋଲିସକୁ ଦେଇଥିବା ସୂଚନା ଅନୁସାରେ, ଗତ କିଛି ବର୍ଷ ହେବ ତାଙ୍କ ମାଆ ଲଳିତାଙ୍କ ମାନସିକ ସ୍ଥିତି ଠିକ୍‌ ରହୁନଥିଲା। ଏପରିକି ସେ କାହାସହ ମିଳାମିଶା କି ବେଶି କଥାବାର୍ତ୍ତା ମଧ୍ୟ କରୁନଥିଲେ । ତେବେ କେଉଁ ପରିସ୍ଥିତିରେ ଲଳିତା ଏଭଳି ଚରମ ପଦକ୍ଷେପ ନେଲେ ସେନେଇ ପୋଲିସ ଅଧିକ ତଦନ୍ତ ଜାରି ରଖିଛି ।

Last Updated : May 29, 2023, 7:15 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.