ETV Bharat / bharat

ବ୍ୟକ୍ତିଗତ ଫଟୋ ଭାଇରାଲ ଧମକ ଦେଇ ଟଙ୍କା ମାଗୁଥିଲା ସ୍ବାମୀ, ଥାନାରେ ଏତଲା - ପତ୍ନୀ ଦରମା ଉପରେ ସ୍ବାମୀର ନଜର

ବ୍ୟକ୍ତିଗତ ଫଟୋ ଭାଇରାଲ ଧମକ ଦେଇ ପତ୍ନୀର ଦରମା ଅର୍ଥ ମାଗୁଥିଲା ସ୍ବାମୀ । ଥାନାରେ ସ୍ବାମୀ ବିରୋଧରେ ଅଭିଯୋଗ କଲା ପତ୍ନୀ । ଅଧିକ ପଢନ୍ତୁ

Etv Bharat
Etv Bharat
author img

By ETV Bharat Odisha Team

Published : Oct 7, 2023, 7:56 PM IST

ବେଙ୍ଗାଲୁରୁ: ପତ୍ନୀର ଦରମା ଉପରେ ସ୍ବାମୀର ଲୋଲୁପ ଦୃଷ୍ଟି । 10 ଲକ୍ଷ ଟଙ୍କା ସହିତ ଦରମା ଅର୍ଥ ଦେବାକୁ ଦାବି କରୁଥିଲା ସ୍ବାମୀ । ପତ୍ନୀ ନ ଦେବାରୁ କିଛି ବ୍ୟକ୍ତିଗତ ଫଟୋକୁ ସୋସିଆଲ ମିଡିଆରେ ଭାଇରାଲ କରିବା ଲାଗି ସ୍ବାମୀ ଧମକ ଦେଇଥିଲା । ଏହାପରେ ସ୍ବାମୀ ବିରୋଧରେ ଥାନାରେ ଦ୍ବାରସ୍ଥ ହେଲେ 28 ବର୍ଷୀୟ ପତ୍ନୀ । କର୍ଣ୍ଣାଟକ ବାସଭାନାଗୁଡି ମହିଳା ପୋଲିସ ଥାନାରେ ଏଭଳି ଏକ ଅଭିଯୋଗ ହୋଇଥିବା ଜଣାପଡ଼ିଛି ।

ମିଳିଥିବା ସୂଚନା ଅନୁସାରେ ଏହି ଦମ୍ପତି 2022 ନଭେମ୍ବର ମାସରେ ବିବାହ କରିଥିଲେ । ଏହାପରେ ହନିମୁନ୍‌ ପାଇଁ ଉଭୟ ଥାଇଲାଣ୍ଡ ଯାଇଥିଲେ । ସେତେବେଳେ ଅଭିଯୁକ୍ତ ସ୍ବାମୀ ପତ୍ନୀକୁ ମଦ ପିଇବାକୁ ବାଧ୍ୟ କରିଥିଲା । ଏହାପରେ ପତ୍ନୀର ଅଜାଣତରେ ଭିଡିଓ ସୁଟିଂ କରିଥିବା ମହିଳା ଜଣକ ଅଭିଯୋଗ କରିଛନ୍ତି । ଏହାସହ ବିବାହ ପୂର୍ବରୁ ନିଜର ଏକ କମ୍ପାନୀ ଥିବା ଅଭିଯୁକ୍ତ ସ୍ବାମୀ କହିଥିବା ବେଳେ ବିବାହ ପରେ ସେ ବେରୋଜଗାର ବୋଲି ମହିଳା ଜଣକ ଜାଣିବାକୁ ପାଇଥିଲେ ।

ଏହା ବି ପଢନ୍ତୁ- ଅଧିକ ଯୌତୁକ ଦାବି କରି ଅଶ୍ଲୀଳ ସାଇଟରେ ପତ୍ନୀଙ୍କ ଗୋପନୀୟ ଫଟୋ ଅପଲୋଡ୍ କଲା ସ୍ବାମୀ

ଯେତେବେଳେ ଏନେଇ ମହିଳା ଜଣକ ପ୍ରଶ୍ନ କରିଥିଲେ ସେତେବେଳେ ଅଭିଯୁକ୍ତ ଜଣକ ସଠିକ ଭାବେ ଉତ୍ତର ରଖିନଥିଲା । ଏହା ସତ୍ତ୍ବେ ଅଭିଯୁକ୍ତ ସ୍ବାମୀ ମହିଳାଙ୍କୁ ତାଙ୍କ ଦରମା ଅର୍ଥ ତା' ଆକାଉଣ୍ଟକୁ ଟ୍ରାନ୍ସଫର କରିବା ଲାଗି ଦାବି କରିଥିଲେ । ଖାଲି ସେତିକି ନୁହେଁ ନିଜ ବାପଘରୁ 10 ଲକ୍ଷ ଟଙ୍କା ଆଣିବା ଲାଗି ମଧ୍ୟ ପତ୍ନୀଙ୍କୁ କହିଥିଲେ । ଯଦି ପତ୍ନୀ ଏପରି ନ କରନ୍ତି ତେବେ ସେ ମହିଳାଙ୍କ କିଛି ବ୍ୟକ୍ତିଗତ ଫଟୋକୁ ଭାଇରାଲ କରିବା ଲାଗି ଧମକ ଚମକ ଦେଇଥିଲେ । ଏହାପରେ ମହିଳା ଜଣକ ଥାନାର ଦ୍ବାରସ୍ଥ ହୋଇଛନ୍ତି । ବାସଭାନାଗୁଡି ମହିଳା ପୋଲିସ ଥାନାରେ ସ୍ବାମୀ ବିରୋଧରେ ମହିଳା ଜଣକ ଅଭିଯୋଗ କରିଥିବା ଜଣାପଡ଼ିଛି । ମହିଳାଙ୍କ ଅଭିଯୋଗ ମୁତାବକ ବାସଭାନାଗୁଡି ମହିଳା ଥାନା ଅଧିକାରୀ ମାମଲା ରୁଜୁ କରିବା ସହିତ ଅଧିକ ତଦନ୍ତ ଆରମ୍ଭ କରିଥିବା କହିଛନ୍ତି ।

ଗତ ମେ ମାସରେ କେରଳର ଥ୍ରୀସୁର ଜିଲ୍ଲାରେ ମୋବାଇଲ୍ ଫୋନରେ ପତ୍ନୀଙ୍କ ଗୋପନୀୟ ଫଟୋ ଉତ୍ତୋଳନ କରିବା ଓ ତାକୁ ଏକ ଅଶ୍ଳୀଳ ଆପ୍ଲିକେସନରେ ପୋଷ୍ଟ କରିବା ଅଭିଯୋଗରେ ଜଣେ ଯୁବକଙ୍କୁ ଗିରଫ କରିଥିଲା ପୋଲିସ । ତେବେ ଯୌତୁକ ଦାବି କରି ନିର୍ଯାତନା ଦେବା ଉଦ୍ଦେଶ୍ୟରେ ଯୁବକ ଜଣଙ୍କ ଏପରି ଘୃଣ୍ୟକାଣ୍ଡ ଘଟାଇଥିବା ପତ୍ନୀଙ୍କ ଅଭିଯୋଗ କରିଥିଲେ । ଏହି ଯୌତୁକ ନିର୍ଯାତନାରେ ଯୁବକଙ୍କ ସହ ତାଙ୍କ ପରିବାର ସଦସ୍ୟ ମଧ୍ୟ ସମ୍ପୃକ୍ତ ଥିଲେ । ପୋଲିସ ସମ୍ପୃକ୍ତ ଯୁବକଙ୍କୁ ଗିରଫ କରିଥିଲା ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.