ETV Bharat / bharat

ନର୍ସକୁ ବିବାହ କରିବା ପାଇଁ ସ୍ତ୍ରୀକୁ ବିଷାକ୍ତ ଇଞ୍ଜେକସନ ଦେଇ ହତ୍ୟା: ସ୍ବାମୀକୁ ବାନ୍ଧିଲା ପୋଲିସ

ପରକିୟା ପ୍ରୀତି ପାଇଁ ସ୍ତ୍ରୀକୁ ଇଞ୍ଜେକସନ ଦେଇ ହତ୍ୟା କଲା ସ୍ବାମୀ । ଅଭିଯୁକ୍ତ ସହକର୍ମୀ ନର୍ସଙ୍କ ମଧ୍ୟରେ ପ୍ରେମ ସଂପର୍କ ରହିଥିଲା । ନର୍ସଙ୍କୁ ବିବାହ କରିବା ପାଇଁ ଏପରି କାଣ୍ଡ ଭିଆଇଥିବା ପୋଲିସର ସୂଚନା (husband arrested for killed wife)। ଅଧିକ ପଢନ୍ତୁ

ନର୍ସକୁ ବିବାହ କରିବା ପାଇଁ ସ୍ତ୍ରୀକୁ ଇଞ୍ଜେକସନ ଦେଇ ହତ୍ୟା, ସ୍ବାମୀ ଗିରଫ

author img

By

Published : Nov 23, 2022, 9:10 PM IST

ମୁମ୍ବାଇ: ପୁଣେରେ ନର୍ସଙ୍କୁ ବିବାହ କରିବା ପାଇଁ ସ୍ତ୍ରୀକୁ ବିଷାକ୍ତ ଇଞ୍ଜେକସନ ଦେଇ ହତ୍ୟା କଲା ସ୍ବାମୀ । ସ୍ତ୍ରୀକୁ ହତ୍ୟା ଅଭିଯୋଗରେ ସ୍ବମୀକୁ ଗିରଫ କଲା ପୋଲିସ (husband arrested for killed wife) । ଗିରଫ ହୋଇଥିବା ଅଭିଯୁକ୍ତର ନାମ ସ୍ବପ୍ନିଲ ବିଭିଷଣ ଓ ସେ ତାର ସ୍ତ୍ରୀ ପ୍ରିୟଙ୍କା ସ୍ବାଓ୍ବନ୍ତଙ୍କୁ ହତ୍ୟା କରିଥିବା ପୋଲିସ କହିଛି । ରକ୍ତଚାପ ଓ ସୁଗାର ଚିକିତ୍ସା ପାଇଁ ଇଞ୍ଜେକସନ ଆଳରେ ସେ ନିଜ ସ୍ତ୍ରୀ ପ୍ରିୟଙ୍କାକୁ ହତ୍ୟା କରିଥିବା ପୋଲିସ ତଦନ୍ତରୁ ଜାଣିବାକୁ ପାଇଛି ।

ନର୍ସ ପ୍ରେମିକାକୁ ବିବାହ କରିବା ପାଇଁ ସ୍ତ୍ରୀକୁ ବିଷାକ୍ତ ଇଞ୍ଜେକସନ ଦେଇ ହତ୍ୟା: ସ୍ବାମୀକୁ ବାନ୍ଧିଲା ପୋଲିସ

ତଦନ୍ତ ପରେ ଘଟଣା ନେଇ ପୋଲିସ କହିଛି, ପତ୍ନୀ ପ୍ରିୟଙ୍କା ବିଭିନ୍ନ ସ୍ବାସ୍ଥ୍ୟଗତ ସମସ୍ୟା ପାଇଁ ନିୟମିତ ଇଞ୍ଜେକସନ ନେଉଥିଲେ । ଯାହାର ସୁଯୋଗ ନେଇ ସ୍ବାମୀ ତଥା ଅଭିଯୁକ୍ତ ସ୍ବପ୍ନିଲ ସେ କାର୍ଯ୍ୟରତ ଥିବା ଏକ ଘରୋଇ ହସ୍ପିଟାଲରୁ ବିଷାକ୍ତ ଇଞ୍ଜେକସନ ଆଣିଥଲା । ତେବେ ନିଜେ ସ୍ବପ୍ନିଲ ହିଁ ସ୍ତ୍ରୀ ପ୍ରିୟଙ୍କାକୁ ଦୁଇଟି ବିଷାକ୍ତ ଇଞ୍ଜେକସନ ଦେଇଥିଲା । ସେପଟେ ଅଭିଯୁକ୍ତ ସନ୍ଦେହରୁ ବର୍ତ୍ତିବା ପାଇଁ ଗୁରୁତର ଅବସ୍ଥାରେ ପତ୍ନୀକୁ ହସ୍ପିଟାଲରେ ଭର୍ତ୍ତି ମଧ୍ୟ କରିଥିଲା । ମାତ୍ର କିଛି ସମୟ ପରେ ପ୍ରିୟଙ୍କାଙ୍କୁ ମୃତ୍ୟୁ ଘୋଷଣା କରିଥିଲେ ଡାକ୍ତର ।

ତେବେ ଏପରି ହତ୍ୟାକଣ୍ଡ ପଛରେ ପରକିୟା ପ୍ରୀତି ମାମଲା ଥିବା ପୋଲିସ ଜାଣିବାକୁ ପାଇଛି । ସ୍ବପ୍ନିଲ କାମ କରୁଥିବା ଘରୋଇ ହସ୍ପିଟାଲରେ କାର୍ଯ୍ୟରତ ଜଣେ ନର୍ସଙ୍କ ସହ ତାର ପ୍ରେମ ସମ୍ପର୍କ ଗଢି ଉଠିଥିଲା । ଉଭୟ ବିବାହ ପାଇଁ ଇଚ୍ଛୁକ ଥିବା ବେଳେ ସ୍ବପ୍ନିଲ ପୂର୍ବରୁ ବିବାହିତ ଥିଲା । ତେବେ ନିଜ ନର୍ସ ପ୍ରେମିକାକୁ ବିବାହ କରିବା ପାଇଁ ପତ୍ନୀଙ୍କୁ ସବୁଦିନ ପାଇଁ ରାସ୍ତାରୁ ହଟାଇବା ପାଇଁ ଷଡଯନ୍ତ୍ର କରିଥିଲା ପିଶାଚ ପତି ସ୍ବପ୍ନିଲ । ଏବେ ସ୍ବପ୍ନିଲକୁ ଗିରଫ କରି ପୋଲିସ ତଦନ୍ତ ଜାରି ରଖିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.