ପାଟନା: ଟଙ୍କାକୁ ନେଇ ସ୍ବାମୀ ସ୍ତ୍ରୀ ମଧ୍ୟରେ ବିବାଦ । ସ୍ବାମୀକୁ ଶ୍ବଶୁର ଘରେ ନିର୍ଦ୍ଧୁମ ମାଡ ମାରିବା ପରେ ଆଖିରେ ଏସିଡ୍ ଢାଳି ଦେଲା ସ୍ତ୍ରୀ । ଏଭଳି ଅଭାବନୀୟ ଘଟଣା ଘଟିଛି ବିହାରର ସିତାମଢିରେ ।
ଘଟଣାଟି ଥିଲା ଏମିତି
କିଛି ଦନ ତଳେ ୨ହଜାର ଟଙ୍କାକୁ ନେଇ ସ୍ବମୀ ସ୍ତ୍ରୀଙ୍କ ମଧ୍ୟରେ ବିବାଦ ଲାଗି ରହିଥିଲା । ଫଳରେ ସ୍ତ୍ରୀ ଶ୍ବଶୁର ଘର ଛାଡି ବାପ ଘରେ ଆସି ରହୁଥିଲେ । ଏହା ପରେ ସ୍ବାମୀକୁ ପାନେ ଦେବା ପାଇଁ ସ୍ତ୍ରୀ ରଚିଥିଲା ଷଡଯନ୍ତ୍ର । ସ୍ବାମୀକୁ ବାପ ଘରକୁ ଡାକିବା ପରେ ପରିବାରର ସମସ୍ତେ ମିଶି ତାଙ୍କୁ ନିର୍ଦ୍ଧୁମ ମାଡ ମାରିବା(Wife beat husband in Sitamarhi ) ସହ ଆଖିରେ ଏସିଡ ଢାଳି ଦେଇଥିଲେ । ଏନେଇ ସ୍ଥାନୀୟ ଲୋକେ ଦେଖିବା ପରେ ପୋଲିସକୁ ଖବର ଦେଇଥିଲେ । ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଗୁରୁତର ଅବସ୍ଥାରେ ବ୍ୟକ୍ତି ଜଣଙ୍କୁ ହସ୍ପିଟାଲରେ ଭର୍ତ୍ତି କରିଥିଲେ ।
ଏହା ମଧ୍ୟ ପଢନ୍ତୁ-ସିସିଟିଭିରେ କଏଦ ହେଲା ଦୁର୍ଘଟଣାର ଛାତିଥରା ଭିଡିଓ
୧୦ ବର୍ଷ ତଳେ ପ୍ରେମ ବିବାହ କରିଥିଲେ ଦମ୍ପତି
ଏହି ଘଟଣା ବାଥନାହା ପୋଲିସ ଷ୍ଟେସନ ଅଞ୍ଚଳର ବାଇରା ପଞ୍ଚଗାଛିଆ ୱାର୍ଡ ନମ୍ବର 14ରେ ଘଟିଛି । ନାଗେଶ୍ୱର ସିଂଙ୍କ ସହ 10 ବର୍ଷ ପୂର୍ବେ ରିଗା ପୋଲିସ ଷ୍ଟେସନ ଅଞ୍ଚଳର ଶାହାବାଜପୁର ଗାଁର ରାମଦାଲ ଶାହାଙ୍କ ଝିଅ ପାର୍ବତୀ କୁମାରୀଙ୍କ ସହ ବିବାହ ହୋଇଥିଲା । ବିବାହ ପରେ ଉଭୟଙ୍କ ଏକ ପୁଅ ଜନ୍ମ ହୋଇଥିଲା । ତେବେ କିଛି ଦିନ ପୂର୍ବେ ସ୍ୱାମୀ ସ୍ତ୍ରୀଙ୍କ ମଧ୍ୟରେ 2 ହଜାର ଟଙ୍କା ପାଇଁ ବିବାଦ ହୋଇଥିଲା, ଯାହା ପରେ ପତ୍ନୀ ତାଙ୍କ ବାପ ଘରକୁ ଚାଲିଯାଇଥିଲେ । ମଙ୍ଗଳବାର ସନ୍ଧ୍ୟାରେ ପତ୍ନୀ ପାର୍ବତୀ ଦେବୀ ତାଙ୍କ ସ୍ୱାମୀଙ୍କୁ ଘରକୁ ଡାକି ନାଗେଶ୍ବରଙ୍କୁ ମାଡ ମାରିଥିଲେ ।
ସ୍ବାମୀ ଆଖିରେ ଏସିଡ୍ ପକାଇଲା ସ୍ତ୍ରୀ
ନାଗେଶ୍ବରଙ୍କୁ ଘରକୁ ଡାକି ସ୍ତ୍ରୀ ସମେତ ପରିବାରର ସମସ୍ତ ସଦସ୍ୟ ମାଡ ମାରିବା ପରେ ଆଖିରେ ଏସିଡ ପକାଇ ଦେଇଥିଲେ । ଫଳରେ ନାଗେଶ୍ବରଙ୍କ ଆଖି ପୋଡି ଯାଇଥିବା ବେଳେ ଏବେ ଦେଖିବାକୁ ଏସମର୍ଥ । ଚିକିତ୍ସା ପାଇଁ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ତେବେ ଚିକିତ୍ସା ସମୟରେ ତାଙ୍କୁ ଲୁହାର ମାଡ ମରାଯାଇଥିବା ଜଣାପଡିଛି । ତେବେ ନାଗେଶ୍ବରଙ୍କ ଆଖିରେ ଏସିଡ ପକାଯାଇଥିବା ସେ କହୁଥିବା ବେଳେ ଚିକିତ୍ସା ସମୟରେ ସେମିତି କିଛି ଜଣାପଡିନାହିଁ ।