ETV Bharat / bharat

ସବୁ ମସଜିଦରେ କାହିଁକି ଶିବ ଲିଙ୍ଗ ଖୋଜୁଛ: RSS ମୁଖ୍ୟ ମୋହନ ଭଗତ - ଜ୍ଞାନବାପୀ ମସଜିଦ ବିବାଦ ନେଇ ଆରଏସଏସ୍‌ ମୁଖ୍ୟଙ୍କ ବୟାନ

ଜ୍ଞାନବାପୀ ମସଜିଦରେ ଶିବଲିଙ୍ଗ ନେଇ ବିବାଦ ଲାଗି ରହିଛି । ମାମଲା ସୁପ୍ରିମକୋର୍ଟରେ ପହଞ୍ଚିଛି । ଉତ୍ତର ପ୍ରଦେଶର ଜ୍ଞାନବାପୀ ମସଜିଦରେ ସର୍ଭେକୁ ନେଇ ବିବାଦ ଚାଲିଥିବା ବେଳେ ଆରଏସଏସ୍‌ ମୁଖ୍ୟ ମୋହନ ଭାଗବତ ବଡ଼ ବୟାନ ଦେଇଛନ୍ତି । ଅଧିକ ପଢନ୍ତୁ

RSS ମୁଖ୍ୟ ମୋହନ ଭଗତ
RSS ମୁଖ୍ୟ ମୋହନ ଭଗତ
author img

By

Published : Jun 3, 2022, 10:12 AM IST

ମୁମ୍ବାଇ: ଜ୍ଞାନବାପୀ ମସଜିଦରେ ଶିବଲିଙ୍ଗ ନେଇ ବିବାଦ ଲାଗି ରହିଛି । ମାମଲା ସୁପ୍ରିମକୋର୍ଟରେ ପହଞ୍ଚିଛି । ଉତ୍ତର ପ୍ରଦେଶର ଜ୍ଞାନବାପୀ ମସଜିଦରେ ସର୍ଭେକୁ ନେଇ ବିବାଦ ଚାଲିଥିବା ବେଳେ ଆରଏସଏସ୍‌ ମୁଖ୍ୟ ମୋହନ ଭାଗବତ ବଡ଼ ବୟାନ ଦେଇଛନ୍ତି । ସେ କହିଛନ୍ତି, ମାମଲା ଚାଲିଛି ଇତିହାସ କେବେ ବଦଳିବ ନାହିଁ । ଆଜିର ହିନ୍ଦୁ କିମ୍ବା ଆଜିର ମୁସଲିମ ଏହାକୁ ତିଆରି କରି ନାହାନ୍ତି । କାହିଁକି ସବୁ ମସଜିଦରେ ଶିବଲିଙ୍ଗ ଖୋଜୁଛ ବୋଲି କହିଛନ୍ତି ଆରଏସଏସ ମୁଖ୍ୟ । ନାଗପୁରର ଏକ କାର୍ଯ୍ୟକ୍ରମରେ ଯୋଗ ଦେଇ ଏହା କହିଛନ୍ତି ।

ସେ ଆହୁରି କହିଛନ୍ତି, କୋର୍ଟ ମସଜିଦ ଭିତିରେ ଭିଡିଓ ରେକର୍ଡ କରିବା ସହ ଏହାର ତଥ୍ୟ କୋର୍ଟରେ ଉପସ୍ଥାପନ କରିଛି । ହିନ୍ଦୁ ପକ୍ଷ ମସଜିଦ ଭିତରୁ ଶିବଲିଙ୍ଗ ବାହାରିଥିବା ମଧ୍ୟ ଦାବି କରିଛି । ଏହାକୁ ନେଇ ଦୁଇ ସମ୍ପ୍ରଦାୟ ମଧ୍ୟରେ ବିବାଦ ଲାଗି ରହିଛି । ବିବାଦ ମଧ୍ୟରେ ଆଜି ମୋହନ ଭାଗବତ କହିଛନ୍ତି, “କିଛି ସ୍ଥାନ ପ୍ରତି ଆମର ବିଶେଷ ଭକ୍ତି ଥିଲା ଓ ରହିଛି । ତେଣୁ ଆମେ ଉକ୍ତ ସ୍ଥାନ ଗୁଡ଼ିକ ବିଷୟରେ କହିଥିଲୁ । କିନ୍ତୁ ଆମେ ପ୍ରତିଦିନ ନୂଆ ନୂଆ ମାମଲା ଆଣିବା ଠିକ ନୁହେଁ । କାହିଁକି ଆମେ ବିବାଦକୁ ଅଧିକ ତୀବ୍ର କରିବା ? ଜ୍ଞାନବାପୀ ପ୍ରତି ଆମର ଭକ୍ତି ରହିଛି ଓ ଏଥିପାଇଁ ଆମେ କିଛି କରୁଛେ । ଏହା ଠିକ୍‌ । କିନ୍ତୁ କାହିଁକି ସବୁ ମସଜିଦରେ ଶିବଲିଙ୍ଗ ଖୋଜିବା ବୋଲି କହିଛନ୍ତି ଆରଏସଏସ ମୁଖ୍ୟ । ଆରଏସଏସ କୌଣସି ଭକ୍ତି ଓ ଉପାସନାକୁ ବିରୋଧ କରେ ନାହିଁ । ସେ ସମସ୍ତଙ୍କୁ ପବିତ୍ର ବୋଲି ବିବେଚନା କରିଛନ୍ତି । ପରସ୍ପର ସହ ଆଲୋଚନା ମାଧ୍ୟମରେ ଉପଯୁକ୍ତ ରାସ୍ତା ବାହାର କରିବାକୁ ସମସ୍ତଙ୍କୁ ଆହ୍ୱାନ ଦେଇଛନ୍ତି ମୋହନ ଭାଗବତ ।

ପ୍ରକାଶ ଥାଉ କି, ଜ୍ଞାନବାପୀ ମସଜିଦ ମାମଲାରୁ ଶୁଣାଣି ପାଇଁ ସୁପ୍ରିମକୋର୍ଟ ବାରଣାସୀ ହାଇକୋର୍ଟକୁ ନିର୍ଦ୍ଦେଶ ଦେଇଥିଲେ । ମଇ 31 ତାରିଖରେ ବାରଣାସୀ ଜିଲ୍ଲା କୋର୍ଟରେ ଶୁଣାଣି ହୋଇଥିଲା । 2 ଘଣ୍ଟା ଧରି ଶୁଣାଣି ଚାଲିଥିଲା । ଏ ବାବଦରେ କୌଣସି ଅନ୍ତରୀଣ ରାୟ ପ୍ରକାଶ ପାଇ ନଥିଲା । ପରବର୍ତ୍ତୀ ଶୁଣାଣି ଜୁଲାଇ 4କୁ ରଖାଯାଇଛି । ଏହିଦିନ ମୁସଲିମ ପକ୍ଷ ନିଜ ଯୁକ୍ତି ରଖିବ । ଏହାପରେ ହିନ୍ଦୁମାନେ ତାଙ୍କ ପକ୍ଷ ଉପସ୍ଥାପନ କରିବେ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.