ETV Bharat / bharat

ଭାରତ ଇତିହାସରେ କାହିଁକି ସ୍ୱତନ୍ତ୍ର 25 ଜୁଲାଇ ? ଜାଣନ୍ତୁ କାରଣ - ଇତିହାସରେ କାହିଁକି ସ୍ବତନ୍ତ୍ର 25 ଜୁଲାଇ

25 ଜୁଲାଇ 2022 । ଏହି ତାରିଖଟି ଯେବେ ମନେ ପଡିବ ପ୍ରତିଟି ଭାରତୀୟ ପ୍ରତିଟି ଗର୍ବ ଅନୁଭବ କରିବେ। ଏହି ଦିନ ଭାରତର ଗଣତାନ୍ତ୍ରିକ ରାଷ୍ଟ୍ରପତି ଇତିହାସରେ ନୂଆ ଅଧ୍ୟାୟ ଯୋଡି ହୋଇଥିଲା । ଅଧିକ ପଢନ୍ତୁ

ଭାରତ ଇତିହାସରେ କାହିଁକି ସ୍ବତନ୍ତ୍ର 25 ଜୁଲାଇ, ଜାଣନ୍ତୁ କାରଣ

author img

By

Published : Jul 25, 2022, 5:26 PM IST

ନୂଆଦିଲ୍ଲୀ: 25 ଜୁଲାଇ 2022 । ଏହି ତାରିଖଟି ଯେବେ ମନେ ପଡିବ ପ୍ରତିଟି ଭାରତୀୟ ଗର୍ବ ଅନୁଭବ କରିବେ । ଏହି ଦିନ ଭାରତର ଗଣତାନ୍ତ୍ରିକ ରାଷ୍ଟ୍ରପତି ଇତିହାସରେ ନୂଆ ଅଧ୍ୟାୟ ଯୋଡି ହୋଇଥିଲା । ଏହି ଦିନ ଦେଶରେ ପୂର୍ବତନ ରାଷ୍ଟ୍ରପତି ମଧ୍ୟ ଶପଥ ଗ୍ରହଣ କରିଥିଲେ । ଆଉ ଆଜି ସମାନ ତାରିଖରେ ଦେଶର ପଞ୍ଚଦଶ ରାଷ୍ଟ୍ରପତି ଭାବେ ଶପଥ ଗ୍ରହଣ କରିଛନ୍ତି ଓଡିଆ ଝିଅ ଦ୍ରୌପଦୀ ମୁର୍ମୁ । ଏହି ଦିନଟି ଆଉ ଟିକେ ସ୍ବତନ୍ତ୍ର ହୋଇଯାଇଛି ।

ଦ୍ରୌପଦୀ ମୁର୍ମୁ...

ଦେଶର ପଞ୍ଚଦଶ ରାଷ୍ଟ୍ରପତି ଭାବେ ଆଜି (25 . ଜୁଲାଇ.2022)ରେ ଶପଥ ଗ୍ରହଣ କରିଛନ୍ତି । ସଂସଦ ଭବନର ସେଣ୍ଟ୍ରାଲ ହଲରେ ମହାମହିମ ମୁକୁଟ ମଣ୍ଡନ କରିଛନ୍ତି ଓଡିଆ ମାଟିର ଝିଅ ଦ୍ରୌପଦୀ ମୁର୍ମୁ । ରାଇରଙ୍ଗପୁରରୁ ରାଇସିନା ହଲରେ ଯାତ୍ରା ସଫଳ କରିଛନ୍ତି ।

ଏହି ତାରିଖରେ ରାଷ୍ଟ୍ରପତିଙ୍କ ଶପଥ ଗ୍ରହଣ ସମାରୋହ ପଛରେ କୌଣସି ଲିଖିତ ନିୟମ ନଥିବାବେଳେ 1977 ମସିହାରୁ ଆରମ୍ଭ ହୋଇଥିବା ରେକର୍ଡରୁ ଜଣାପଡିଛି ଯେ, ସାଧାରଣ ପ୍ରକ୍ରିୟା ଦ୍ବାରା ମନୋନୀତ ପ୍ରତ୍ୟେକ ରାଷ୍ଟ୍ରପତି ଜୁଲାଇ 25 ରେ ଶପଥ ନେଇଛନ୍ତି ।

ଭାରତର ପ୍ରଥମ ରାଷ୍ଟ୍ରପତି ରାଜେନ୍ଦ୍ର ପ୍ରସାଦ ଏବଂ ପରେ ସରପଲ୍ଲୀ ରାଧାକ୍ରିଷ୍ଣନ୍, ଜାକିର ହୁସେନ୍ ଏବଂ ଫଖରୁଦ୍ଦିନ ଅଲି ଅହମ୍ମଦ ଏହି ତାରିଖରୁ ବାଦ ପଡିଛନ୍ତି ହେଲେ ବାକି ସମସ୍ତ ରାଷ୍ଟ୍ରପତି ଏହି ସମାନ ତାରିଖରେ ଶପଥ ଗ୍ରହଣ କରିଥିବା ରେକର୍ଡ କହୁଛି ।

ନଜର ପକାନ୍ତୁ ଭାରତର ରାଷ୍ଟ୍ରପତିମାନଙ୍କର ସମ୍ପୂର୍ଣ୍ଣ ତାଲିକା ଉପରେ..

ରାଜେନ୍ଦ୍ର ପ୍ରସାଦ ଜାନୁଆରୀ 26, 1950 ରେ ଶପଥ ଗ୍ରହଣ କରିଥିଲେ । ଏହି ଦିନ ଭାରତ ଗଣତାନ୍ତ୍ରିକ ଦେଶ ହେଲା । 1952 ମସିହାରେ, ସେ ପ୍ରଥମ ରାଷ୍ଟ୍ରପତି ନିର୍ବାଚନରେ ଜିତିଥିଲେ । ମଇ 13 1962ରେ ସର୍ବପଲ୍ଲୀ ରାଧାକିଷ୍ଣନ୍ ଦେଶର ରାଷ୍ଟ୍ରପତି ଭାବେ ଦାୟିତ୍ବ ଗ୍ରହଣ କରିଥିଲେ । ଜାକିର ହୁସେନ୍ ଏବଂ ଫଖରୁଦ୍ଦିନ ଅଲି ଅହମ୍ମଦ ମଧ୍ୟ ସମାନ ତାରିଖରେ ଶପଥ ଗ୍ରହଣ କରିଥିଲେ ।

ଏହାପରେ ଜେଲ ସିଂହ, ଆର ଭେଙ୍କଟେଶ୍ବରମ, ଶଙ୍କର ଦୟାଲ ଶର୍ମା, କେଆର ନାରାୟଣ, ଏପିଜେ ଅବଦୁଲ କଲାମ, ପ୍ରତିଭା ପାଟିଲ, ପ୍ରଣବ ମୁଖାର୍ଜୀ ଏବଂ ରାମନାଥ କୋବିନ୍ଦ ସମସ୍ତେ 25 ଜୁଲାଇରେ ଶପଥ ଗ୍ରହଣ କରିଥିଲେ । ତେଣୁ ଏହି ଦିନଟି ଅଧିକ ସ୍ବତନ୍ତ୍ର ହୋଇଛି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.