ETV Bharat / bharat

Telangana Politics: ବିଜେପି ବିରୋଧରେ ନରମ, କଂଗ୍ରେସ ପ୍ରତି ଗରମ, କେଉଁ ରଣନୀତିରେ KCR ?

author img

By

Published : Jun 14, 2023, 9:23 PM IST

ତେଲଙ୍ଗାନାରେ କିଏ ବିଆରଏସ ପ୍ରତିଦ୍ବନ୍ଦି? ବିଜେପି ନା କଂଗ୍ରେସ? ବିଧାନସଭା ନିର୍ବାଚନ ପୂର୍ବରୁ ହୋଇଛି କି ଗୁପ୍ତ ବୁଝାମଣା? କେସିଆରଙ୍କୁ ଘାରିଛି କି ଇଡି ଡର ? ଅଧିକ ପଢନ୍ତୁ...

Etv Bharat
Etv Bharat

ହାଇଦ୍ରାବାଦ: ବଦଳୁଛି କି କେସିଆରଙ୍କ ମୁଡ ? ବିଜେପି ବିରୋଧୀ ସ୍ବର ପଡୁଛି କି ନରମ ? କାହିଁକି ରଣନୀତି ବଦଳାଇଲେ ବିଆରଏସ ମୁଖ୍ୟ ? ତେଲଙ୍ଗାନାରେ କିଏ ବିଆରଏସ ପ୍ରତିଦ୍ବନ୍ଦ୍ୱୀ ? ବିଜେପି ନା କଂଗ୍ରେସ? ବିଧାନସଭା ନିର୍ବାଚନ ପୂର୍ବରୁ ହୋଇଛି କି ଗୁପ୍ତ ବୁଝାମଣା ? କେସିଆରଙ୍କୁ ଘାରିଛି କି ଇଡି ଡର? ଝିଅ ପାଇଁ ଝୁଣ୍ଟିଲେ କି କେସିଆର ? ତେଇଶରେ ତେଲଙ୍ଗାନା ଦଖଲ ଅଭିଯାନରୁ କ୍ଷାନ୍ତ ରହିବ କି ଗୈରିକ ଦଳ ? କେସିଆରଙ୍କ ସ୍ବର ପରିବର୍ତ୍ତନ ପଛରେ କଣ ରହିଛି ରଣନୀତି ?

ତେଲଙ୍ଗାନା ମୁଖ୍ୟମନ୍ତ୍ରୀ କେ ଚନ୍ଦ୍ରଶେଖର ରାଓଙ୍କୁ ନେଇ ଚର୍ଚ୍ଚା । ପ୍ରତି ଶବ୍ଦରେ ବିଜେପିକୁ ସମାଲୋଚନା କରୁଥିବା କେସିଆରଙ୍କ ଏବେ ବଦଳିଛି ସ୍ବର । ନରମ ପଡିଛି ବିଜେପି ବିରୋଧୀ ଆଭିମୁଖ୍ୟ । ଶାଣିତ ହୋଇଛି କଂଗ୍ରେସ ବିରୋଧୀ ସମାଲୋଚନା। ଗତ 4 ଟି ସାଧାରଣ ସଭାରେ କେସିଆର କଂଗ୍ରେସକୁ ପ୍ରଚଣ୍ଡ ଆକ୍ରମଣ କରୁଛନ୍ତି । ଦେଶ ପାଇଁ କଂଗ୍ରେସ ବିପଦ । ଏଭଳି ଭାଷାରେ ଲଗାତାର କିଛି ଦିନ ହେଲା କେସିଆର ଆକ୍ରମଣ କରୁଛନ୍ତି । ହେଲେ ଆଶ୍ଚର୍ଯ୍ୟ ଜନକ ଭାବେ କେସିଆରଙ୍କ ତୁଣ୍ଡରୁ ବିଜେପି ବିରୋଧୀ ଶବ୍ଦ ଗାୟ ବ। କେସିଆର ଗତ 4 ଟି ସାଧାରଣ ସଭାରେ ବିଜେପି ବିରୋଧରେ ପଦୁଟିଏ କହିନାହାଁନ୍ତି । ବଂର ପ୍ରତି ସଭାରେ କଂଗ୍ରେସକୁ କଠୋର ସମାଲୋଚନା କରୁଛନ୍ତି । ତେଲଙ୍ଗାନା ପାଇଁ କଂଗ୍ରେସ ବିପଦ ବୋଲି କହୁଛନ୍ତି । ଖାଲି ଏତିକି ନୁହେଁ ସମସ୍ତ ସଭାରେ କେସିଆର କଂଗ୍ରେସର ପାପ ପେଡି ଖୋଲିବାକୁ ପଛାଉ ନାହାଁନ୍ତି । ଯାହାକୁ ନେଇ ଏବେ ରାଜନୀତି ମହଲରେ ବେଶ ଚର୍ଚ୍ଚା ।

ଗତ ଏକ ସପ୍ତାହ ମଧ୍ୟରେ କେସିଆର ନିଜ ରାଜ୍ୟ ତେଲଙ୍ଗାନାରେ 3 ଟି ସାଧାରଣ ସଭା କରିଛନ୍ତି । 3 ଟି ଯାକ ସଭାରେ କେସିଆର କେବଳ କଂଗ୍ରେସକୁ ସମାଲୋଚନା କରିଛନ୍ତି । କୌଣସି ସଭାରେ ବିଜେପି ବିରୋଧରେ କିଛି କହିନାହଁନ୍ତି । କେସିଆରଙ୍କ ଏହି ନୂଆ ରଣନୀତିକୁ ନେଇ ତେଲଙ୍ଗାନା କଂଗ୍ରେସ ସମାଲୋଚନା କରିବା ସହ ଏଥିରେ କୌଣସି ନୂତନତ୍ବ ନାହିଁ ବୋଲି କହିଛି ।

ତେଲଙ୍ଗାନା କଂଗ୍ରେସର ବରିଷ୍ଠ ନେତା ତଥା ପୂର୍ବତନ ମନ୍ତ୍ରୀ ମହମ୍ମଦ ଶବ୍ବୀର କହିଛନ୍ତି, ‘‘କର୍ଣ୍ଣାଟକ ନିର୍ବାଚନରେ କଂଗ୍ରେସର ପ୍ରଚଣ୍ଡ ବିଜୟ ପରେ ବିଆରଏସ ଓ ବିଜେପି ନିଜକୁ ଗୋଟିଏ ପାଦ ପଛକୁ ନେଇ ଯାଇଛନ୍ତି । କେସିଆର ଜାଣିସାରିଛନ୍ତି ତାଙ୍କ ଯଦି କିଏ ହରାଇ ପାରିବ ସେ ହେଉଛି କଂଗ୍ରେସ । ତେଣୁ ନିର୍ବାଚନ ପୂର୍ବରୁ ବିଜେପି ସହିତ ଗୁପ୍ତ ବୁଝାମଣା କରି କଂଗ୍ରେସ ବିରୋଧରେ କେସିଆର ପ୍ରଚାର କରୁଛନ୍ତି ।’’

ଗତ ସପ୍ତାହରେ କେସିଆର ରାଜ୍ୟର ନିର୍ମଳ, ଗଡୱାଲ ଓ ନାଗରକୁର୍ନୁଲରେ ସାଧାରଣ ସଭା କରିଛନ୍ତି । ଆଗାମୀ 4 ମାସ ପରେ ରାଜ୍ୟରେ ବିଧାନସଭା ନିର୍ବାଚନ ଥିବାରୁ କେସିଆରଙ୍କ ଏହି ପ୍ରଚାର ବେଶ ଗୁରୁତ୍ବ ରଖୁଛି । କିନ୍ତୁ ଆଶ୍ଚର୍ଯ୍ୟ ଜନକ ଭାବେ କେସିଆର ସମସ୍ତ ସଭାରେ ବିଜେପି ବିରୋଧରେ ଗୋଟିଏ ଶବ୍ଦ ବି କହିନାହାଁନ୍ତି । ହେଲେ କଂଗ୍ରେସ ବିରୋଧରେ ମନଭରି ସମାଲୋଚନା କରିଛନ୍ତି । କେସିଆରଙ୍କ ଏହି ପରିବର୍ତ୍ତନକୁ ନେଇ ଏବେ ରାଜନୀତି ମହଲରେ ବେଶ ଚର୍ଚ୍ଚା ।

କଂଗ୍ରେସର ବରିଷ୍ଠ ନେତା ତଥା ପୂର୍ବତନ ମନ୍ତ୍ରୀ ମହମ୍ମଦ ଶବ୍ବୀର ଆହୁରି କହିଛନ୍ତି କେସିଆରଙ୍କ ଏହି ରଣନୀତି ଭିନ୍ନ କିଛି ନହେଁ । ବିଆରଏସ ଓ ବିଜେପି ମଧ୍ୟରେ ହୋଇଥିବା ଗୁପ୍ତ ବୁଝାମଣାରେ ଏକ ଅଂଶ ବିଶେଷ । ବିଜେପି କେନ୍ଦ୍ରୀୟ ଏଜେନ୍ସୀର ଭୟ ଦେଖାଇ ସବୁ ରାଜ୍ୟରେ ଛୋଟ ଦଳକୁ ଭୟଭୀତ କରାଉଛି । ଇଡି ନିକଟରେ ଦିଲ୍ଲୀ ଅବକାରୀ ମାମଲାରେ କେସିଆରଙ୍କ ଝିଅକୁ ବାରମ୍ବାର ଜେରା କରିଛି । ବିଜେପି ଇଡି ସିବିଆଇର ଭୟ ଆନ୍ଧ୍ର ପ୍ରଦେଶରେ ବି ଆପଣାଇଛି । ଯାହାକୁ ନେଇ ଚାପରେ ବିଜେପି ସପକ୍ଷରେ ଯାଇଥାନ୍ତି ଜଗନ ସରକାର ।

ଗତ 6 ତାରିଖରେ ନାଗରକୁର୍ନୁଲରେ କେସିଆର ଏକ ବିଶାଳ ଜନସଭାକୁ ସମ୍ବୋଧିତ କରିଥିଲେ । ଏହି ସଭାରେ କେସିଆର କହିଥିଲେ ତେଲଙ୍ଗାନାର ଭାଗ୍ୟ ପରିବର୍ତ୍ତନ କରିବାକୁ ଥିବା ଧରଣୀ ପୋର୍ଟାଲକୁ କଂଗ୍ରେସ କ୍ଷମତାକୁ ଆସିଲେ ବଙ୍ଗୋପ ସାଗରରେ ଫୋପାଡି ଦେବାକୁ କହୁଛି । ତା ପୂର୍ବରୁ ତେଲଙ୍ଗାନାବାସୀ କଂଗ୍ରେସକୁ ଉପାଡି ବଙ୍ଗୋପ ସାଗରରେ ଫୋପାଡି ଦିଅନ୍ତୁ । ଏହା ପୂର୍ବରୁ କେସିଆର ଏହି ଶବ୍ଦ ବିଜେପି ବିରୋଧରେ ପ୍ରୟୋଗ କରୁଥିଲେ ।

ଧରଣୀ ପୋର୍ଟାଲ କଣ?:- ଧରଣୀ ପୋର୍ଟାଲ ହେଉଛି କେସିଆର ସରକାରଙ୍କ ଏକ ମହତ୍ତ୍ବଙ୍କାକ୍ଷୀ ଯୋଜନା । ଏହି ପୋର୍ଟାଲ ଅଧିନରେ ରାଜ୍ୟ ସରକାର ରାଜସ୍ବ ବିଭାଗରେ ବଡ ଧରଣର ପରିବର୍ତ୍ତନ କରୁଛନ୍ତି । 2020ରେ ରାଜ୍ୟ ସରକାର ଏହି ପୋର୍ଟାଲ ଶୁଭାରମ୍ଭ କରି ରାଜ୍ୟର ସମସ୍ତ ଜମି ସମ୍ବନ୍ଧୀଯ ସମସ୍ୟାକୁ ଗୋଟିଏ ପୋର୍ଟାଲ ମାଧ୍ୟମରେ ସମାଧାନ କରୁଛନ୍ତି । ଏହି ପୋର୍ଟାଲକୁ ନେଇ କଂଗ୍ରେସ ଅଭିଯୋଗ କରୁଛି ଯେ ପୋର୍ଟାଲ ଜରିଆରେ କେସିଆର ରାଜ୍ୟରେ ବଡ ଧରଣ ଭୂ-ଦୂର୍ନୀତି ଚଳାଇଛନ୍ତି । ଏହି ପୋର୍ଟାଲ ପାଇଁ ରାଜ୍ୟର କୃଷକ ଓ ଜମି ମାଲିକଙ୍କ ସମସ୍ୟା ବଢୁଛି । ଏହି ପୋର୍ଟାଲକୁ ନେଇ ଗତ ମାସରେ କେନ୍ଦ୍ରମନ୍ତ୍ରୀ ଜି. କିଶାନ ରେଡ୍ଡୀ ମଧ୍ୟ କଡା ସମାଲୋଚନା କରିଥିଲେ । ଜି. କିଶାନ ରେଡ୍ଡୀ କହିଥିଲେ ଧରଣୀ ପୋର୍ଟାଲ ଜରିଆରେ କେସିଆର ପରିବାର ରାଜ୍ୟର ସମ୍ପତ୍ତି ଲୁଟ କରୁଛନ୍ତି ।

ସୂଚନାଯୋଗ୍ୟଯେ ଗତ 2 ବର୍ଷ ଧରି କେସିଆର ବିଜେପି ବିରୋଧରେ ନିଜର ଅଭିଯାନକୁ ଜୋରଦାର କରିଥିଲେ । ତେଲଙ୍ଗାନା ପ୍ରତି ଭେଦଭାବ, ଘୃଣ୍ୟ ରାଜନୀତି, ଓ ବିଭିନ୍ନ ସଂଘୀୟ ବ୍ୟବସ୍ଥାର ଉଲ୍ଲଙ୍ଘନ ଅଭିଯୋଗ କରି କେସିଆର ପ୍ରଧାନମନ୍ତ୍ରୀ ମୋଦିଙ୍କ ସମେତ ବିଜେପି ବିରୋଧରେ ଆକ୍ରମଣ ଜାରି ରଖିଥିଲେ । ବିଭିନ୍ନ ସଭା ସମିତିରେ ବିଜେପି ବିରୋଧରେ ମନଇଛା ଗର୍ଜୁଥିଲେ କେସିଆର । ହେଲେ ହଠାତ ନିର୍ବାଚନକୁ ଆଉ ମାତ୍ର 4 ମାସ ବାକି ଥିବା ବେଳେ କେସିଆରଙ୍କ ଏହି ନରମ ଆଭିମୁଖ୍ୟ ଏବେ ଚର୍ଚ୍ଚାରେ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.