ETV Bharat / bharat

କାହିଁକି ବଦଳିଲା ଗର୍ଭପାତ ସମୟସୀମା ? ଜାଣନ୍ତୁ କଣ ରହିଛି ସଂଶୋଧନ ବିଧେୟକରେ ବିଶେଷତ୍ବ - ଗର୍ଭପାତ ସମୟସୀମା

ରାଜ୍ୟସଭାରେ ଗର୍ଭପାତ ସଂଶୋଧନ ବିଧେୟକ ଧ୍ବନି ମତରେ ହୋଇଛି ପାରିତ । ତେବେ ଆସନ୍ତୁ ଜାଣିବା ସଂଶୋଧନ ଆଇନରେ କଣ ଓ ଏଥିରେ କଣ ରହିଛି ପ୍ରାବଧାନ...

କାହିଁକି ବଦଳିଲା ଗର୍ଭପାତ ସମୟସୀମା ? ଜାଣନ୍ତୁ କଣ ରହିଛି ସଂଶୋଧନ ବିଧେୟକରେ ବିଶେଷତ୍ବ

author img

By

Published : Mar 16, 2021, 10:55 PM IST

ନୂଆଦିଲ୍ଲୀ: କେତେକ କ୍ଷେତ୍ରରେ ମହିଳା ଓ କୁମାରୀ କନ୍ୟାମାନେ ଅବାଞ୍ଛିତ ସନ୍ତାନର ଜନନୀ ହୋଇଥାନ୍ତି ପରେ ସାମାଜିକ ଅପବାଦରୁ ମୁକ୍ତ ହେବା ପାଇଁ କରିଥାନ୍ତି ଅବୈଧ ଗର୍ଭପାତ । ଗର୍ଭପାତ ଏକ ପଦ୍ଧତି ଯାହାଦ୍ବାରା ଗର୍ଭସ୍ଥ ଶିଶୁ ଓ ଭୃଣ ଜୀବନ ନିର୍ବାହ ଶକ୍ତି ପାଇବା ପୂର୍ବରୁ ଗର୍ଭଚ୍ୟୁତ କରାଯାଏ । ତେବେ ରାଜ୍ୟସଭାରେ ଏ ବାବଦରେ ସଂଶୋଧିତ ବିଧେୟକ ଧ୍ବନି ମତରେ ହୋଇଛି ପାରିତ । ଏହି ବିଧେୟକ ପାରିତ ହେବା ପରେ ଏବେଠୁ ଗର୍ଭପାତର ସମୟ ସୀମା 20 ସପ୍ତାହ ପରିବର୍ତ୍ତେ 24 ସପ୍ତାହ ହେବ । ବ୍ୟାପକ ବିଚାର ବିମର୍ଶ ପରେ ଏହି ବିଧେୟକକୁ ରାଜ୍ୟସଭାରେ ପାରିତ କରାଯାଇଛି ।

29 ଜାନୁଆରୀ 2020ରେ ଚିକିତ୍ସା ପଦ୍ଧତିରେ ଗର୍ଭପାତ (ସଂଶୋଧନ) ବିଲ 2020କୁ କ୍ୟାବିନେଟ ମଞ୍ଜୁରୀ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ କେନ୍ଦ୍ର କ୍ୟାବିନେଟ ଚିକିତ୍ସା ପଦ୍ଧତିରେ ଗର୍ଭପାତ ଆଇନ 1971ରେ ସଂଶୋଧନ ଆଣିବା ଉଦ୍ଦେଶ୍ୟରେ ଚିକିତ୍ସା ପଦ୍ଧତିରେ ଗର୍ଭପାତ (ସଂଶୋଧନ) ବିଲ 2020 ଆଗତ କରିବା ପ୍ରସ୍ତାବକୁ ମଞ୍ଜୁରୀ ପ୍ରଦାନ କରିଥିଲେ । ତେବେ ଆସନ୍ତୁ ଜାଣିବା ସଂଶୋଧନ ଆଇନରେ କଣ ଓ ଏଥିରେ କଣ ରହିଛି ପ୍ରାବଧାନ...

ଗର୍ଭପାତ (ସଂଶୋଧନ) ବିଧେୟକର ଗୁରୁତ୍ବପୂର୍ଣ୍ଣ ବିଶେଷତ୍ବ

  • ଗର୍ଭାବସ୍ଥାର 20 ସପ୍ତାହ ପର୍ଯ୍ୟନ୍ତ ଗର୍ଭପାତ କରାଇବା ଲାଗି ଜଣେ ଚିକିତ୍ସକଙ୍କ ପରାମର୍ଶ ନେବାର ଆବଶ୍ୟକତା ରହିଛି । ହେଲେ ଗର୍ଭାବସ୍ଥାର 20ରୁ24 ସପ୍ତାହ ମଧ୍ୟରେ ଗର୍ଭପାତ କରାଇବା ପାଇଁ ୨ ଜଣ ଚିକିତ୍ସକଙ୍କ ପରାମର୍ଶ ନେବା ଜରୁରୀ ହେବ ।
  • ସ୍ବତନ୍ତ୍ର ଧରଣର ମହିଳାଙ୍କ ପାଇଁ ଗର୍ଭପାତ କରିବାକୁ ଗର୍ଭାବସ୍ଥାର ସୀମା 20ରୁ ବୃଦ୍ଧି କରି 24 ସପ୍ତାହ କରାଯାଇଛି । ତେବେ ନିୟମରେ ସଂଶୋଧନ ଅଣାଯାଇ ଏପରି ମହିଳାମାନଙ୍କୁ ସ୍ବତନ୍ତ୍ର ତାଲିକାରେ ସାମିଲ କରାଯିବ । ଏମାନଙ୍କ ମଧ୍ୟରେ ଦୁଷ୍କର୍ମ ପୀଡିତା, ସମ୍ପର୍କୀୟମାନଙ୍କ ଦ୍ବାରା ଯୌନ ଶୋଷଣର ଶିକାର ହୋଇଥିବା ଏବଂ ଦିବ୍ୟାଙ୍ଗ ଓ ନାବାଳିକାଙ୍କ ଭଳି ଅସୁରକ୍ଷିତ ମହିଳାମାନଙ୍କୁ ଏଥିରେ ସାମିଲ କରାଯିବ ।
  • ମେଡିକାଲ ବୋର୍ଡ ପକ୍ଷରୁ ଯାଞ୍ଚ ପରେ ଶାରୀରିକ ଭୃଣ ସମ୍ବନ୍ଧୀୟ ବିଷମତା କ୍ଷେତ୍ରରେ ଗର୍ଭାବସ୍ଥାର ଉପରିସ୍ଥ ସୀମା ଲାଗୁ ହେବ ନାହିଁ । ମେଡିକାଲ ବୋର୍ଡର ସଂଗଠକ, କାର୍ଯ୍ୟ ଓ ଅନ୍ୟାନ୍ୟ ବିବରଣୀ ଆଇନର ନିୟମ ଅନ୍ତର୍ଗତ ନିର୍ଦ୍ଧାରଣ କରାଯିବ ।
  • ଯେଉଁ ମହିଳାଙ୍କ ଗର୍ଭପାତ ହେବ ତାଙ୍କର ନାଁ ଓ ଅନ୍ୟାନ୍ୟ ସୂଚନା ଆଇନ ଅନୁଯାଇ ନିର୍ଦ୍ଧାରିତ ବିଶେଷ ବ୍ୟକ୍ତିଙ୍କ ବ୍ୟତୀତ ଅନ୍ୟ କାହା ସମ୍ମୁଖରେ ପ୍ରକାଶ କରାଯିବ ନାହିଁ ।

ମହିଳାଙ୍କ ଲାଗି ଚିକିତ୍ସାତ୍ମକ, ସୁପ୍ରଜନନ, ମାନବୀୟ ତଥା ସାମାଜିକ ଆଧାରରେ ସୁରକ୍ଷିତ ଏବଂ ବୈଧ ଗର୍ଭପାତ ସେବାର ସମ୍ପ୍ରସାରଣ କରିବା ପାଇଁ ଚିକିତ୍ସା ପଦ୍ଧତି ଗର୍ଭପାତ ସଂଶୋଧନ ବିଲ 2020ର ମହତ୍ବପୂର୍ଣ୍ଣ ବିଶେଶତ୍ବ । ସଂଶୋଧନରେ କେତେକ ଉପଧାରାକୁ ସ୍ଥାନିତ କରିବା, ବର୍ତମାନର ଗର୍ଭପାତ ଆଇନ 1971ରେ ନିର୍ଦ୍ଧାରିତ ସର୍ତ୍ତ ସହିତ ଗର୍ଭପାତ ଲାଗି ଗର୍ଭାବସ୍ଥାର ଉପରିସ୍ଥ ସୀମା ବୃଦ୍ଧି କରିବା ଏହାର ଉଦ୍ଦେଶ୍ୟ । ସୁରକ୍ଷିତ ଗର୍ଭପାତ ସେବା ଓ ଗୁଣବତ୍ତା ସହ ସାଲିସ ନ କରି କଠୋର ସର୍ତ୍ତ ସହିତ ସାମଗ୍ରୀକ ଗର୍ଭପାତ ଯତ୍ନକୁ ପୂର୍ବାପେକ୍ଷା ଆହୁରି ଅଧିକ କଠୋର ଭାବେ ଲାଗୁ କରିବା ପାଇଁ ଏହି ବିଧେୟକରେ ନିୟମ ରହିଛି ।

ମହିଳାଙ୍କ ସୁରକ୍ଷା ଓ ସ୍ବାସ୍ଥ୍ୟ କ୍ଷେତ୍ରରେ ଏହା ଏକ ବଡ ପଦକ୍ଷେପ । ଏହାଦ୍ବାରା ବହୁ ସଂଖ୍ୟକ ମହିଳା ଉପକୃତ ହୋଇପାରିବେ । ନିକଟରେ ନ୍ୟାୟାଳୟରେ କେତେଗୁଡିଏ ମାମଲା ଦାୟର କରାଯାଇଥିଲା, ଏଥିରେ ଭୃଣ ସମ୍ପନ୍ଧୀୟ ବିଷମତା ଏବଂ ଯୌନ ଶୋଷଣର ଶିକାର ମହିଳାଙ୍କ ଗର୍ଭଧାରଣ ଆଧାରରେ ଗର୍ଭପାତର ମଞ୍ଜୁରୀପ୍ରାପ୍ତ ସୀମାକୁ ଅଧିକ କରିବା ପାଇଁ ଅନୁମତି ମଗାଯାଇଥିଲା । ଯେଉଁ ମହିଳାମାନଙ୍କର ଗର୍ଭପାତ କରାଇବା ନିହାତି ଆବଶ୍ୟକ, ସେମାନଙ୍କ ପାଇଁ ଗର୍ଭାବସ୍ଥାର ଅବଧିରେ ପ୍ରସ୍ତାବିତ ବୃଦ୍ଧି ଫଳରେ ସେମାନଙ୍କର ଆତ୍ମସମ୍ମାନ, ଗୋପନୀୟତା ଏବଂ ନ୍ୟାୟ ସୁନିଶ୍ଚିତ ହେବ ।

ସ୍ବାସ୍ଥ୍ୟ ଏବଂ ପରିବାର କଲ୍ୟାଣ ମନ୍ତ୍ରଣାଳୟ ପକ୍ଷରୁ ମହିଳାଙ୍କୁ ସୁରକ୍ଷିତ ଗର୍ଭପାତ ସେବା ଯୋଗାଇଦେବା ଓ ଚିକିତ୍ସା କ୍ଷେତ୍ରରେ ପ୍ରଯୁକ୍ତି ବିକାଶକୁ ଧ୍ୟାନରେ ରଖି ବିଭିନ୍ନ ଅଂଶୀଦାର ଓ ମନ୍ତ୍ରଣାଳୟଗୁଡିକ ସହିତ ବ୍ୟାପକ ବିଚାର ବିମର୍ଶ ପରେ ଗର୍ଭପାତ ଆଇନରେ ସଂଶୋଧନ ପ୍ରସ୍ତାବ ଦିଆଯାଇଥିଲା ।

ପୂର୍ବେ ଭୃଣ ହତ୍ୟା ମହାପାପ ବୋଲି ବିବେଚନା କରାଯାଉଥିଲା । ହେଲେ ଏବେ ଆଉ ସେଭଳି ସ୍ଥିତି ନାହିଁ । 1971ରେ ପ୍ରଥମ ଥର ଟର୍ମିନେସନ ଅଫ ପ୍ରେଗନାନ୍ସି ଆଇନ ବଳରେ ଗର୍ଭପାତକୁ କରାଯାଇଥିଲା ବୈଧ ।

ଅବାଞ୍ଛିତ ଗର୍ଭଧାରଣରୁ ମୁକ୍ତି ପାଇବା ଗର୍ଭପାତ ଆଇନର ମୂଳ ଉଦ୍ଦେଶ୍ୟ ଥିଲା । ଦୁଷ୍କର୍ମର ଶିକାର ହେଉଥିବା ପୀଡିତା କିମ୍ବା ଅପରିପକ୍ବ ବୟସରେ ଗର୍ଭଧାରଣ ଯୋଗୁଁ ମା ପ୍ରତି ଥିବା ବିପଦକୁ ଏଡାଇବାକୁ କରାଯାଉଥିଲା ଗର୍ଭପାତ । ହେଲେ ପରବର୍ତ୍ତୀ ସମୟରେ ଆଇନର ଦୁରୂପଯୋଗ ସହ ବ୍ୟାପକ ଗର୍ଭପାତ ବୃଦ୍ଧି ଯୋଗୁଁ ଏଥିରେ ସଂଶୋଧନର ଆବଶ୍ୟକ ପଡିଥିଲା ।

ଆଇନରେ ସଂଶୋଧନ ଆଣି ଗର୍ଭ ନଷ୍ଟ କରିବାର ସମୟସୀମାକୁ ମୋଦି ସରକାର ୨୪ ସପ୍ତାହକୁ ବୃଦ୍ଧି କରିଛନ୍ତି । ଅର୍ଥାତ ୨୪ ସପ୍ତାହ ମଧ୍ୟରେ ଜଣେ ମହିଳା ଚାହିଁଲେ ତାଙ୍କ ଗର୍ଭକୁ ନଷ୍ଟ କରିପାରିବେ । ପୂର୍ବରୁ ଗର୍ଭ ନଷ୍ଟ କରିବାର ସମୟସୀମା ୨୦ ସପ୍ତାହ ଥିଲା । ୨୦ ସପ୍ତାହ ମଧ୍ୟରେ ଗର୍ଭପାତ କରିବା ସମୟରେ ଦେଖାଦେଉଛି ଯେ ମା’ମାନଙ୍କ ଜୀବନ ପ୍ରତି ବିପଦ ସୃଷ୍ଟି ହେଉଛି । ତେଣୁ ୨୪ ସପ୍ତାହ ମଧ୍ୟରେ ଗର୍ଭପାତ କଲେ ଏହା ସୁରକ୍ଷିତ ହୋଇପାରିବ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.