ETV Bharat / bharat

Sengol Row: 'ଭାରତୀୟ ସଂସ୍କୃତିକୁ କାହିଁକି ଘୃଣା କରୁଛି କଂଗ୍ରେସ ?'

author img

By

Published : May 26, 2023, 5:09 PM IST

ସେଙ୍ଗୋଲକୁ ନେଇ ରହିଥିବା ତଥ୍ୟକୁ କଂଗ୍ରେସ ବୋଗସ କହିବା ପରେ ବିରୋଧୀ ଦଳ ଉପରେ ବର୍ଷିଲେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ । ଭାରତୀୟ ସଂସ୍କୃତିକୁ କାହିଁକି କଂଗ୍ରେସ ଏତେ ଘୃଣା କରୁଛି ବୋଲି ସେ ପ୍ରଶ୍ନ କରିଛନ୍ତି । ଅଧିକ ପଢନ୍ତୁ

Sengol Row
Sengol Row

ନୂଆଦିଲ୍ଲୀ: ନୂଆ ସଂସଦ ଭବନକୁ ନେଇ ଲାଗି ରହିଛି ବିବାଦ । ଏପଟେ ନ୍ୟାୟ ଓ ନିରପେକ୍ଷ ଶାସନର ପ୍ରତୀକ ପବିତ୍ର ସେଙ୍ଗୋଲକୁ ନେଇ ବିଜେପି ଦ୍ବାରା ଦିଆଯାଇଥିବା ତଥ୍ୟକୁ ବୋଗସ କହିଛି କଂଗ୍ରେସ । ଇଂରେଜମାନେ ଭାରତୀୟଙ୍କୁ ଶାସନ କ୍ଷମତା ହସ୍ତାନ୍ତର କରିବା ସମୟରେ ଦେଶର ପ୍ରଥମ ପ୍ରଧାନମନ୍ତ୍ରୀ ନେହେରୁଙ୍କୁ ଏହି ପବିତ୍ର ସେଙ୍ଗୋଲକୁ ପ୍ରଦାନ କରିଥିଲେ । ତେବେ ଏନେଇ କୌଣସି ପ୍ରମାଣ ନଥିବା ଜୟରାମ ଅଭିଯୋଗ କରିବା ପରେ କଂଗ୍ରେସକୁ ଟାର୍ଗେଟ କରିଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ । କଂଗ୍ରେସ କାହିଁକି ଭାରତୀୟ ସଂସ୍କୃତିକୁ ଏତେ ଘୃଣା କରୁଛି ବୋଲି ସେ ଟ୍ବିଟ୍‌ କରି ପ୍ରଶ୍ନ କରିଛନ୍ତି ।

  • Why does the Congress party hate Indian traditions and culture so much? A sacred Sengol was given to Pandit Nehru by a holy Saivite Mutt from Tamil Nadu to symbolize India’s freedom but it was banished to a museum as a ‘walking stick’.

    — Amit Shah (@AmitShah) May 26, 2023 " class="align-text-top noRightClick twitterSection" data=" ">

ପବିତ୍ର ସେଙ୍ଗୋଲକୁ ତାମିଲନାଡୁର ଏକ ଶୈବ ମଠରୁ ପଣ୍ଡିତ ନେହେରୁଙ୍କୁ ଦିଆଯାଇଥିବା ବେଳେ ଏହାକୁ ଚଳନ୍ତା ବାଡି ହିସାବରେ ଏକ ସଂଗ୍ରହାଳୟକୁ ପଠାଯାଇଥିଲା । ତେବେ କେନ୍ଦ୍ର ସରକାର ନୂତନ ସଂସଦ ଭବନରେ ଏହାକୁ ସ୍ଥାପିତ କରିବାକୁ ଯାଉଛି । ଏନେଇ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ କହିଥିଲେ, "ପ୍ରଥମ ପ୍ରଧାନମନ୍ତ୍ରୀ ନେହେରୁ ୧୯୪୭ ଅଗଷ୍ଟ ୧୪ ତାରିଖରେ ତାମିଲନାଡୁର ଥିରୁବଥୁରାଇ ମଠାଧୀଶଙ୍କଠାରୁ ଏହି ପବିତ୍ର ‘ସେଙ୍ଗୋଲ’କୁ ଗ୍ରହଣ କରିଥିଲେ । ବ୍ରିଟିଶମାନେ ଭାରତୀୟଙ୍କୁ ଶାସନ କ୍ଷମତା ହସ୍ତାନ୍ତର କରିବା ସମୟରେ ନେହେରୁ ଏହି ପବିତ୍ର ସେଙ୍ଗୋଲ ଗ୍ରହଣ କରିଥିଲେ । ଏହି ‘ସେଙ୍ଗୋଲ’ ନ୍ୟାୟ ନୀତିପରାୟଣ ଶାସନରେ ପବିତ୍ର ପ୍ରତୀକ । ଏବେ ଅମୃତକାଳରେ ଦେଶ ନୂତନ ସଂସଦ ଲୋକାର୍ପିତ କରିବାକୁ ଯାଉଛି । ଏହି ନୂତନ ସଂସଦରେ ଉକ୍ତ ପବିତ୍ର ‘ସେଙ୍ଗୋଲ’କୁ ସ୍ଥାପିତ କରିବାର ନିର୍ଣ୍ଣୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନେଇଛନ୍ତି । ତାମିଲନାଡୁର ସମ୍ପୃକ୍ତ ମଠର ମଠାଧୀଶ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଏହି ‘ସେଙ୍ଗୋଲ’ ହସ୍ତାନ୍ତର କରିବେ ।"

  • Now, Congress has heaped another shameful insult. The Thiruvaduthurai Adheenam, a holy Saivite Mutt, itself spoke about the importance of the Sengol at the time of India’s freedom. Congress is calling the Adheenam’s history as BOGUS! Congress needs to reflect on their behaviour.

ଏହା ବି ପଢନ୍ତୁ- ନୂଆ ସଂସଦ ଭବନରେ ସ୍ଥାପିତ ହେବ ପବିତ୍ର ‘ସେଙ୍ଗୋଲ’, ତାମିଲନାଡୁର ମଠାଧୀଶଙ୍କଠାରୁ ଗ୍ରହଣ କରିବେ ପ୍ରଧାନମନ୍ତ୍ରୀ

ସେଙ୍ଗୋଲକୁ ନେଇ ଏହି ତଥ୍ୟକୁ ବୋଗସ ବୋଲି ଜୟରାମ କହିବା ପରେ ଅମିତ ଶାହ ତାଙ୍କୁ ଟାର୍ଗେଟ କରି କହିଛନ୍ତି ଯେ, କଂଗ୍ରେସ ଭାରତର ଇତିହାସକୁ ବୋଗସ କରିବାରେ ଲାଗିଛି । ଏନେଇ କେନ୍ଦ୍ର ଗୃହମନ୍ତ୍ରୀ କହିଛନ୍ତି, "ତାମିଲନାଡୁର ଥିରୁବଥୁରାଇ ମଠାଧୀଶ ନିଜେ ସେଙ୍ଗୋଲର ମାହାତ୍ମ୍ୟ ସମ୍ପର୍କରେ କହିଛନ୍ତି । କଂଗ୍ରେସ ଏହି ପବିତ୍ର ଇତିହାସକୁ ବୋଗସ ବୋଲି କହୁଛି । କଂଗ୍ରେସ ନିଜ ଆଚରଣ ଉପରେ ସଞ୍ଜମତା ରକ୍ଷା କରିବା ଆବଶ୍ୟକ । ଦଳରୁ ଊର୍ଦ୍ଧ୍ବରେ ଦେଶର ସ୍ବାର୍ଥକୁ ରଖିବା ଆବଶ୍ୟକ ।"

  • Is it any surprise that the new Parliament is being consecrated with typically false narratives from the WhatsApp University? The BJP/RSS Distorians stand exposed yet again with Maximum Claims, Minimum Evidence.

    1. A majestic sceptre conceived of by a religious establishment in… pic.twitter.com/UXoqUB5OkC

    — Jairam Ramesh (@Jairam_Ramesh) May 26, 2023 " class="align-text-top noRightClick twitterSection" data=" ">

ନୂତନ ସଂସଦ ଭବନ ଉଦଘାଟନ ସମାରୋହକୁ ବିରୋଧୀ ଦଳଗୁଡ଼ିକର ବୟକଟ ଉପରେ ମଧ୍ୟ ଅମିତ ଶାହ ପ୍ରତିକ୍ରିୟା ପ୍ରକାଶ କରିଛନ୍ତି । ସେ କହିଛନ୍ତି, "ବିରୋଧୀ ଦଳଗୁଡ଼ିକ ଉଦଘାଟନ ସମାରୋହକୁ ବୟକଟ କରିବାର ସରଳ ଉତ୍ତର ହେଉଛି ସେମାନେ ବଂଶବାଦୀ ରାଜନୀତି କରୁଛନ୍ତି । ସେମାନଙ୍କ ରାଜତନ୍ତ୍ର ପଦ୍ଧତି ଆମ ସମ୍ବିଧାନର ଗଣତନ୍ତ୍ର ଏବଂ ଗଣତନ୍ତ୍ରର ନୀତିର ଊର୍ଦ୍ଧ୍ବରେ ରହିଛି । ଏମାନେ ଦେଶର ଗଣତନ୍ତ୍ର ଉପରେ କିପରି ରାଜନୀତି କରୁଛନ୍ତି ତାହାକୁ ଦେଶବାସୀ ଦେଖୁଛନ୍ତି । ଆଗାମୀ ଦିନରେ ଲୋକେ ସେମାନଙ୍କୁ ଏହାର ଉଚିତ ଦଣ୍ଡ ଦେବେ ।"

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.