ETV Bharat / bharat

ଆସାମ ମୁଖ୍ୟମନ୍ତ୍ରୀଙ୍କୁ ୱବେସୀଙ୍କ ପ୍ରଶ୍ନ: ସ୍ବାମୀ ଜେଲ୍ ଗଲେ ସ୍ତ୍ରୀ କଥା ବୁଝିବ କିଏ ? - ଏଆଇଏମଆଇଏମ ମୁଖ୍ୟ ଅସାଦୁଦ୍ଦିନ ଓୱେସୀ

ଆସାମରେ ବାଲ୍ୟ ବିବାହ ଘଟଣାରେ କାର୍ଯ୍ୟାନୁଷ୍ଠାନ ନେଇ ରାଜ୍ୟ ସରକାରଙ୍କ ଉପରେ ବର୍ଷିଲେ ଅସାଦୁଦ୍ଦିନ ଓୱେସୀ । ସ୍ବାମୀ ଜେଲ୍ ଗଲେ ସ୍ତ୍ରୀ କଥା ବୁଝିବ କିଏ ବୋଲି ମୁଖ୍ୟମନ୍ତ୍ରୀଙ୍କୁ ପଚାରିଲେ । ଅଧିକ ପଢନ୍ତୁ

ଅସାଦୁଦ୍ଦିନ ୱବେସୀଙ୍କ ସାମ୍ବାଦିକ ସମ୍ମିଳନୀ
ଅସାଦୁଦ୍ଦିନ ୱବେସୀଙ୍କ ସାମ୍ବାଦିକ ସମ୍ମିଳନୀ
author img

By

Published : Feb 5, 2023, 9:57 AM IST

ଗୌହାଟୀ: ବାଲ୍ୟ ବିବାହ ବିରୁଦ୍ଧରେ ଆସାମ ସରକାର କଠୋର କାର୍ଯ୍ୟାନୁଷ୍ଠାନ ନେଉଛନ୍ତି । ୧୮ ବର୍ଷରୁ କମ୍ ବୟସ୍କ ଝିଅଙ୍କୁ ବିବାହ ମାମଲାରେ ରାଜ୍ୟରେ ଏ ପର୍ଯ୍ୟନ୍ତ ୨,୨୫୦ ଜଣ ପୁରୁଷ ଗିରଫ ହୋଇସାରିଛନ୍ତି । ୪୦୦୦ରୁ ଅଧିକ ମାମଲା ରୁଜୁ ହୋଇଛି । ଏହି ଘଟଣାକୁ ନେଇ ଆସାମରେ ଉତ୍ତେଜନା ପ୍ରକାଶ ପାଇଥିବା ବେଳେ ଏବେ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ବଶର୍ମାଙ୍କ ଉପରେ ବର୍ଷିଛନ୍ତି ଏଆଇଏମଆଇଏମ ମୁଖ୍ୟ ଅସାଦୁଦ୍ଦିନ ଓୱେସୀ । ସ୍ବାମୀମାନଙ୍କୁ ଗିରଫ କରାଯାଇ ଜେଲ୍ ପଠାଗଲେ ସେମାନଙ୍କ ସ୍ତ୍ରୀଙ୍କ କଥା କିଏ ବୁଝିବ ? କିଏ ସେମାନଙ୍କ ଯତ୍ନ ନେବ ବୋଲି ୱବେସୀ ମୁଖ୍ୟମନ୍ତ୍ରୀଙ୍କୁ ପ୍ରଶ୍ନ କରିଛନ୍ତି ।

ହାଇଦ୍ରାବାଦ ସାଂସଦ ୱବେସୀ ସାମ୍ବାଦିକ ସମ୍ମିଳନୀ କରି କହିଛନ୍ତି, ଗତ ୬ ବର୍ଷ ଧରି ନୀରବ ଥିବା ରାଜ୍ୟ ସରକାରଙ୍କ ଏହା ବିଫଳତା । ୬ ବର୍ଷ ହେଲାଣି ଆସାମରେ ବିଜେପି ସରକାର ଅଛି । ସେମାନେ ଏତେ ବର୍ଷ ଭିତରେ କ'ଣ କରିଛନ୍ତି । ଏବେ ରାଜ୍ୟ ସରକାର ସ୍ବାମୀମାନଙ୍କୁ ଗିରଫ କରି ଜେଲ୍ ପଠାଉଛନ୍ତି । ସ୍ବାମୀ ଜେଲ୍ ଯିବା ପରେ ସ୍ତ୍ରୀ କଥା କିଏ ବୁଝିବ ? ମୁଖ୍ୟମନ୍ତ୍ରୀ ବିଶ୍ବଶର୍ମା ବୁଝିବେ କି ବୋଲି ପ୍ରଶ୍ନ କରିଛନ୍ତି ଏଆଇଏମଆଇଏମ ନେତା । ଏହା ରାଜ୍ୟ ସରକାରଙ୍କ ବିଫଳତା ହୋଇଥିବାବେଳେ ସରକାର ପୁରୁଷମାନଙ୍କ ଜୀବନକୁ ଦୁର୍ବିସହ କରୁଥିବା ସେ କହିଛନ୍ତି ।

ଏହାମଧ୍ୟ ପଢନ୍ତୁ: ଆସାମରେ ବାଲ୍ୟବିବାହ ନିରୋଧ ଅଭିଯାନକୁ କୋକୁଆ ଭୟ, ଜୀବନ ହାରିଲେ ମହିଳା !

ସୂଚନା ମୁତାବକ, ଶନିବାର ସୁଦ୍ଧା ବାଲ୍ୟବିବାହ ମାମଲାରେ ରାଜ୍ୟରେ ୨,୨୫୦ ଜଣ ପୁରୁଷଙ୍କୁ ଗିରଫ କରାଯାଇଛି । ଏହି ଘଟଣାରେ ୪,୦୭୪ଟି ମାମଲା ରୁଜୁ ହୋଇଥିବାବେଳେ ଆଉ ୪ ହଜାରଟି ମାମଲା ପଡିଛି । ଆସାମ ସରକାରଙ୍କ ଅନୁଯାୟୀ, ୧୪ ବର୍ଷରୁ କମ୍ ଝିଅକୁ ବିବାହ କରିଥିବା ପୁରୁଷଙ୍କ ବିରୁଦ୍ଧରେ ପୋକ୍ସୋ ଆକ୍ଟରେ ଏବଂ ୧୪ରୁ ୧୮ ବର୍ଷର ନାବାଳିକାଙ୍କୁ ବିବାହ ମାମଲାରେ ବାଲ୍ୟବିବାହ ନିଷେଧ ଅଧିନିୟମ,୨୦୦୬ରେ ମାମଲା ରୁଜୁ କରାଯିବ ।

ୱବେସୀ କହିଛନ୍ତି, ଏ ଯାଏଁ ୪୦୦୦ଟି ମାମଲା ରୁଜୁ ହୋଇଥିବା ବେଳେ ଆଉ ୪ ହଜାର ମାମଲା ପାଇଁ ପ୍ରକ୍ରିୟା ଜାରି ରହିଛି । ତେଣୁ ସରକାର ଏଥିପାଇଁ ରାଜ୍ୟରେ ସ୍କୁଲ ଖୋଲିଦିଅନ୍ତୁ ବୋଲି କହି ସେ ସମାଲୋଚନା କରିଛନ୍ତି । ଏହାସହିତ ଆସାମ ବିଜେପି ସରକାର ମୁସଲିମଙ୍କ ସହ ପକ୍ଷପାତିତା କରୁଥିବା ଏଆଇଏମଆଇଏମ ନେତା ଅଭିଯୋଗ ଆଣିଛନ୍ତି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.