ETV Bharat / bharat

Himachal Result: ହିମାଚଳରେ ମଉଳିଲା ପଦ୍ମ, ଉଠିଲା ହାତ

author img

By

Published : Dec 8, 2022, 5:50 PM IST

Updated : Dec 9, 2022, 6:03 AM IST

ହିମାଚଳରେ ମଉଳିଲା ପଦ୍ମ । ବିଜେପି ହାତରୁ କ୍ଷମତା ଛଡାଇ ନେଲା କଂଗ୍ରେସ । ହିମାଚଳ ପ୍ରଦେଶ ବିଧାନସଭା ନିର୍ବାଚନରେ କଂଗ୍ରେସର ବିଜୟ ପରେ ଏବେ କିଏ ହେବେ ନୂଆ ମୁଖ୍ୟମନ୍ତ୍ରୀ ସେନେଇ ଆରମ୍ଭ ହୋଇଯାଇଛି ଚର୍ଚ୍ଚା । ଅଧିକ ପଢନ୍ତୁ

Himachal Result: ହିମାଚଳରେ ମଉଳିଲା ପଦ୍ମ, ବାଜି ମାରିନେଲା କଂଗ୍ରେସ

ଶିମଲା: ହିମାଚଳ ପ୍ରଦେଶରେ ବଜାୟ ରହିଲା ପରମ୍ପରା । ପାହାଡି ରାଜ୍ୟରେ ମଉଳି ଗଲା ପଦ୍ମ । ଶାସକ ଭାରତୀୟ ଜନତା ପାର୍ଟି(BJP) ହାତରୁ କ୍ଷମତା ଛଡାଇ ନେଲା କଂଗ୍ରେସ । ହିମାଚଳ ବିଧାନସଭା ନିର୍ବାଚନରେ ବିଜେପି ଓ କଂଗ୍ରେସ ମଧ୍ୟରେ କଡା ସଂଘର୍ଷ ଦେଖିବାକୁ ମିଳିଥିବା ବେଳେ ଶେଷରେ ଭୋଟ ଗଣତି ଫଳାଫଳ କଂଗ୍ରେସ ସପକ୍ଷରେ ଯାଇଛି । କଂଗ୍ରେସକୁ ବିଜୟ ମୁକୁଟ ପିନ୍ଧାଇଛନ୍ତି ହିମାଚଳବାସୀ । କଂଗ୍ରେସ ମ୍ୟାଜିକ ନମ୍ବର ୩୫ ଅତିକ୍ରମ କରିସାରିଛି । ସଦ୍ୟତମ ରେଜଲ୍ଟ ଅନୁସାରେ କଂଗ୍ରେସ ୪୦ ଆସନରେ ବିଜୟ ରେକର୍ଡ କରିଛି । ବିଜେପି ଖାତାକୁ ଯାଇଛି ମାତ୍ର ୨୫ଟି ଆସନ । ସେହିପରି ୩ଟି ଆସନରେ ସ୍ବାଧୀନ ପ୍ରାର୍ଥୀ ଜିତିଥିବାରୁ ବିଜେପିର ପ୍ଲାନ-ବି ମଧ୍ୟ ନିଷ୍କ୍ରିୟ ହୋଇଯାଇଛି । ତେଣୁ ବିଜେପି ଚୂଡାନ୍ତ ଫଳାଫଳ ଘୋଷଣା ପୂର୍ବରୁ ପରାଜୟ ସ୍ବୀକାର କରିଛି ।

ହିମାଚଳରେ କଂଗ୍ରେସ ସରକାର ଗଠନ କରିବ ବୋଲି ସ୍ପଷ୍ଟ ହୋଇସାରିଛି । ହେଲେ ବର୍ତ୍ତମାନ ସମୟରେ ସବୁଠୁ ବଡ ପ୍ରଶ୍ନ ହୋଇଛି ହିମାଚଳରେ କଂଗ୍ରେସର ମୁଖ୍ୟମନ୍ତ୍ରୀ ହେବ କିଏ (Who Will Be Himachal Chief Minister) ? ହିମାଚଳରେ କଂଗ୍ରେସ ନିଜର ମୁଖ୍ୟମନ୍ତ୍ରୀ ଚେହେରା ସ୍ପଷ୍ଟ କରିନଥିବାରୁ ଏହି ପାହାଡି ରାଜ୍ୟର କିଏ ମୁଖିଆ ହେବ ତାହାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଯାଇଛି । ତେବେ ଏହାରି ଭିତରେ ହିମାଚଳ କଂଗ୍ରେସର କିଛି ଚର୍ଚ୍ଚିତ ବ୍ୟକ୍ତିବିଶେଷଙ୍କ ନାମ ମୁଖ୍ୟମନ୍ତ୍ରୀ ଦାବିଦାର ଭାବେ ସାମ୍ନାକୁ ଆସିଛି । ସେମାନେ ହେଲେ...

1. ପ୍ରତିଭା ସିଂହ(Pratibha Singh):

ହିମାଚଳ ପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ବୀରଭଦ୍ର ସିଂହଙ୍କ ପତ୍ନୀ ହେଉଛନ୍ତି ପ୍ରତିଭା ସିଂହ । ସେ ହିମାଚଳ କଂଗ୍ରେସ ସଭାପତି ଦାୟିତ୍ବରେ ଅଛନ୍ତି । ଏହାସହିତ ପ୍ରତିଭା ସିଂହ ମଣ୍ଡି ଲୋକସଭା ଆସନରେ ସାଂସଦ ରହିଥିବା ବେଳେ ଚଳିତ ବିଧାନସଭା ନିର୍ବାଚନରେ ପ୍ରତିଦ୍ବନ୍ଦିତା କରିନାହାଁନ୍ତି । ହେଲେ ନିର୍ବାଚନରେ କଂଗ୍ରେସ ବୀରଭଦ୍ର ସିଂହଙ୍କ ନାଁ ନେଇ ସବୁଠି ପ୍ରଚାର କରିଥିବାରୁ ତାଙ୍କର ପତ୍ନୀ ପ୍ରତିଭା ସିଂହ ମୁଖ୍ୟମନ୍ତ୍ରୀ ପଦ ପାଇଁ ବଡ ଦାବିଦାର ବୋଲି କୁହାଯାଉଛି । ଏହାସହିତ ଦଳ ତାଙ୍କର ପୁଅ ବିକ୍ରମାଦିତ୍ୟଙ୍କୁ ମଧ୍ୟ ମୁଖ୍ୟମନ୍ତ୍ରୀ କରିପାରେ ବୋଲି ମଧ୍ୟ ଚର୍ଚ୍ଚା ହେଉଛି ।

ସୁଖବିନ୍ଦର ସିଂହ ସୁଖୁ(Sukhuvinder Singh Sukhu):

ପୂର୍ବତନ ରାଜ୍ୟ ସଭାପତି ଥିବା ସୁଖବିନ୍ଦର ସିଂହ ସୁଖୁ ଚଳିତ ବିଧାନସଭା ନିର୍ବାଚନ ପାଇଁ କଂଗ୍ରେସ ପ୍ରଚାର କମିଟିର ମୁଖ୍ୟ ଥିଲେ । ପୂର୍ବତନ ମୁଖ୍ୟମନ୍ତ୍ରୀ ବୀରଭଦ୍ର ସିଂହଙ୍କ ସହ ତାଙ୍କର ମତଭେଦ ଥିବାସତ୍ତ୍ବେ ତାଙ୍କୁ ରାହୁଲ ଗାନ୍ଧୀଙ୍କ ଅତି ନିକଟତର ବୋଲି କୁହାଯାଏ । ସୁଖବିନ୍ଦର ତିନି ଥରର ବିଧାୟକ ଅଟନ୍ତି । ଏହାସହିତ ଚଳିତ ବିଧାନସଭା ନିର୍ବାଚନରେ ହାମୀରପୁର ଜିଲ୍ଲା ନାଦୌନ ଆସନରୁ ପ୍ରତିଦ୍ବନ୍ଦିତା କରି ବିଜୟ ଲାଭ କରିଛନ୍ତି । ତେଣୁ ମୁଖ୍ୟମନ୍ତ୍ରୀ ଭାବେ କଂଗ୍ରେସ ହାଇକମାଣ୍ଡ ତାଙ୍କ ନାଁରେ ମୋହର ମାରିପାରେ ବୋଲି କୁହାଯାଉଛି ।

ମୁକେଶ ଅଗ୍ନିହୋତ୍ରୀ(Mukesh Agnihotri):

ବରିଷ୍ଠ କଂଗ୍ରେସ ନେତା ମୁକେଶ ଅଗ୍ନିହୋତ୍ରୀ ହିମାଚଳ ବିଧାନସଭାରେ ବିରୋଧି ଦଳ ନେତା ଅଟନ୍ତି । ସେ ବୀରଭଦ୍ର ସିଂହଙ୍କ ସରକାରରେ ମନ୍ତ୍ରୀ ଥିଲେ । ମୁକେଶ ପ୍ରତିଭା ସିଂହଙ୍କ ଅତି ଘନିଷ୍ଠ ମଧ୍ୟ ଅଟନ୍ତି । ତେଣୁ ମୁଖ୍ୟମନ୍ତ୍ରୀ ଭାବେ ପ୍ରତିଭା ସିଂହ ତାଙ୍କୁ ସମର୍ଥନ କରିପାରନ୍ତି ବୋଲି କୁହାଯାଉଛି । ମୁକେଶ ୪ ଥରର ବିଧାୟକ ଥିବାବେଳେ ଚଳିତ ନିର୍ବାଚନରେ ଉନ୍ନା ଜିଲ୍ଲାର ହରୋଲି ବିଧାନସଭା ଆସନରୁ ପ୍ରତିଦ୍ବନ୍ଦିତା କରି ବିଜୟୀ ହୋଇଛନ୍ତି ।

ଏହାବ୍ୟତୀତ କଂଗ୍ରେସରର ଛଅ ଥରର ବିଧାୟିକ ଆଶା କୁମାରୀ ଓ ବରିଷ୍ଠ କଂଗ୍ରେସ ନେତା ତଥା ପୂର୍ବତନ ବିଧାୟକ ଠାକୁର କୌଲ ସିଂହଙ୍କ ନାମ ମଧ୍ୟ ମୁଖ୍ୟମନ୍ତ୍ରୀ ଚେହେରା ଭାବେ ଚର୍ଚ୍ଚା ହେଉଥିଲା । ମାତ୍ର ଚଳିତ ନିର୍ବାଚନରେ ଉଭୟ ନେତାଙ୍କୁ ପରାଜୟ ବରଣ କରିବାକୁ ପଡିଛି ।

Last Updated : Dec 9, 2022, 6:03 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.