ETV Bharat / bharat

Sameer Wankhede: ନାଁ ଶୁଣିଲେ ଡରନ୍ତି ଡ୍ରଗ୍ସ ମାଫିଆ, ଟାର୍ଗେଟରେ ବଲିଉଡ-ଡ୍ରଗ୍ସ କନେକ୍ସନ

author img

By

Published : Oct 19, 2021, 7:00 AM IST

Rowdy ଅଫିସର ସମୀର ୱାଙ୍ଖଡେ(Sameer Wankhede) । ନାଁରୁ ପ୍ରତୀୟମାନ ହେଉଛି ଯେ, କେତେ ଟାଣ ଅଫିସର । ଡ୍ରଗ୍ସ ମାଫିଆଙ୍କ ମଧ୍ୟରେ କୋକୁଆ ଭୟ ସେତେବେଳେ ସୃଷ୍ଟି ହୁଏ, ଯେତେବେଳେ ସମୀର ୱାଙ୍ଖଡେ ଧରପଗଡ କରନ୍ତି । ହ୍ୟାଣ୍ଡସମ୍ ହଙ୍କ ସମୀର ଏନସିବି(NCB)ର ଜୋନାଲ ଡାଇରେକ୍ଟର । ଆର୍ୟନ ଖାନ କେସର ମୁଖ୍ୟ ପୁରୋଧା ହେଉଛନ୍ତି ମରାଠୀ ଅଫିସର ସମୀର । ଡ୍ରଗ୍ସ ମାମଲାରେ ହାତେଇଛନ୍ତି ବହୁ ସଫଳତା । ସୋସିଆଲ ମିଡିଆ ଠାରୁ ଆରମ୍ଭ କରି ହାଇଲେଭଲ ଅଫିସ ପର୍ଯ୍ୟନ୍ତ ତାଙ୍କରି ଚର୍ଚ୍ଚା । ତେବେ କିଏ ଏହି ଟାଣୁଆ ଅଫିସର, କେମିତି ହେଲେ ଏନସିବିର ଜୋନାଲ ଡାଇରେକ୍ଟର, ପଢନ୍ତୁ ETV BHARATର Special Report...

Sameer Wankhede: ନାଁ ଶୁଣିଲେ ଡରନ୍ତି ଡ୍ରଗ୍ସ ମାଫିଆ, ଟାର୍ଗେଟରେ ବଲିଉଡ-ଡ୍ରଗ୍ସ କନେକ୍ସନ
Sameer Wankhede: ନାଁ ଶୁଣିଲେ ଡରନ୍ତି ଡ୍ରଗ୍ସ ମାଫିଆ, ଟାର୍ଗେଟରେ ବଲିଉଡ-ଡ୍ରଗ୍ସ କନେକ୍ସନ

ମୁମ୍ବାଇ: ବହୁ ଚର୍ଚ୍ଚିତ କ୍ରୁଜ ସିପ ଡ୍ରଗ୍ସ ପାର୍ଟି ମାମଲାରେ ଗିରଫ ହୋଇଛନ୍ତି ବଲିଉଡ଼ ସୁପରଷ୍ଟାର ଶାହାରୁଖ ଖାନଙ୍କ ପୁଅ ଆର୍ୟନ ଖାନ । ଏହି ମାମଲାର ପରବର୍ତ୍ତୀ ଶୁଣାଣି ୨୦ ଅକ୍ଟୋବରରେ ହେବ । ଫଳରେ ଆସନ୍ତା ୨୦ ତାରିଖ ପର୍ଯ୍ୟନ୍ତ ଜେଲରେ ରହିବେ ଆର୍ୟନ । ଏହି ଘଟଣା ଏବେ ବଲିଉଡ ଠାରୁ ଆରମ୍ଭ କରି ସମଗ୍ର ଦେଶରେ ହଇଚଇ ସୃଷ୍ଟି କରିଛି । ଏହି ହାଇ-ପ୍ରୋଫାଇଲ କେସରେ ଆର୍ୟନ ଯେତେ ଚର୍ଚ୍ଚାରେ ଅଛନ୍ତି, ତା ଠାରୁ ଅଧିକ ଚର୍ଚ୍ଚାରେ ସମୀର ୱାଙ୍ଖଡେ(Sameer Wankhede) । ତେବେ କିଏ ଏହି ସମୀର । କାହିଁକି ତାଙ୍କୁ ନିଶା ଓ ଡ୍ରଗ୍ସ ମାମଲାର ବିଶେଷଜ୍ଞ ବୋଲି କୁହାଯାଏ, କାହିଁକି ତାଙ୍କୁ ନେଇ ଏତେ ଆଲୋଚନା-ପର୍ଯ୍ୟାଲୋଚନା । ୱାଙ୍ଖଡେଙ୍କ କାମକୁ ନେଇ କାହିଁକି ଚାରିଆଡେ ଚର୍ଚ୍ଚା ।

ଚାଲନ୍ତୁନା ଜାଣିବା କିଏ ସେହି ଟପ୍ ମୋଷ୍ଟ NCB ଅଫିସର...

୨୦୦୮ ବ୍ୟାଚର ଆଇଆରଏସ୍(IRS) ଅଧିକାରୀ:

ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ(NCB)ର ଜୋନାଲ ଡାଇରେକ୍ଟର ସମୀର ୱାଙ୍ଖଡେ(Sameer Wankhede) ୨୦୦୮ ବ୍ୟାଚର ଆଇଆରଏସ୍ ଅଧିକାରୀ । ଭାରତୀୟ ରାଜସ୍ବ ସେବାରେ ନିଯୁକ୍ତି ହେବା ପରେ ତାଙ୍କ ପ୍ରଥମ ପୋଷ୍ଟିଂ ମୁମ୍ବାଇସ୍ଥିତ ଛତ୍ରପତି ଶିବାଜୀ ଇଣ୍ଟରନ୍ୟାସନାଲ ଏୟାରପୋର୍ଟରେ ଡେପୁଟି କଷ୍ଟମ କମିଶନର ଭାବେ ହୋଇଥିଲା । ସଚ୍ଚୋଟ, ଦକ୍ଷତା ଓ କର୍ତ୍ତବ୍ୟପରାୟଣତା ଯୋଗୁଁ ତାଙ୍କୁ ପରେ ଆନ୍ଧ୍ରପ୍ରଦେଶ ଓ ଦିଲ୍ଲୀ ପଠାଯାଇଥିଲା । ତାଙ୍କୁ ନିଶା ଓ ଡ୍ରଗ୍ସ ସହ ଜଡିତ ମାମଲାର ବିଶେଷଜ୍ଞ କୁହାଯାଏ । ସମୀର ୱାଙ୍ଖଡେଙ୍କ ନେତୃତ୍ବରେ ଗତ ୨ ବର୍ଷ ଭିତରେ ପାଖାପାଖି ୧୭ ହଜାର କୋଟି ଟଙ୍କାର ନିଶା ଓ ଡ୍ରଗ୍ସ ରାକେଟର ପର୍ଦ୍ଦାଫାଶ କରାଯାଇଥିଲା ।

ବଲିଉଡ ଡ୍ରଗ୍ସ କନେକ୍ସସନ ଓ ସମୀର ୱାଙ୍ଖଡେ:

ଡ୍ରଗ୍ସ ମାମଲାରେ ଏନସିବି ଲଗାତାର ଆର୍ୟନ ଖାନର ଜାମିନକୁ ବିରୋଧ କରିଆସିଛି । ବାରମ୍ବାର ତାଙ୍କର ଜାମିନ ବାତିଲ ହେବାରେ ଲାଗିଛି । ଆର୍ୟନଙ୍କ ଜାମିନ ଉପରେ ଆସନ୍ତା ୨୦ ତାରିଖରେ ଆଗାମୀ ଶୁଣାଣି ହେବ । ସେତେବେଳ ପର୍ଯ୍ୟନ୍ତ ତାଙ୍କୁ ଜେଲରେ ରହିବାକୁ ପଡିବ । ସମୀର ଓ୍ଵାଙ୍ଖଡେ ନିଜ ଟିମ୍ ସହ ଆର୍ୟନ ଖାନ ଓ ତାଙ୍କ ସହ ଗିରଫ ହୋଇଥିବା ସହଯୋଗୀଙ୍କ କାଉନସେଲିଂ କରିବାରେ ଲାଗିଛନ୍ତି । ସମୀରଙ୍କ କଡା ସାକ୍ଷୀ ଯୋଗୁଁ ବାରମ୍ବାର ଆର୍ୟନ ଖାନଙ୍କ ଜାମିନ ବାତିଲ ହେବାରେ ଲାଗିଛି ।

ଅଭିନେତା ସୁଶାନ୍ତ ସିଂ ରାଜପୁତ(Sushant Singh Rajput)ଙ୍କ ମୃତ୍ୟୁ ପରେ ବଲିଉଡ ଜଗତ ସହ ଡ୍ରଗ୍ସ ମାଫିଆଙ୍କ କନେକ୍ସସନ ଥିବା ଜଣାପଡିଥିଲା । ଏହାପର ଠାରୁ NCB ନଜରରେ ସବୁବେଳେ ବଲିଉଡ ସେଲିବ୍ରିଟି ରହୁଥିଲେ । ସୁଶାନ୍ତଙ୍କ ମୃତ୍ୟୁ ପରେ ଏନସିବି ଗତ ଏକ ବର୍ଷ ମଧ୍ୟରେ ବଲିଉଡର ବଡ ବଡ ଅଭିନେତା-ଅଭିନେତ୍ରୀଙ୍କୁ ପଚରାଉଚୁରା କରିସାରିଲାଣି । ସେତେବେଳେ ଏନସିବି ନାଁ ଶୁଣିଲେ ବଲିଉଡ ଜଗତରେ ପଶୁ ଥିଲା ଛନକା । ଆଉ ବର୍ତ୍ତମାନ ଏନସିବି ପୁଣି ଚର୍ଚ୍ଚାର ପରିସରକୁ ଆସିଛି । କ୍ରୁଜ ସିପ୍‌ରେ ଛାପା ମାରି ଶାହାରୁଖ ଖାନଙ୍କ ପୁଅ ଆର୍ୟନ ଖାନଙ୍କ ସମେତ ବହୁ ହାଇ-ପ୍ରୋଫାଇଲ ଲୋକଙ୍କୁ ଗିରଫ କରାଯାଇଥିଲା । ଏମାନଙ୍କ ପାଖରୁ ଡ୍ରଗ୍ସ ଜବତ କରାଯାଇଥିଲା । ଏହି ଅପରେସନର ମୁଖ୍ୟ କଥା ହେଉଛି, ଏହି ଅପରେସନର ନେତୃତ୍ବ ନେଇଥିଲେ ଜୋନାଲ ଡାଇରେକ୍ଟର ସମୀର ୱାଙ୍ଖଡେ ।

ଏନସିବି ଅଫିସ ବାହାରେ Rowdy ଅଫିସର ସମୀର ୱାଙ୍ଖଡେ

ପ୍ରଥମେ AIUର ଉପାୟୁକ୍ତ ପରେ NCB ଚିଫ୍:

୪୦ ବର୍ଷୀୟ ସମୀର ୱାଙ୍ଖଡେଙ୍କ ଜନ୍ମ ମୁମ୍ବାଇରେ ହୋଇଥିଲା । ତାଙ୍କ ବାପା ଦ୍ୟାନଦେଓ ୱାଙ୍ଖଡେ(Dnyandeo Wankhede) ଜଣେ ପୋଲିସ ଅଧିକାରୀ ଥିଲେ । ମରାଠୀ ଅଭିନେତ୍ରୀ କ୍ରାନ୍ତି ରେଡକର(Kranti Redkar)ଙ୍କୁ ୨୦୧୭ରେ ବିବାହ କରିଥିଲେ । ସମୀର ୨୦୦୮ ବ୍ୟାଚର ଭାରତୀୟ ରାଜସ୍ବ ସେବା(IRS) ଅଧିକାରୀ । ସେ ପ୍ରଥମେ ଏୟାର ଇଣ୍ଟେଲିଜେନ୍ସ ୟୁନିଟ୍(AIU)ର ଉପାୟୁକ୍ତ ଏବଂ ପରେ ରାଷ୍ଟ୍ରୀୟ ଯାଞ୍ଚ ଏଜେନ୍ସି(NIA)ର ଅତିରିକ୍ତ ଏସପି ଭାବେ କାମ କରିସାରିଲେଣି । ଏହା ସହିତ ସେ ରାଜସ୍ବ ଖୁଫିଆ ନିର୍ଦ୍ଦେଶାଳୟ(DRI)ର ସଂଯୁକ୍ତ ଆୟୁକ୍ତ ରୂପରେ ମଧ୍ୟ କାମ କରିଥିଲେ । ୱାଙ୍ଖଡେ ତାଙ୍କ କାମ କରିବାର ଦକ୍ଷତା ଓ ସଚ୍ଚୋଟପଣ ଯୋଗୁଁ ପୁରା ଦେଶରେ ଲୋକପ୍ରିୟ । ଯେତେବେଳେ ସେ ମୁମ୍ବାଇ ବିମାନବନ୍ଦରରେ କଷ୍ଟମ ବିଭାଗରେ ଥିଲେ, ସେତେବେଳେ ବଲିଉଡ ସେଲିବ୍ରିଟିଙ୍କ କାରନାମା ଯୋଗୁଁ ବ୍ୟତିବ୍ର୍ୟସ୍ତ ହୋଇପଡିଥିଲେ । ଏହାର ମୁଖ୍ୟ କାରଣ ଥିଲା ଡ୍ରଗ୍ସ ।

ବିମାନବନ୍ଦରରେ ବିଶ୍ବ କପ୍ ଟ୍ରଫି ପ୍ରବେଶରେ ସାଜିଥିଲେ ବାଧକ:

ଏକ ରିପୋର୍ଟରେ କୁହାଯାଇଥିଲା ଯେ, ୱାଙ୍ଖଡେ ଗୀତିକାର ମିକା ସିଂଙ୍କୁ ବିଦେଶୀ ମୁଦ୍ରା ସହ ଧରିଥିଲେ । ସମୀର ୱାଙ୍ଖଡେ ସେହି ଲୋକ ଯିଏ, ୨୦୧୧ରେ ମୁମ୍ବାଇ ଏୟାରପୋର୍ଟରେ କାର୍ଯ୍ୟରତ ଥିବାବେଳେ ବିଶ୍ବ କପ୍ ଟ୍ରଫିର ପ୍ରବେଶ ନେଇ ଡ୍ୟୁଟି ଚାର୍ଜ ଆଦାୟ କରିଥିଲେ । ଏହାପରେ ହିଁ ବିଶ୍ବ କପ୍ ଟ୍ରଫି ବିମାନବନ୍ଦର ବାହାରକୁ ଯାଇପାରିଥିଲା । ୱାଙ୍ଖଡେଙ୍କ ସମ୍ପର୍କରେ କୁହାଯାଏ ଯେ, ସେ ବଲିଉଡର ଖୁବ୍ ବଡ ପ୍ରଶଂସକ । ତାଙ୍କ ମନରେ ବଲିଉଡ ସେଲିବ୍ରିଟିଙ୍କ ପ୍ରତି କୌଣସି ଦ୍ବେଷଭାବ ନାହିଁ ।

୨ ବର୍ଷ ମଧ୍ୟରେ ୮୭ କୋଟି ଟଙ୍କାରୁ ଊର୍ଦ୍ଧ୍ବ ରାଜସ୍ବ ଆଦାୟ:

୨୦୧୦ରେ ସମୀର ୱାଙ୍ଖଡେଙ୍କର ମହାରାଷ୍ଟ୍ର ସେବା କର ବିଭାଗକୁ ବଦଳି ହୋଇଥିଲା । ସେତେବେଳେ ସମୀର ଟ୍ୟାକ୍ସ ଚୋରି ପାଇଁ ବଲିଉଡର ୨୦୦ ଲୋକପ୍ରିୟ ସେଲିବ୍ରିଟିଙ୍କ ସହ ୨୫୦୦ ଲୋକଙ୍କ ବିରୋଧରେ ମାମଲା ଦାୟର କରିଥିଲେ । ସେ ମାତ୍ର ୨ ବର୍ଷ ମଧ୍ୟରେ ୮୭ କୋଟି ଟଙ୍କା ରାଜସ୍ବ ସରକାରୀ ସମ୍ପତ୍ତିରେ ଯୋଡି ଥିଲେ , ଯାହା ମୁମ୍ବାଇରେ ଏକ ରେକର୍ଡ । 22 ନଭେମ୍ବର ୨୦୨୦ରେ ଡ୍ରଗ୍ସ ପେଡେଲର୍ସଙ୍କ ଦ୍ବାରା ହୋଇଥିବା ଆକ୍ରମଣରେ ୱାଙ୍ଖଡେ ଓ ଏନସିବିର ୫ଜଣ ଅଧିକାରୀ ମଧ୍ୟ ଆହତ ହୋଇଥିଲେ ।

ଜାସୁସି ନେଇ ଡିଜିପିଙ୍କ ନିକଟରେ ଅଭିଯୋଗ:

ନିକଟରେ ଜୋନାଲ ଡାଇରେକ୍ଟର ସମୀର ୱାଙ୍ଖଡେ(Sameer Wankhede)ଙ୍କର ସୁରକ୍ଷା ବଢାଇ ଦିଆଯାଇଛି । ଏ ନେଇ ୱାଙ୍ଖଡେ ମହାରାଷ୍ଟ୍ର ଡିଜିପିଙ୍କ ନିକଟରେ ଅଭିଯୋଗ କରିଥିଲେ ଯେ, ଯେଉଁ କବ୍ରସ୍ତାନ(ମଶାଣି)ରେ ତାଙ୍କ ମୃତ ମାଆଙ୍କ ଶରୀରକୁ ପୋତା ଯାଇଥିଲା, ସେ ସେଠାକୁ ଯାଇଥିଲେ । ସେହି ସମୟରେ ମୁମ୍ବାଇର ୨ଜଣ ପୋଲିସ ସାଧା ପୋଷାକରେ ତାଙ୍କ ପିଛା କରିଥିଲେ । ଯାହାକି ସମ୍ପୂର୍ଣ୍ଣ ବେଆଇନ । ଏହି ୨ ପୋଲିସ ଅଧିକାରୀ ଓସିବାରା ପୋଲିସ ଷ୍ଟେସନର । ୱାଙ୍ଖଡେ ଏହି ୨ ପୋଲିସ ଅଧିକାରୀଙ୍କ ସିସିଟିଭି ଫୁଟେଜ ମଧ୍ୟ ଡିଜିପିଙ୍କୁ ଦେଇଥିଲେ । ଜଣାଇଦେବାକୁ ଚାହିଁବୁ ଯେ, ସମୀରଙ୍କ ମାଆଙ୍କର ଦେହାନ୍ତ ୨୦୧୫ରେ ହୋଇଥିଲା । ସେବେ ଠାରୁ ଆଜି ପର୍ଯ୍ୟନ୍ତ ସେ ସେଠାକୁ ଯାଆନ୍ତି । ପରେ ଜଣାପଡିଲା ଯେ, ଏନସିବି ଚିଫ୍ ୱାଙ୍ଖଡେଙ୍କୁ କଡା ସୁରକ୍ଷା ଦିଆଯାଇଛି, ତାଙ୍କୁ ସୁରକ୍ଷା ଦେବା ଟିମ୍‌ରେ ପୋଲିସ ଏବଂ ଏନସିବିର କିଛି ଯବାନଙ୍କୁ ସାମିଲ କରାଯାଇଛି । ସୁରକ୍ଷା ଦୃଷ୍ଟିରୁ ତାଙ୍କର ଅଫିସିଆଲ ଗାଡିକୁ ମଧ୍ୟ ବଦଳେଇ ଦିଆଯାଇଛି ।

ସମୀର ୱାଙ୍ଖଡେ ଓ ତାଙ୍କ ଧର୍ମପତ୍ନୀ ମରାଠୀ ଅଭିନେତ୍ରୀ କ୍ରାନ୍ତି ରେଡକର

ସମୀର ୱାଙ୍ଖଡେଙ୍କ ବିରୋଧରେ କ୍ୟାବିନେଟ ମନ୍ତ୍ରୀଙ୍କ ଗମ୍ଭୀର ଆରୋପ:

ଆର୍ୟନ ଖାନଙ୍କ କେସକୁ ନେଇ ପ୍ରତିଦିନ ୱାଙ୍ଖଡେଙ୍କ ନାଁରେ କିଛି ନା କିଛି ବିବାଦୀୟ ବୟାନର ଖବର ଶୁଣିବାକୁ ମିଳୁଛି । ଏମିତିକି ମହାରାଷ୍ଟ୍ରର କ୍ୟାବିନେଟ ମନ୍ତ୍ରୀ ନୱାବ ମଲ୍ଲିକ ସମୀରଙ୍କ ଉପରେ ଗମ୍ଭୀର ଆରୋପ ଲଗାଇଥିଲେ । ଯେଉଁ ସାକ୍ଷୀଙ୍କୁ ସମୀର ୱାଙ୍ଖଡେ ନିଜ ବିଷୟବସ୍ତୁ ବନାଉଛନ୍ତି, ସେଥିମଧ୍ୟରୁ ୨ ଜଣଙ୍କ ପୃଷ୍ଠଭୂମିଙ୍କୁ ନେଇ ନୱାବ ମଲ୍ଲିକ ପ୍ରଶ୍ନ ଉଠାଇଥିଲେ ।

୨ୟ ଥର ପାଇଁ ମିଳିଲା ଏକ୍ସଟେସନ:

ହାଇ-ପ୍ରୋଫାଇଲ କ୍ରୁଜ ଡ୍ରଗ୍ସ ପାର୍ଟି ମାମଲାର ଯାଞ୍ଚ ୱାଙ୍ଖଡେଙ୍କ ହାତରେ । ସମୀର ଓ ତାଙ୍କ ଟିମ୍ ଏହି କେସର ତନାଘନା ନିଜେ କରୁଛନ୍ତି । ଚାର୍ଜସିଟ ଫାଇଲ କରିବା ପାଇଁ ଏନସିବି ଟିମ୍ ପାଖରେ ୬ ମାସ ଯାଏଁ ସମୟ ଅଛି । ଏହାରି ମଧ୍ୟରେ ୱାଙ୍ଖଡେଙ୍କ ଏକ୍ସଟେସନ ୬ମାସ ଆହୁରି ବଢାଇ ଦିଆଯାଇଛି । ତାଙ୍କୁ ଦ୍ବିତୀୟ ଥର ପାଇଁ ଏହି ଏକ୍ସଟେସନ ମିଳିଛି ।

ପ୍ରେସରକୁ ଖୁବ୍ ସହଜରେ ହ୍ୟାଣ୍ଡେଲ କରନ୍ତି ସମୀର:

ହାଇ-ପ୍ରୋଫାଇଲ କେସ ପାଇଁ ଯେତେବଡ ଅଫିସର ହେଲେ ମଧ୍ୟ ଚାପ ଆସିବା ସ୍ବାଭାବିକ । ସେଥିରୁ ବା ୱାଙ୍ଖଡେ କେମିତି ବାଦ ପଡିବେ । ଏ ବାବଦରେ ସମୀରଙ୍କ ପତ୍ନୀ କ୍ରାନ୍ତି ରେଡକର କୁହନ୍ତି ଯେ, 'ସମୀର ପ୍ରେସରକୁ ଖୁବ୍ ସହଜରେ ହ୍ୟାଣ୍ଡେଲ କରିପାରନ୍ତି । ସେ ଐତିହାସିକ ନେତାଙ୍କ ସହ ଅନ୍ତରର ସହ ଜଡିତ । ସେ ବିଶ୍ବର ଭିନ୍ନ ଭିନ୍ନ ନେତାଙ୍କ ପୁସ୍ତକ ପଢି ବଡ ହୋଇଛନ୍ତି । ଯେତେବେଳେ ବି ସମୀର କୌଣସି ଅସୁବିଧାରେ ଫସିଯାଆନ୍ତି, ଠିକ୍ ରୂପେ ନିର୍ଣ୍ଣୟ କରିପାରନ୍ତି ନାହିଁ, ସେତେବେଳେ ସେ ତାଙ୍କ ବାପା ଦ୍ୟାନଦେଓ ୱାଙ୍ଖଡେଙ୍କ ପାଖକୁ ଚାଲିଯାଆନ୍ତି । ତାଙ୍କ ବାପା ତାଙ୍କର ବଡ ପଥ ପ୍ରଦର୍ଶକ ।

ସୋସିଆଲ ମିଡିଆରେ ଲୋକେ ସମୀରଙ୍କୁ ରିଅଲ ଲାଇଫର ସିଙ୍ଘମ କୁହନ୍ତି । ସମଗ୍ର ଭାରତରୁ ଡ୍ରଗ୍ସ ଓ ନିଶା ଦ୍ରବ୍ୟର ମୂଳପୋଛ କରିବା ଏବେ ୱାଙ୍ଖଡେଙ୍କ ଉଦ୍ଦେଶ୍ୟ । ଦେଖିବାକୁ ଯେପରି ହ୍ୟାଣ୍ଡସମ୍ କାମ ମଧ୍ୟ ଠିକ୍ ସେହିପରି ପାୱାରଫୁଲ । ସମୀରଙ୍କ ସହ କାମ କରୁଥିବା ସହକର୍ମୀ ତାଙ୍କୁ ନିଡର ଓ ଅନୁଶାସିତ ବ୍ୟକ୍ତି କୁହନ୍ତି । ଏହିପରି କର୍ତ୍ତବ୍ୟନିଷ୍ଠ ଅଫିସର କେବଳ ଏନସିବି କାହିଁକି ସବୁ ସେକ୍ଟରରେ ଆବଶ୍ୟକ । ଫଳରେ ଦେଶରୁ ଅପରାଧ କମିଯିବା ସହ ଯୁବପିଢି ବାଟକୁ ଆସିଯିବେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.