ETV Bharat / bharat

କିଏ ସୁନୀଲ କାନୁଗୋଲୁ ? ତାଙ୍କର ରଣନୀତି ପାଇଁ ଟ୍ରାକକୁ ଫେରିଲା କଂଗ୍ରେସ - ହିନ୍ଦୀହାର୍ଟ ଲ୍ୟାଣ୍ଡ

ଦେଶର ବିଶିଷ୍ଟ ନିର୍ବାଚନ ରଣନୀତିକାର ପ୍ରଶାନ୍ତ କିଶୋରଙ୍କ ସହ ମଧ୍ୟ କାମ କରିଛନ୍ତି ସୁନିଲ। ୨୦୧୪ ସାଧାରଣ ନିର୍ବାଚନରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ପ୍ରଚାର ଅଭିଯାନର ସଦସ୍ୟ ଥିଲେ ସୁନୀଲ। ୨୦୧୪ ରେ ବିଜେପିର ଆସୋସିଏସନ ଅଫ ବିଲିୟନ ମାଇଣ୍ଡସର ମୁଖ୍ୟ ଭାବେ କାମ କରିଥିଲେ। ଆଉ ୨୦୧୪ ସାଧାରଣ ନିର୍ବାଚନରେ ହିନ୍ଦୀହାର୍ଟ ଲ୍ୟାଣ୍ଡ ରାଜ୍ୟ ସମେତ, କର୍ଣ୍ଣାଟକ ଗୁଜୁରାଟରେ ବିଜେପିକୁ ବଡ ସଫଳତା ଦେବାରେ ବଡ ଭୂମିକା ତୁଳାଇଥିଲେ। ଅଧିକ ପଢନ୍ତୁ

Etv Bharat
Etv Bharat
author img

By

Published : May 13, 2023, 10:56 PM IST

ବେଙ୍ଗାଲୁରୁ: କର୍ଣ୍ଣାଟକ କିଙ୍ଗ ହେବା ପରେ ଜୋଶରେ କଂଗ୍ରେସ । ଫୁଲ ଦମର ଦଳୀୟ କର୍ମୀ। ନୂଆ ସରକାର ଗଠନ ପାଇଁ ଆରମ୍ଭ ହୋଇଛି ଅଙ୍କକଷା। ରବିବାର ବସିବ ବିଧାୟକ ଦଳ ବୈଠକ। ଚୟନ ହେବେ ନୂଆ ନେତା। ୧୩୬ ଟି ଆସନ ଜିତି କଂଗ୍ରେସ ପାଇଛି ସ୍ପଷ୍ଟ ବହୁମତ। ଶକ୍ତିଶାଳୀ ବିଜେପିକୁ ଦକ୍ଷିଣ ଭାରତରୁ ଗାଦିଚ୍ୟୁତ କରି କଂଗ୍ରେସ ବଡ ଆଶ୍ବସ୍ତି ଅନୁଭବ କରୁଛି। ଆଗାମୀ ଦିନରେ କେନ୍ଦ୍ରରୁ ମଧ୍ୟ କ୍ଷମତାଚ୍ୟୁତ କରିବାକୁ ଦମ୍ଭୋକ୍ତି ଦେଖାଇଛି । ହେଲେ କଂଗ୍ରେସର ଏହି ଦମ୍ଭୋକ୍ତିର ଦମ କଣ? ପରାଜୟ ଦେଖି ଦେଖି ଟ୍ରାକରୁ ବାହାରିଯାଇଥିବା କଂଗ୍ରେସ କେମିତି ଫେରିଲା ବିଜୟ ପଥକୁ? କେଉଁ ରଣନୀତିରେ କଂଗ୍ରେସ କରୁଛି କାମ? କିଏ ସେହି ରଣନୀତିକାର? ଯିଏ କଂଗ୍ରେସକୁ ଦେଇଛନ୍ତି ଶକ୍ତିଶାଳୀ ସଞ୍ଜିବନୀ? ପଢନ୍ତୁ ପୁରା ରିପୋର୍ଟ...

ଏହାବି ପଢନ୍ତୁ Karnataka Result: ଭାଙ୍ଗିଗଲା ବିଜେପିର ଦାକ୍ଷିଣାତ୍ୟ ଦଖଲ ସ୍ବପ୍ନ

ସୁନୀଲ କାନୁଗୋଲୁ। କର୍ଣ୍ଣାଟକରେ କଂଗ୍ରେସ ବିଜୟର ପଟ୍ଟକଥା ଲେଖିଥିବା ରଣନୀତିକାର । ଯାହାଙ୍କର ରଣନୀତି ପାଇଁ ଆଜି କଂଗ୍ରେସ ବିଜୟ ବାନା ଉଡାଉଛି । କର୍ଣ୍ଣାଟକରେ କଂଗ୍ରେସ ପାଇଁ ରଣନୀତି ପ୍ରସ୍ତୁତ କରିଥିବା ପ୍ରମୁଖ ରଣନୀତିକାର ହେଉଛନ୍ତି ସୁନୀଲ କାନୁଗୋଲୁ । ପୁରା ନିର୍ବାଚନ ପ୍ରକ୍ରିୟାରେ କଂଗ୍ରେସର କଣ ହେବ ରଣନୀତି ସୁନୀଲ କରିଥିଲେ ରଚନା । କଂଗ୍ରେସର ପ୍ରାର୍ଥୀ ଚୟନ, ନିର୍ବାଚନ ପ୍ରଚାର, ଇସ୍ତାହାର, ପ୍ରଚାର ପ୍ରସଙ୍ଗ ସବୁଥିରେ ସୁନୀଲଙ୍କ ପ୍ରତ୍ୟେକ୍ଷ ଭୂମିକା ଥିଲା। ନିର୍ବାଚନ ପ୍ରଚାରରେ କଣ ପ୍ରସଙ୍ଗ ହେବ କେଉଁନେତା କେଉଁଠି କେବେ ପ୍ରଚାର କରିବେ, କେଉଁ ପ୍ରସଙ୍ଗକୁ ଆୟୁଧ କରିବେ, ବିଜେପିକୁ କିଭଳି ମୁକାବିଲା କରାଯିବ, ଆଚରଣ ଉଚ୍ଚାରଣ କିଭଳି ହେବ, ବିଜେପି ବିରୋଧରେ ଭ୍ରଷ୍ଟାଚାର ଅଭିଯୋଗକୁ କିଭଳି ଲୋକଙ୍କ ଯାଏଁ ପହଞ୍ଚାଯିବ ସବୁ ରଣନୀତି କରିଥିଲେ ସୁନୀଲ । ସୁନୀଲ ରଣନୀତିକୁ ସଫଳ କରିବା ପାଇଁ ଟେକ୍ନୋଲୋଜୀକୁ ବ୍ୟବହାର କରି ଲୋକେ କଣ ଚାହୁଁଛନ୍ତି, କେଉଁ ପ୍ରସଙ୍ଗରେ ସରକାରଙ୍କ ପ୍ରତି ବିମୁଖ ଅଛନ୍ତି ସବୁ କିଛି ସର୍ଭେ କରି ରଣନୀତି କରିଥିଲେ । ସେହି ଅନୁସାରେ କଂଗ୍ରେସର ଷ୍ଟ୍ରାଟେଜୀ ପରିବର୍ତ୍ତନ କରୁଥିଲେ ।

ଗତ ବର୍ଷ ମାର୍ଚ୍ଚ ମାସରେ ନିର୍ବାଚନ ରଣନୀତିକାର ଭାବେ କଂଗ୍ରେସରେ ସାମିଲ ହୋଇଥିଲେ ସୁନୀଲ କାନୁଗୋଲୁ । ୨୦୨୪ ସାଧାରଣ ନିର୍ବାଚନ ପାଇଁ କଂଗ୍ରେସ ଗତ ବର୍ଷ ମେ ମାସରେ ଏକ ଟାକ୍ସ ଫୋର୍ସ ଗଠନ କରିଛି। ଯେଉଁଥିରେ ସୁନୀଲଙ୍କୁ ସଦସ୍ୟ ଭାବେ ସ୍ଥାନ ଦେଇଛି । କଂଗ୍ରେସ ସହ ସାମିଲ ହେବା ପୂର୍ବର ସୁନୀଲ ତାଲିମନାଡାରୁ ଡିଏମକେ, ଏଆଇଏଡିଏମକେ ଓ ବିଜେପି ପାଇଁ ମଧ୍ୟ କାମ କରିସାରିଛନ୍ତି । ୨୦୧୭ ରେ ୟୁପି ବିଧାନସଭା ନିର୍ବାଚନ ପାଇଁ ବିଜେପିର ରଣନୀତି ପ୍ରସ୍ତତକାରୀ ଟିମରେ କାମ କରିଥିଲେ । ୨୦୧୯ ସାଧାରଣ ନିର୍ବାଚନରେ ଡିଏମକେ ପାଇଁ କାମ କରିଥିଲେ । ୨୦୨୧ ତାଲିମନାଡୁ ବିଧାନସଭା ପାଇଁ ଏଆଇଏଡିଏମକେ ର ରଣନୀତି ପ୍ରସ୍ତୁତ କରିଥିଲେ ।

ଦେଶର ବିଶିଷ୍ଟ ନିର୍ବାଚନ ରଣନୀତିକାର ପ୍ରଶାନ୍ତ କିଶୋରଙ୍କ ସହ ମଧ୍ୟ କାମ କରିଛନ୍ତି ସୁନିଲ। ୨୦୧୪ ସାଧାରଣ ନିର୍ବାଚନରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ପ୍ରଚାର ଅଭିଯାନର ସଦସ୍ୟ ଥିଲେ ସୁନୀଲ। ୨୦୧୪ ରେ ବିଜେପିର ଆସୋସିଏସନ ଅଫ ବିଲିୟନ ମାଇଣ୍ଡସର ମୁଖ୍ୟ ଭାବେ କାମ କରିଥିଲେ। ଆଉ ୨୦୧୪ ସାଧାରଣ ନିର୍ବାଚନରେ ହିନ୍ଦୀହାର୍ଟ ଲ୍ୟାଣ୍ଡ ରାଜ୍ୟ ସମେତ, କର୍ଣ୍ଣାଟକ ଗୁଜୁରାଟରେ ବିଜେପିକୁ ବଡ ସଫଳତା ଦେବାରେ ବଡ ଭୂମିକା ତୁଳାଇଥିଲେ।

ଗତ ବର୍ଷଠାରୁ କଂଗ୍ରେସ ପାଇଁ କାମ କରିବା ପରଠାରୁ ବହୁ ଗୁରୁତ୍ବପୂର୍ଣ୍ଣ ରଣନୀତି ପ୍ରସ୍ତୁତରେ ସୁନୀଲଙ୍କ ଭୂମିକା ରହୁଛି। ଭାରତ ଯୋଡ ଯାତ୍ରାର ପରିକଳ୍ପନା ଥିଲା ସୁନୀଲଙ୍କର। ଏଭଳି ଏକ ଯାତ୍ରା ପାଇଁ ସେହି ହିଁ କଂଗ୍ରେସକୁ ପ୍ରସ୍ତାବ ଦେଇଥିଲେ। ଆଉ ସମସ୍ତ ରଣନୀତି ପ୍ରସ୍ତୁତ କରିଥିଲେ । ମଜାଦାର କଥା ହେଉଛି ୨୦୧୮ରେ ସୁନୀଲ ବିଜେପି ପାଇଁ କର୍ଣ୍ଣାଟକରେ କାମ କରୁଥିଲେ। ଯଦିଓ ବିଜେପି ସଂଖ୍ୟା ଗରିଷ୍ଠତା ପାଇନଥିଲା କିନ୍ତୁ ସର୍ବବୃହତ ଦଳ ଭାବେ ଉଭା ହୋଇଥିଲା ।

ଏହାବି ପଢନ୍ତୁ- Karnataka Result: ବୋମ୍ମାଇଙ୍କ ୧୧ ମନ୍ତ୍ରୀ ହରାଇଲେ ଆସନ

ସୁନୀଲଙ୍କ ଦକ୍ଷତା ଦେଖି, କଂଗ୍ରେସ ତାଙ୍କୁ ବହୁ ଗୁରୁତ୍ବପୂର୍ଣ୍ଣ ପ୍ରୋଜେକ୍ଟ ଦେଇଛି । ବର୍ତ୍ତମାନ ସୁନୀଲି ତେଲଙ୍ଗାନା ମଧ୍ୟ ପ୍ରଦେଶ, ଛତିଶଗଡ ଓ ରାଜସ୍ଥାନ ପାଇଁ କାମ ଆରମ୍ଭ କରିଛନ୍ତି । ଏହାସହ ୨୦୨୪ ପାଇଁ ମଧ୍ୟ ରଣନୀତି ପ୍ରସ୍ତୁତ ହେଉଛି ।

ସୁନୀଲ କାନୁଗୋଲୁଙ୍କ ସମ୍ପର୍କରେ:- ୪୦ ବର୍ଷୀୟ ସୁନୀଲ କାନୁଗୋଲୁ ହେଉଛନ୍ତି କର୍ଣ୍ଣାଟକ ବଲ୍ଲାରୀ ଜିଲ୍ଲାର ମୂଳ ବାସିନ୍ଦା । ପ୍ରାଥମିକ ଶିକ୍ଷା ସରକାରୀ ବିଦ୍ୟାଳରେ କରିଥିବା ବେଳେ, ପରବର୍ତ୍ତୀ ସମୟରେ ଚେନ୍ନାଇକୁ ଆସିଥିଲେ । ଚେନ୍ନାଇରେ ଇଞ୍ଜିନିୟରିଂ କରୁଥିବା ବେଳେ ଆମେରିକା ଚାଲିଯାଇଥିଲେ । ସେଠାରେ ଦୁଇଟି ଡିଗ୍ରୀ ହାସଲ କଲେ । ଏମଏସ ଫାଇନାନ୍ସ ଓ ଏମବିଏ କରି ୨୦୦୯ ରେ ଭାରତ ଫେରିଆସିଥିଲେ । ଏହାପରେ କେନ୍ଦ୍ର ସରକାରଙ୍କ କର୍ପୋରେଟ ମନ୍ତ୍ରଣାଳୟର କିଛି କମ୍ପାନୀରେ କାମ କରିଥିଲେ । ପରେ ଏହି ଚାକିରୀ ଛାଡି ବିଭିନ୍ନ ଷ୍ଟାର୍ଟଅପ କାମ କରିବାକୁ ଉଦ୍ୟମ କରିଥିଲେ । ପରେ ସମୟକ୍ରମେ ପ୍ରଶାନ୍ତ କିଶୋରଙ୍କ ସଂସ୍ପର୍ଶରେ ଆସି ନିର୍ବାଚନ ରଣନୀତି କାମ କଲେ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.