ETV Bharat / bharat

New Army Chief: କିଏ ଜେନେରାଲ Manoj Pande ? କେଉଁ ଅପରେସନର ନେଇଥିଲେ ନେତୃତ୍ୱ - ଲେଫ୍ଟନାଣ୍ଟ ଜେନେରାଲ ମନୋଜ ପାଣ୍ଡେଙ୍କ କ୍ୟାରିୟର

ଭାରତୀୟ ସ୍ଥଳ ସେନାର ନୂଆ ଅଧ୍ୟକ୍ଷ ହେଲେ ଜେନେରାଲ ମନୋଜ ପାଣ୍ଡେ । ସେ ସେନାର ଇଞ୍ଜିନିୟରିଂ ୱିଙ୍ଗରୁ ପ୍ରତିନିଧିତ୍ବ କରୁଥିବା ବେଳେ ସ୍ଥଳସେନାରେ ଏହା ପ୍ରଥମ ଥର ପାଇଁ ହୋଇଛି । ଏହା ପୂର୍ବରୁ କେବେ ଭାରତୀୟ ସ୍ଥଳ ସେନାରେ ଏହା ହୋଇନଥିଲା । ବର୍ତ୍ତମାନ ଦେଶର ସାମ୍ପ୍ରତିକ ସ୍ଥିତି, ଅନ୍ତର୍ଜାତିକ ଆହ୍ବାନ ମଧ୍ୟରେ ଭାରତୀୟ ସ୍ଥଳସେନାର 13 ଲକ୍ଷ ଯବାନଙ୍କ ପ୍ରମୁଖ ହୋଇଛନ୍ତି ପାଣ୍ଡେ । ଅଧିକ ପଢନ୍ତୁ

New Army Chief
New Army Chief
author img

By

Published : Apr 30, 2022, 10:19 PM IST

ନୂଆଦିଲ୍ଲୀ: ଜେନେରାଲ ମନୋଜ ପାଣ୍ଡେ ( General Manoj Pande) ଦେଶର ନୂଆ ତଥା 29 ତମ ସ୍ଥଳସେନା ଅଧ୍ୟକ୍ଷ ଭାବେ ଆଜି ଦାୟିତ୍ବ ଗ୍ରହଣ କରିଛନ୍ତି । ବିଦାୟୀ ସ୍ଥଳସେନା ଅଧ୍ୟକ୍ଷ ମନୋଜ ମୁକୁନ୍ଦ ନରୱାଣେ ( MM Naravane)ଙ୍କ ଠାରୁ ସେ ଦାୟିତ୍ବ ଗ୍ରହଣ କରିଛନ୍ତି । ମନୋଜ ପାଣ୍ଡେ ସେନାର ଇଞ୍ଜିନିୟରିଂ ୱିଙ୍ଗରୁ ପ୍ରତିନିଧିତ୍ବ କରୁଥିବା ବେଳେ ସ୍ଥଳସେନାରେ ଏହା ପ୍ରଥମ ଥର ପାଇଁ ହୋଇଛି । ସେନାର ଇଞ୍ଜିନିୟରିଂ ୟୁନିଟର କୌଣସି ଅଧିକାରୀ ସ୍ଥଳସେନା(Army Chief) ମୁଖ୍ୟ ହେବା ପ୍ରଥମ ଘଟଣା । ଏହା ପୂର୍ବରୁ କେବେ ଭାରତୀୟ ସ୍ଥଳ ସେନାରେ ଏହା ହୋଇନଥିଲା । ବର୍ତ୍ତମାନ ଦେଶର ସାମ୍ପ୍ରତିକ ସ୍ଥିତି, ଆନ୍ତର୍ଜାତିକ ଆହ୍ବାନ ମଧ୍ୟରେ ଭାରତୀୟ ସ୍ଥଳସେନାର 13 ଲକ୍ଷ ଯବାନଙ୍କ ପ୍ରମୁଖ ହୋଇଛନ୍ତି ଜେନେରାଲ ପାଣ୍ଡେ ।

  • General Manoj Pande, PVSM, AVSM, VSM, ADC takes over as the 29th #COAS of #IndianArmy from General MM Naravane.

    जनरल मनोज पांडे, परम विशिष्ट सेवा मेडल, अति विशिष्ट सेवा मेडल, विशिष्ट सेवा मेडल, ऐड डि कैंप ने जनरल एम एम नरवणे से #भारतीयसेना के 29वें #सेनाध्यक्ष का पदभार संभाला। pic.twitter.com/Mphsz1pvrP

    — ADG PI - INDIAN ARMY (@adgpi) April 30, 2022 " class="align-text-top noRightClick twitterSection" data=" ">

କିଏ ଜେନେରାଲ ମନୋଜ ପାଣ୍ଡେ ?

ତେବେ ଆଜି ସ୍ଥଳ ସେନାର ପ୍ରମୁଖ ଭାବେ ଦାୟିତ୍ବ ନେବା ପରେ ଏବେ ଜେନେରାଲ ମନୋଜ ପାଣ୍ଡେଙ୍କ ବିଷୟରେ ସାରା ଦେଶରେ ଚର୍ଚ୍ଚା । କିଏ ଏହି ମନୋଜ ପାଣ୍ଡେ (Who is General Manoj Pande) ? କଣ ରହିଛି ତାଙ୍କର ସ୍ବତନ୍ତ୍ର ଦକ୍ଷତା ? ଦେଶର ସୀମାକୁ ସୁରକ୍ଷିତ ରଖିବା ପାଇଁ କଣ ରହିଛି ତାଙ୍କର ଯୋଜନା ? ବର୍ତ୍ତମାନ ସୁଦ୍ଧା କଣ କଣ ଭୂମିକା ତୁଳାଇଛନ୍ତି ଜେନେରାଲ ମନୋଜ ପାଣ୍ଡେ ? ସେନାରେ ତାଙ୍କର ଉପଲବ୍ଧି କଣ ରହିଛି ? ଯାହାକୁ ନେଇ ପରବର୍ତ୍ତୀ ପୀଢି ତାଙ୍କୁ ଆଦର୍ଶ ଭାବେ ଗ୍ରହଣ କରିବେ ? ସଂସଦ ଆକ୍ରମଣ (Indian Parliament attack) ବେଳେ କେଉଁଠି ଥିଲେ ଜେନେରାଲ ମନୋଜ ପାଣ୍ଡେ ? କଣ ଥିଲା ତାଙ୍କର ଭୂମିକା ?

ଇଷ୍ଟର୍ଣ୍ଣ କମାଣ୍ଡର ମୁଖ୍ୟ ଭାବେ ତୁଳାଇଛନ୍ତି ଦାୟିତ୍ବ

ଲେଫ୍ଟନାଣ୍ଟ ଜେନେରାଲ ମନୋଜ ପାଣ୍ଡେ ଦେଶର ସର୍ବୋଚ୍ଚ ସୈନ୍ୟ ସଂସ୍ଥା ତଥା ଜାତୀୟ ଡିଫେନ୍ସ ଏକାଡେମୀ (National Defence Academy)ର ଛାତ୍ର ଥିଲେ । ଡିସେମ୍ବର 1982 ରେ ତାଙ୍କୁ କୋର ଅଫ ଇଞ୍ଜିନିୟର୍ସ ରେ ସାମିଲ କରାଯାଇଥିଲା । ଗତ ଫେବୃୟାରୀ ପ୍ରଥମରେ ଲେଫ୍ଟନାଣ୍ଟ ଜେନେରାଲ ମନୋଜ ପାଣ୍ଡେ ସ୍ଥଳସେନାର ଉପମୁଖ୍ୟ ଭାବେ ଦାୟିତ୍ବ ନେଇଥିଲେ । ଏହା ପୂର୍ବରୁ ଇଷ୍ଟର୍ଣ୍ଣ କମାଣ୍ଡ (Eastern Command) ର ମୁଖ୍ୟ ଭାବେ କାମ କରୁଥିଲେ ମନୋଜ ପାଣ୍ଡେ । ଇଷ୍ଟର୍ଣ୍ଣ କମାଣ୍ଡ ହେଉଛି ଦେଶର ଏକ ଗୁରୁତ୍ବପୂର୍ଣ୍ଣ ସୈନ୍ୟ ବେସ । ଯାହାର ଅଧିନରେ ସିକିମ, ଅରୁଣାଚଳ ପ୍ରଦେଶ, ଆସାମ ମଣିପୁର ସମେତ ଆଖପାଖ ଅଞ୍ଚଳରେ ସମସ୍ତ ସୈନ୍ୟ ସେକ୍ଟର ଆସୁଛି ।

ଏକାଧିକ ଗୁରୁ ଦାୟିତ୍ବ ତୁଲାଇଛନ୍ତି ନୂଆ ସ୍ଥଳସେନା ମୁଖ୍ୟ

ଜେନେରାଲ ମନୋଜ ପାଣ୍ଡେ ଭାରତୀୟ ସ୍ଥଳସେନାରେ 4 ଦଶନ୍ଧୀ ହେଲା କାର୍ଯ୍ୟ କରୁଛନ୍ତି । ନିଜର ବିଶିଷ୍ଟ କ୍ୟାରିୟରରେ ପାଣ୍ଡେ ଏକାଧିକ ଗୁରୁ ଦାୟିତ୍ବ ତୁଲାଇଛନ୍ତି । ଯେଉଁଥିରେ ରହିଛି ଆଣ୍ଡାମାର-ନିକୋବର କମାଣ୍ଡର ମୁଖ୍ୟ ( Commander-in-Chief Andaman & Nicobar Command) ଭାବେ ଦାୟିତ୍ବ ତୁଲାଇଛନ୍ତି । ଏଠି ସୂଚନାଯୋଗ୍ୟଯେ ଆଣ୍ଡାମାର-ନିକୋବର କମାଣ୍ଡ ହେଉଛି ଦେଶର ଏକମାତ୍ର ତ୍ରୀ ସେବା କମାଣ । ଏହାବାଦ ଜାମ୍ମୁ କାଶ୍ମୀର ନିୟନ୍ତ୍ରଣ ରେଖା ସମେତ ପଲ୍ଲନୱାଲା ସେକ୍ଟର, ଅପରେଶନ ପରାକ୍ରମର ମଧ୍ୟ ନେତୃତ୍ବ ନେଇଛନ୍ତି ।

ଅପରେସନ ପରାକ୍ରମରେ ନେଇଥିଲେ ବଡ ଭୂମିକା

ଡିସେମ୍ବର 2001 ରେ ସଂସଦ ଉପରେ ଆତଙ୍କବାଦୀ ଆକ୍ରମଣ ପରେ କେନ୍ଦ୍ର ସରକାର ଦେଶର ପଶ୍ଚିମୀ ସୀମାକୁ ସୁଦୃଢ ସହ ଅନୁପ୍ରବେଶ ରୋକିବାକୁ ଏକ ସ୍ବତନ୍ତ୍ର ଅପରେସନ ଆରମ୍ଭ ହୋଇଥିଲା । ଯାହା ଥିଲା ଅପରେସନ ପରାକ୍ରମ । ଏହାର ଉଦ୍ଦେଶ୍ୟ ଥିଲା ଦେଶର ପଶ୍ଚିମୀ ପାର୍ଶ୍ବରେ ଥିବା ପାକିସ୍ତାନ ସୀମାରେ ବ୍ୟାପକ ସୁରକ୍ଷା ବୃଦ୍ଧି କରିବା । ଅତ୍ୟାଧୁନିକ ଅସ୍ତ୍ରକୁ ମୁତୟନ କରିବା । ସମସ୍ତ ଆତଙ୍କବାଦୀଙ୍କୁ ଚିହ୍ନଟ କରି ନିପାତ କରିବା । ଯାହାର ନେତୃତ୍ବ ନେଇଥିଲେ ମନୋଜ ପାଣ୍ଡେ ।

ପୂର୍ବରୁ-ପଶ୍ଚିମ- ଉତ୍ତରରୁ ଦକ୍ଷିଣ ଯାଏଁ କରିଛନ୍ତି ଦେଶର ସେବା

ନୂଆ ସ୍ଥଳସେନା ମୁଖ୍ୟ ଜେନେରାଲ ମନୋଜ ପାଣ୍ଡେ ନିଜର 39 ବର୍ଷ କାର୍ଯ୍ୟକାଳ ମଧ୍ୟରେ ଏକାଧିକ ଗୁରୁତ୍ବପୂର୍ଣ୍ଣ ଅପରେସନରେ ନିଜକୁ ସାମିଲ କରିଛନ୍ତି । ଲେଫ୍ଟନାଣ୍ଟ ଜେନେରାଲ ମନୋଜ ପାଣ୍ଡେ ଲଦାଖ ରୁ ଆରମ୍ଭ କରି ଆଣ୍ଡାମାନ ଯାଏଁ, ପୁଣି ପୂର୍ବତ୍ତୋର ରୁ ପଶ୍ଚିମୀ ସେକ୍ଟର ପର୍ଯ୍ୟନ୍ତ ମୁତୟନ ହୋଇ ଦେଶର ସୁରକ୍ଷା ପାଇଁ ନିଜ ଦକ୍ଷତା ଦେଖାଇଛନ୍ତି । ଜେନେରାଲ ମନୋଜ ପାଣ୍ଡେ ୱେଷ୍ଟର୍ଣ୍ଣ ଥିଏଟରରେ ଇଞ୍ଜିନିୟରିଂ ବିଗ୍ରେଡ, ଲଦାଖ ସେକ୍ଟରରେ ମାଉଣ୍ଟେନ ଡିଭିଜନ ମୁଖ୍ୟ, ଏଲଏସିରେ ଚାଳିତ ସେନା ବିଗ୍ରେଡର ଉତ୍ତର ପୂର୍ବରେ ପୁରା କୋରର କମାଣର ଦାୟିତ୍ବ ସଫଳତାର ସହ ତୁଲାଇଛନ୍ତି।

କଣ ରହିବ ଆହ୍ବାନ?

ଜେନେରାଲ ମନୋଜ ପାଣ୍ଡେ ଏମିତି ଏକ ସମୟରେ ଦେଶର ସ୍ଥଳସେନା ଭାବେ ଦାୟିତ୍ବ ନେଇଛନ୍ତି, ଯେତେବେଳେ ଦେଶ ଏକାଧିକ ସୁରକ୍ଷା ପ୍ରସଙ୍ଗର ସମ୍ମୁଖିନ ହୋଇଛି । ପାକିସ୍ତାନ ସହିତ ଏଲଓସି (LOC) ଚୀନ ସହିତ ଏଲଏସି(LAC)ରେ ବିବାଦ ରହିଛି । ଏହାବାଦ ସ୍ଥଳସେନା ପ୍ରମୁଖ ଭାବେ ଜେନେରାଲ ମନୋଜ ପାଣ୍ଡେ ଙ୍କୁ ପ୍ରଧାନମନ୍ତ୍ରୀ ମୋଦିଙ୍କ ଯୋଜନା ମୁତାବକ ପ୍ରାରମ୍ଭିକ ସ୍ତରରେ ଥିବା ଥିଏଟର କମାଣ୍ଡକୁ ପ୍ରସ୍ତୁତ କରିବାକୁ ପଡିବ । ଏତତ ବ୍ୟତୀତ ଜଳ, ସ୍ଥଳ ଓ ଆକାଶ ବାହିନୀ ସହିତ ସମନ୍ବୟ ରଖି ଦେଶର ଅଖଣ୍ଡତା ଓ ସାର୍ବଭୌମତ୍ବତାକୁ ସୁରକ୍ଷିତ ରଖିବା ମଧ୍ୟ ବଡ ଆହ୍ବାନ ହୋଇ ରହିବ ।

ଜେନେରାଲ ମନୋଜ ପାଣ୍ଡେଙ୍କ ପରିବାର

ନୂଆ ସ୍ଥଳସେନା ମୁଖ୍ୟ ଜେନେରାଲ ମନୋଜ ପାଣ୍ଡେ ମହାରାଷ୍ଟ୍ର ନାଗପୁର ବାସିନ୍ଦା । ପାଣ୍ଡେଙ୍କ ପତ୍ନୀ ଜଣେ ଡେଣ୍ଟିଷ୍ଟ୍ ଡାକ୍ତର ଅଛନ୍ତି । ଏହାସହ ମନୋଜ ପାଣ୍ଡେଙ୍କ ପୁଅ ଓ ବୋହୂ ଉଭୟ ଭାରତୀୟ ଏୟାର ଫୋର୍ସ ( Indian Air Force) ରେ ପାଇଲଟ ଅଛନ୍ତି । ମନୋଜ ପାଣ୍ଡେଙ୍କ ପିତା ଚନ୍ଦ୍ରଶେଖର ପାଣ୍ଡେ ନାଗପୁର ବିଶ୍ବବିଦ୍ୟାଳୟରେ ମନୋବିଜ୍ଞାନ ପ୍ରଫେସର ଥିଲେ । ମା ପ୍ରେମା ପାଣ୍ଡେ ଅଲ ଇଣ୍ଡିଆ ରେଡିଓରେ ଜଣେ ରେଡିଓ ଜକି ସହ ପ୍ରୋଗ୍ରାମ ପ୍ରଡ୍ୟୁସର ଥିଲେ । ସେତେବେଳେ ଅଲ ଇଣ୍ଡିଆ ରେଡିଓରେ ପ୍ରସାରିତ କାର୍ଯ୍ୟକ୍ରମ ମଧୁ ମାଳତୀରେ ପ୍ରଡ୍ୟୁସର ଥିଲେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

For All Latest Updates

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.