ETV Bharat / bharat

Prophet Remark Row: ନୁପୂରଙ୍କ ସମର୍ଥନ ପରେ ଡଚ ସାଂସଦଙ୍କୁ ହତ୍ୟା ଧମକ, ମୁହଁ ଖୋଲିଲେ କଙ୍ଗନା - ନୁପୂର ଶର୍ମାଙ୍କ ବିବାଦୀୟ ବୟାନ ଘଟଣା

ନେଦରଲ୍ୟାଣ୍ଡର ସାଂସଦ ଗିରଟ ଉଇଲ୍ଡର (Geert Wilders)ଙ୍କୁ ମଧ୍ୟ ହତ୍ୟା ଧମକ । ବିବାଦୀୟ ମନ୍ତବ୍ୟ ମାମଲାରେ ନୁପୂର ଶର୍ମାଙ୍କୁ କରିଥିଲେ ସମର୍ଥନ । ନୁପୂରଙ୍କ ସହ ସମଗ୍ର ଭାରତ ସହଯୋଗର ସହ ଛିଡା ହେଉ ବୋଲି କହିଥିଲେ ଆହ୍ବାନ । ଅଧିକ ପଢନ୍ତୁ

Prophet remark row: ନୁପୂର ଶର୍ମାଙ୍କୁ ସମର୍ଥନ ପରେ ଡଚ ସାଂସଦଙ୍କୁ ମଧ୍ୟ ହତ୍ୟା ଧମକ

author img

By

Published : Jun 8, 2022, 4:10 PM IST

ନୂଆଦିଲ୍ଲୀ: ଇସଲୀମୟ ମହାପୁରୁଷ ମହମ୍ମଦଙ୍କ ସମ୍ପର୍କରେ ନିଲମ୍ବିତ ବିଜେପି ମୁଖପାତ୍ର ନୁପୂର ଶର୍ମାଙ୍କ ବିବଦୀୟ ବୟାନଙ୍କୁ ନେଇ ଅନ୍ତର୍ଜାତୀୟ ସ୍ତରରେ ମଧ୍ୟ ଉଷ୍ମତା ବଢିବାରେ ଲାଗିଛି । ନୁପୂରଙ୍କୁ ପୂର୍ବରୁ ବିଭିନ୍ନ ଆତଙ୍କବାଦୀ ସଂଗଠନ ପକ୍ଷରୁ ହତ୍ୟା ଧମକ ମିଳିଥିବା ଅଭିଯୋଗ ହୋଇଥିବା ବେଳେ ଏବେ ନୁପୂରଙ୍କ ମତକୁ ସମର୍ଥନ କରିଥିବା ନେଦରଲ୍ୟାଣ୍ଡର ସାଂସଦ ଗିରଟ ଉଇଲ୍ଡର(Geert Wilders)ଙ୍କୁ ମଧ୍ୟ ହତ୍ୟା ଧମକ ମିଳିଛି । କିଛି ଇସାଲାମିକ ମୌଳବାଦୀ ଓ ଆତଙ୍କବାଦୀ ସଂଗଠନ ତାଙ୍କୁ ହତ୍ୟା କରିବାକୁ ଧମକ ଦେଇଛନ୍ତି ।

  • Never give in to Islamic terrorists like Al-Qaida, they represent barbarism. The whole Indian nation should rally around #napursharma now and support her. Al Qaida and the Taliban put me on the their hitlist years ago. One lesson: never bow for terrorists. Never! https://t.co/4re4y0Wm2k

    — Geert Wilders (@geertwilderspvv) June 8, 2022 " class="align-text-top noRightClick twitterSection" data=" ">

ନୁପୂରଙ୍କ ମନ୍ତବ୍ୟକୁ ସିଧାସଳଖ ସମର୍ଥନ କରିଥିଲେ ଡଚ ସାଂସଦ ଉଇଲ୍ଡର୍ସ । ନୁପୂର ଯାହା କହିଛନ୍ତି ସତ୍ୟ କହିଛନ୍ତି । ଅଲ-କାଏଦା ଭଳି ଇସଲାମୀୟ ଆତଙ୍କବାଦୀଙ୍କୁୁ କେବେ ବି ବରଦାସ୍ତ କରନ୍ତୁ ନାହିଁ ବୋଲି ସେ ଭାରତୀୟ ନାଗରିକଙ୍କୁ ଆହ୍ବାନ ମଧ୍ୟ କରିଥିଲେ । ସେମାନେ କେବଳ ହିଂସା ଓ ବର୍ବରତାର ପ୍ରତିନିଧିତ୍ୱ କରନ୍ତି । ତେଣୁ ସେମାନଙ୍କ ସମ୍ମୁଖରେ ନତମସ୍ତକ ହେବା ପରିବର୍ତ୍ତେ ସମଗ୍ର ଭାରତ ବର୍ତ୍ତମାନ ନୁପୂରଙ୍କ ସହ ସମର୍ଥନରେ ଛିଡା ହେବା ଆବଶ୍ୟକ ବୋଲି ସେ ମତ ଦେଇଥିଲେ । ଏପରି ସମର୍ଥନପୂର୍ଣ୍ଣ ଟ୍ବିଟର ମାତ୍ର କିଛି ସମୟ ମଧ୍ୟରେ ତାଙ୍କୁ ମଧ୍ୟ ହତ୍ୟା ଧମକ ମିଳିଛି । ବଲିଉଡ ଅଭିନେତ୍ରୀ କଙ୍ଗନା ରାଣାଓ୍ବତ ମଧ୍ୟ ନୁପୂରଙ୍କ ସମର୍ଥନରେ ବାହାରିଥିବା ଦେଖିବାକୁ ମିଳିଛି ।

ଅନ୍ୟପଟେ ବିବାଦୀୟ ବୟାନ ପରେ ନୁପୂର ଦଳରୁ ନିଲମ୍ବିତ ହୋଇ ସାରିଛନ୍ତି । ନୁପୂରଙ୍କୁ କିଛି ମୌଳବାଦୀ ସଂଗଠନଙ୍କ ପକ୍ଷରୁ ହତ୍ୟା ଧମକ ମିଳିଥିବା ବେଳେ ଦିଲ୍ଲୀ ପୋଲିସ ନୁପୂରଙ୍କ ସମେତ ତାଙ୍କ ପରିବାରର ସୁରକ୍ଷା ବ୍ୟବସ୍ଥା ବଢାଇ ଦେଇଛି । କେବଳ ନୁପୂରଙ୍କୁ ହତ୍ୟା ଧମକ ନୁହେଁ ବରଂ ଭାରତର ବିଭିନ୍ନ ସ୍ଥାନରେ ଆତ୍ମଘାତୀ ବିସ୍ଫୋରଣର ଧମକ ଦେଇଛି ଆତଙ୍କବାଦୀ ସଂଗଠନ ଅଲ-କାଏଦା । ଏପରି ସମ୍ଭାବ୍ୟ ଆକ୍ରମଣକୁ ଦୃଷ୍ଟିରେ ରଖି ଗୁଇନ୍ଦା ବିଭାଗ ମଧ୍ୟ ହାଇ ଆଲର୍ଟକୁ ଆସିଛି । ଆକ୍ରମଣ ଧମକର ତାଲିକାରେ ଥିବା ରାଜ୍ୟରେ ସୁରକ୍ଷା ବ୍ୟବସ୍ଥା ମଧ୍ୟ କଡାକଡି କରାଯାଇଛି ।

କିଛି ଉପସାଗରୀୟ ତଥା ଇସଲାମିକ ଦେଶ ଭାରତ ବିରୋଧରେ ଅସନ୍ତୋଷ ପ୍ରକାଶ କରିଛନ୍ତି । ଭାରତ ମଧ୍ୟ ଏହି ପ୍ରସଙ୍ଗକୁ ନେଇ ସ୍ପଷ୍ଟୀକରଣ ରଖି ସାରିଛି । ଏହା ସରକାରୀ ବିବୃତ୍ତି ନୁହେଁ, ବରଂ ରାଜନୈତିକ ଦଳର ଜଣେ ମୁଖପାତ୍ରଙ୍କ ବିବୃତ୍ତି । ସମ୍ପୃକ୍ତ ରାଜନୈତିକ ଦଳ ମଧ୍ୟ ସମ୍ପୃକ୍ତ କାର୍ଯ୍ୟକର୍ତ୍ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିସାରିଛି । ସରକାର ଏପରି ମନ୍ତବ୍ୟକୁ ସମର୍ଥନ କରୁନାହିଁ ବୋଲି ବିଦେଶ ମନ୍ତ୍ରାଣାଳୟ ରିପୋର୍ଟ ତଲବ କରିଥିବା ଦେଶମାନଙ୍କୁ ସ୍ପଷ୍ଟ କରିସାରିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.