ETV Bharat / bharat

ଅମରିନ୍ଦରଙ୍କ ଘୋର ବିରୋଧି ପଞ୍ଜାବର ନୂଆ କ୍ୟାପ୍ଟେନ ଚନ୍ନୀ

author img

By

Published : Sep 19, 2021, 9:16 PM IST

ପଞ୍ଜାବର ନୂଆ ମୁଖ୍ୟମନ୍ତ୍ରୀ ହେବେ ଚରଣଜିତ ସିଂହ ଚନ୍ନୀ । ପ୍ରଥମ ଥର ରାଜ୍ୟର ଦଳିତ ନେତାଙ୍କୁ ଦିଆଯାଇଛି ମୁଖ୍ୟମନ୍ତ୍ରୀ ଦାୟିତ୍ବ । ଅଧିକ ପଢନ୍ତୁ...

ଅମରିନ୍ଦରଙ୍କ ଘୋର ବିରୋଧୀ ପଞ୍ଜାବର ନୂଆ କ୍ୟାପ୍ଟେନ ଚନ୍ନୀ

ଚଣ୍ଡିଗଡ: ପଞ୍ଜାବର ନୂଆ ମୁଖ୍ୟମନ୍ତ୍ରୀ ଚେହେରା ନେଇ ଦୀର୍ଘ ଘଣ୍ଟାର ବୈଠକ ପରେ ଚରଣଜିତ ସିଂହ ଚନ୍ନୀଙ୍କ ନାଁରେ ବାଜିଛି ମୋହର । ପଞ୍ଜାବର ନୂଆ ମୁଖ୍ୟମନ୍ତ୍ରୀ ହେବେ ଚରଣଜିତ ସିଂହ ଚନ୍ନୀ । ପ୍ରଥମ ଥର ରାଜ୍ୟର ଦଳିତ ନେତାଙ୍କୁ ଦିଆଯାଇଛି ମୁଖ୍ୟମନ୍ତ୍ରୀ ଦାୟିତ୍ବ ।

ଚରଣଜିତ ସିଂ ଚନ୍ନୀ ପଞ୍ଜାବର ଚାମକୌର ସାହିବ ବିଧାନସଭା ଆସନରୁ କଂଗ୍ରେସ ବିଧାୟକ ଅଛନ୍ତି । ଗତ ବିଧାନସଭା ନିର୍ବାଚନରେ ​​ସେ ଆମ ଆଦମୀ ପାର୍ଟିର ଚରଣଜିତ ସିଂଙ୍କୁ ପ୍ରାୟ 12000 ଭୋଟ ବ୍ୟବଧାନରେ ପରାସ୍ତ କରିଥିଲେ । ଏହାପୂର୍ବରୁ 2012 ନିର୍ବାଚନରେ ​​ଚନ୍ନୀ ପ୍ରାୟ 3600 ଭୋଟ୍ ବ୍ୟବଧାନରେ କରିଥିଲେ ବିଜୟ ହାସଲ । ଚରଣଜିତ ସିଂହ ଚନ୍ନୀ କଂଗ୍ରେସର ଯୁବମୋର୍ଚ୍ଚା ସହିତ ଜଡିତ ଥିଲେ । ଏହି ସମୟରେ ରାହୁଲ ଗାନ୍ଧୀଙ୍କ ନିକଟତର ହୋଇଥିଲେ ଚନ୍ନୀ ।

ଦଳିତ ଶିଖ ଚେହେରା

ପଞ୍ଜାବ କଂଗ୍ରେସର ଦଳିତ ଚେହେରା ହେଉଛନ୍ତି ଚରଣଜିତ ସିଂହ ଚନ୍ନୀ । ତାଙ୍କୁ ଗାନ୍ଧୀ ପରିବାରର ଅତି ନିକଟତର ଭାବରେ ବିବେଚନା କରାଯାଏ । ପଞ୍ଜାବରେ ସର୍ବାଧିକ ସଂଖ୍ୟକ ଦଳିତ ଶିଖ ଅଛନ୍ତି । ସେମାନଙ୍କର ସଂଖ୍ୟା ପ୍ରାୟ 32% । ରାଜନୈତିକ ବିଶ୍ଳେଷକଙ୍କ କହିବାନୁସାରେ, ଦଳିତ ଶିଖ ଚେହେରା ଭାବରେ ଚନ୍ନୀଙ୍କୁ ମୁଖ୍ୟମନ୍ତ୍ରୀ କରିବା ସପକ୍ଷରେ ରହିଥିଲେ ।

ରାଜନୈତିକ ଜୀବନ

ଚରଣଜିତ ସିଂହ ଚନ୍ନୀ ୩ ଥର ଚମକୌର ସାହିବରୁ ବିଧାୟକ ନିର୍ବାଚିତ ହୋଇଛନ୍ତି । ସେ ଜଣେ ଦଳିତ ନେତା ଏବଂ ନବଜୋତ ସିଂ ସିଦ୍ଧୁଙ୍କ ସହ ବେଶ ଘନିଷ୍ଠ । 2007ରେ ଚନ୍ନୀ ପ୍ରଥମ ଥର ପାଇଁ ଚମକୌର ସାହିବରୁ ବିଧାୟକ ଭାବରେ ନିର୍ବାଚିତ ହୋଇଥିଲେ । ଚରଣଜିତ ସିଂହ ବିଧାନସଭାରେ ବିରୋଧୀ ଦଳର ନେତା ମଧ୍ୟ ରହିସାରିଛନ୍ତି ।

ଅକାଳୀ ଦଳ ବିରୋଧରେ କଂଗ୍ରେସର ମୁଖ୍ୟ ବିରୋଧୀ ଭାବରେ କଂଗ୍ରେସରେ ମୁଖ୍ୟ ଭୂମିକା ଅର୍ଜନ କରିଛନ୍ତି ଚରଣଜିତ । ୨୦୧୭ ପଞ୍ଜାବରେ କଂଗ୍ରେସ ସରକାର ଗଠନ ପରେ ଚରଣଜିତ ସିଂହ ଚନ୍ନୀଙ୍କୁ କ୍ୟାପ୍ଟେନ କ୍ୟାବିନେଟରେ ବୈଷୟିକ ଶିକ୍ଷା ଏବଂ ଶିଳ୍ପ ତାଲିମ ମନ୍ତ୍ରୀ ଦାୟିତ୍ବ ଦିଆଯାଇଥିଲା ।

ପାରିବାରିକ ଏବଂ ଜୀବନ

ପଞ୍ଜାବର ନୂତନ ମୁଖ୍ୟମନ୍ତ୍ରୀ ଚରଣଜିତ ସିଂହ ଚନ୍ନୀ 1 ମାର୍ଚ୍ଚ 1, 1963ରେ ଜନ୍ମ ହୋଇଥିଲେ । ଚରଣଜିତ ଚନ୍ନୀ ମୋହାଲି ଖରଡର ବାସିନ୍ଦା । ଚରଣଜିତ ଚନ୍ନୀ ହ୍ୟାଣ୍ଡବଲ ଖେଳାଳି ଭାବରେ ବିଶ୍ବବିଦ୍ୟାଳୟରୁ ୩ଥର ପଦକ ଜିତିଥିଲେ । ସ୍କୁଲ ସମୟରୁ ଚନ୍ନୀ ଏନସିସି ଏବଂ ଏନଏସଏସ ଭଳି ସାମାଜିକ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରୁଥିଲେ । ଚରଣଜିତ ସିଂ ଚନ୍ନୀ ଉଚ୍ଚଶିକ୍ଷା ପାଇଁ ଶ୍ରୀ ଗୁରୁ ଗୋବିନ୍ଦ ସିଂ କଲେଜରେ ନାମ ଲେଖାଇ ସ୍ନାତକୋତ୍ତର ଡିଗ୍ରୀ ହାସଲ କରିଥିଲେ । ଏହା ପରେ ସେ ଚଣ୍ଡିଗଡ଼ ପଞ୍ଜାବ ବିଶ୍ବବିଦ୍ୟାଳୟରୁ ଆଇନରେ ମଧ୍ୟ ଡିଗ୍ରୀ ହାସଲ କରିଥିଲେ।

କ୍ୟାପ୍ଟେନଙ୍କ ବିରୋଧୀ

ଅନେକ ବିଷୟ ଉପରେ ନିଜ ଦଳକୁ ମଧ୍ୟ ବିରୋଧ କରିଆସିଛନ୍ତି ଚନ୍ନୀ । ଶିଖ ଧାର୍ମିକ ଗ୍ରନ୍ଥ ଗୁରୁଗ୍ରନ୍ଥ ସାହିବର ଅପମାନ ମାମଲାରେ ହୋଇନଥିଲା କୌଣସି କାର୍ଯ୍ୟାନୁଷ୍ଠାନ । ଏହି କାରଣରୁ ପଞ୍ଜାବ ସରକାରରେ ଥିବା ଅନେକ ମନ୍ତ୍ରୀ ଅସନ୍ତୋଷ ଜାହିର କରିଥିଲେ । ପରିସ୍ଥିତିକୁ ଅଧିକ ସରଗରମ କରିଥିଲେ ଚରଣଜିତ ସିଂହ ଚନ୍ନୀ । ଏବଂ ଏହି ମାମଲାରେ ଖୋଲାଖୋଲି ବିଦ୍ରୋହ କରିଥିଲେ ଚରଣଜିତ ।

ପଞ୍ଜାବରେ ୪ ମନ୍ତ୍ରୀ ଓ ୨୦ ବିଧାୟକ ଖୋଲାଖୋଲି କ୍ୟାପ୍ଟେନ ଅମରିନ୍ଦରଙ୍କ ବିରୋଧ କରିଥିଲେ । ତାଙ୍କୁ ହଟାଇବାର ଦାବି ଉଠିଥିଲା । ସେମାନଙ୍କ ମଧ୍ୟରୁ ଜଣେ ନେତା ଥିଲେ ଚରଣଜିତ ସିଂହ । ଏଭଳିସ୍ଥିତିରେ ଅମରିନ୍ଦରଙ୍କ ଇସ୍ତଫାରେ ତାଙ୍କର ଯୋଗଦାନ ବେଶ ମହତ୍ବପୂର୍ଣ୍ଣ । ସେ ସର୍ବଦା କ୍ୟାପ୍ଟେନଙ୍କ ବିରୋଧରେ ବିଦ୍ରୋହୀ ଆଭିମୁଖ୍ୟ ଆପଣାଇଆସିଛନ୍ତି ।

ସିଦ୍ଧୁଙ୍କ ସହ ସମ୍ପର୍କ

ସବୁ ବିରୋଧ ସତ୍ତ୍ବେ ଚରଣଜିତ ସିଂହ ଚନ୍ନୀ ନବଜୋତ ସିଂହଙ୍କ ସହ ଅଧିକ ଘନିଷ୍ଠ ନୁହଁନ୍ତି । ଦୁଇଜଣଙ୍କ ରାଜନୀତିରେ କେବଳ ଗୋଟିଏ ସମାନତା ହେଉଛି ଯେ ଉଭୟ କ୍ୟାପ୍ଟେନଙ୍କ ଘୋର ବିରୋଧୀ । ଉଭୟ ନେତା କ୍ୟାପ୍ଟେନଙ୍କୁ ମୁଖ୍ୟମନ୍ତ୍ରୀ ପଦରୁ ହଟାଇବାକୁ ପ୍ରୟାସ କରିଥିଲେ ।

ଚନ୍ନୀ କିଏ ?

  • 58 ବର୍ଷୀୟ ଚନ୍ନୀ ଚମକୌର ବିଧାନସଭା ଆସନରୁ ବିଧାୟକ ଅଛନ୍ତି
  • ଚନ୍ନୀ ଦଳିତ ସମ୍ପ୍ରଦାୟରୁ ଆସନ୍ତି
  • ଚରଣଜିତ ଚନ୍ନୀ ପଞ୍ଜାବର ପ୍ରଥମ ଦଳିତ ଶିଖ ମୁଖ୍ୟମନ୍ତ୍ରୀ ହେବେ
  • ୩ ଥର ବିଧାୟକ ରହିଥିବା ଚନ୍ନୀ ରାଜ୍ୟ ସରାକାରରେ ବୈଷୟିକ ଶିକ୍ଷା ଏବଂ ଶିଳ୍ପ ତାଲିମ ମନ୍ତ୍ରୀ ଥିଲେ
  • କ୍ୟାପ୍ଟେନ ଅମରିନ୍ଦର ସିଂଙ୍କ ଘୋର ବିରୋଧୀ ରହିଆସିଛନ୍ତି ଚନ୍ନୀ

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.