ETV Bharat / bharat

ପ୍ରଥମ ଥର ହୋଇଥିଲେ ବିଧାୟକ, ବଡ ନେତାଙ୍କୁ ପଛରେ ପକାଇ ହେଲେ ମୁଖ୍ୟମନ୍ତ୍ରୀ

ଅନେକ ବଡ ବଡ ନେତାଙ୍କୁ ପଛରେ ପକାଇ ଗୁଜୁରାଟ ମୁଖ୍ୟମନ୍ତ୍ରୀ ଆସନରେ ବସିବାକୁ ଯାଉଛନ୍ତି ଭୂପେନ୍ଦ୍ର ପଟେଲ । ସାଙ୍ଗଠନିକ ଦକ୍ଷତା ରଖୁଥିବା ଭୂପେନ୍ଦ୍ର ପୂର୍ବତନ ମୁଖ୍ୟମନ୍ତ୍ରୀ ଆନନ୍ଦୀବେନ ପଟେଲଙ୍କ ଆସନରୁ ନିର୍ବାଚନ ଲଢି ହୋଇଥିଲେ ବିଧାୟକ । ଅଧିକ ପଢନ୍ତୁ...

ପ୍ରଥମ ଥର ହୋଇଥିଲେ ବିଧାୟକ, ବଡ ନେତାଙ୍କୁ ପଛରେ ପକାଇ ହେଲେ ମୁଖ୍ୟମନ୍ତ୍ରୀ
ପ୍ରଥମ ଥର ହୋଇଥିଲେ ବିଧାୟକ, ବଡ ନେତାଙ୍କୁ ପଛରେ ପକାଇ ହେଲେ ମୁଖ୍ୟମନ୍ତ୍ରୀ
author img

By

Published : Sep 12, 2021, 6:55 PM IST

ଗାନ୍ଧୀନଗର: ଗୁଜୁରାଟରେ ପୁଣି ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଇଛି ଭାରତୀୟ ଜନତା ପାର୍ଟି । ଆଗକୁ ଗୁଜୁରାଟ ବିଧାନସଭା ନିର୍ବାଚନ । ଆଉ ଏହା ପୂର୍ବରୁ ବଦଳିଛି ମୁଖ୍ୟମନ୍ତ୍ରୀ ଚେହେରା । ଗୁଜୁରାଟରେ ନୂଆ ମୁଖ୍ୟମନ୍ତ୍ରୀଙ୍କ ନାଁ ଘୋଷଣା କରିଛି ବିଜେପି ।

ଅନେକ ବଡ ବଡ ନେତାଙ୍କୁ ପଛରେ ପକାଇ ଗୁଜୁରାଟ ମୁଖ୍ୟମନ୍ତ୍ରୀ ଆସନରେ ବସିବାକୁ ଯାଉଛନ୍ତି ଭୂପେନ୍ଦ୍ର ପଟେଲ । ଏନେଇ ବିଧାୟକ ଦଳ ବୈଠକରେ ହୋଇଛି ନିଷ୍ପତ୍ତି । ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୟ ରୂପାଣୀଙ୍କ ସ୍ଥାନ ନେବେ ଭୂପେନ୍ଦ୍ର ପଟେଲ । ଅହମଦାବାଦର ଘଟଲୋଡିୟା ବିଧାନସଭା ଆସନରୁ ବିଧାୟକ ଅଛନ୍ତି ଭୂପେନ୍ଦ୍ର ଭାଇ ରଜନୀକାନ୍ତ ପଟେଲ । ମଜବୁତ ସାଙ୍ଗଠନିକ ଦକ୍ଷତା ରଖୁଥିବା ଭୂପେନ୍ଦ୍ର ପଟେଲ ଅହମଦାବାଦ ସହରାଞ୍ଚଳ ବିକାଶ ଅଥରିଟିର ଅଧ୍ୟକ୍ଷ ରହିସାରିଛନ୍ତି । ଇଞ୍ଜିନିୟରିଂ ପଢିଛନ୍ତି ଭୂପେନ୍ଦ୍ର ।

ଗୁଜୁରାଟର ପୂର୍ବତନ ମୁଖ୍ୟମନ୍ତ୍ରୀ ଆନନ୍ଦୀବେନ ପଟେଲଙ୍କୁ ରାଜ୍ୟପାଳ କରାଯିବା ପରେ ବିଧାନସଭା ନିର୍ବାଚନରେ ଘାଟଲୋଡିୟା ଆସନରୁ ଭୂପେନ୍ଦ୍ରଙ୍କୁ ମୈଦାନରେ ଓହ୍ଲାଇଥିଲା ବିଜେପି । ଆଉ ଏହି ଆସନରୁ ଭୂପେନ୍ଦ୍ର ନିର୍ବାଚନ ଜିତି ପ୍ରଥମ ଥର ବିଧାନସଭା ପହଁଞ୍ଚିବାରେ ସଫଳ ହୋଇଥିଲେ । ଗୁଜୁରାଟର ନୂଆ ମୁଖ୍ୟମନ୍ତ୍ରୀ ଭୂପେନ୍ଦ୍ର ପଟେଲ ଆନନ୍ଦୀବେନ ପଟେଲଙ୍କ ନିକଟତର ବୋଲି ବିବେଚନା କରାଯାଏ । ବିଜେପିର ସମର୍ପିତ କାର୍ଯ୍ୟକର୍ତ୍ତା ରହିଆସିଥିବା ଭୂପେନ୍ଦ୍ର ପଟେଲ ଗୃହମନ୍ତ୍ରୀ ଅମିତ ଶାହଙ୍କ ମଧ୍ୟ ନିକଟତର ।

ରାଜନୀତିରେ ପାଦ ଦେବା ପୂର୍ବରୁ ଅହମଦାବାଦ ସହରାଞ୍ଚଳ ବିକାଶ ପ୍ରାଧିକରଣ(AUDA) ଅଧ୍ୟକ୍ଷ ରହିଥିଲେ ଭୂପେନ୍ଦ୍ର ପଟେଲ । ଗୁଜୁରାଟର ପୂର୍ବତନ ମୁଖ୍ୟମନ୍ତ୍ରୀ ଆନନ୍ଦୀବେନ ପଟେଲ ଖୋଦ ତାଙ୍କୁ ସମର୍ଥନ କରିଥିବା କୁହାଯାଉଛି । ପରେ ଯେବେ ଆନନ୍ଦୀବେନ ପଟେଲ ମୁଖ୍ୟମନ୍ତ୍ରୀ ପଦରୁ ହଟିଲେ ସେବେ ସେ ନିଜ ଆସନରୁ ଭୂପେନ୍ଦ୍ରଙ୍କୁ ନିର୍ବାଚନ ଲଢାଇବା ପାଇଁ ସମର୍ଥନ କରିଥିଲେ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଯେବେ ଗୁଜରାଟର ମୁଖ୍ୟମନ୍ତ୍ରୀ ଥିଲେ, ସେବେ ୧୯୯୯ରୁ ୨୦୦୧ ମଧ୍ୟରେ ପଟେଲ ଅହମଦାବାଦ ନଗରପାଳିକା ଷ୍ଟାଣ୍ଡିଂ କମିଟିର ଅଧ୍ୟକ୍ଷ ରହିଥିଲେ । ସେହିପରି ୨୦୦୮ରୁ ୨୦୧୦ ମଧ୍ୟରେ ଅହମଦାବାଦ ନଗରପାଳିକା ସ୍କୁଲ ବୋର୍ଡ ଉପାଧ୍ୟକ୍ଷ ଥିଲେ ପଟେଲ । ୨୦୧୦ରୁ ୨୦୧୫ ପର୍ଯ୍ୟନ୍ତ ସେ ଅହମଦାବାଦ ଥାଲତେଜ ୱାର୍ଡରୁ କାଉନସିଲର ମଧ୍ୟ ଚୟନ ହୋଇଥିଲେ ।

୨୦୧୭ ବିଧାନସଭା ନିର୍ବାଚନରେ କଂଗ୍ରେସର ଶଶିକାନ୍ତ ପଟେଲଙ୍କୁ ହରାଇଥିଲେ ଭୂପେନ୍ଦ୍ର । ଏହାକୁ ନେଇ ଏକ ରୋଚକ କଥା ରହିଛି । ୨୦୧୭ରେ ବିଧାନସଭା ନିର୍ବାଚନରେ ରାଜ୍ୟର ପୂର୍ବତନ ମୁଖ୍ୟମନ୍ତ୍ରୀ ଆନନ୍ଦୀବେନ ପଟେଲ ନିର୍ବାଚନ ଲଢିବା ପାଇଁ ମନା କରିଦେଇଥିଲେ । ଏହାପରେ ଆନନ୍ଦୀବେନଙ୍କ କହିବାନୁଯାୟୀ ଭୂପେନ୍ଦ୍ର ପଟେଲଙ୍କୁ ତାଙ୍କ ନିଜ ଆସନ ଘାଟଲୋଡିୟାରୁ ଟିକଟ ଦିଯାଇଥିଲା । ଆଉ ଏହି ନିର୍ବାଚନରେ ଏକ ଲକ୍ଷ ୧୭ ହଜାରୁ ଅଧିକ ଭୋଟ୍‌ରେ ରେକର୍ଡ ବିଜୟ ହାସଲ କରିଥିଲେ ଭୂପେନ୍ଦ୍ର । ଅହମଦାବାଦ ଶିଲାଜା ନିବାସୀ ଭୂପେନ୍ଦ୍ର ପଟେଲ ପ୍ରଥମ ଥର ବିଧାୟକ ନିର୍ବାଚିତ ହୋଇ ମୁଖ୍ୟମନ୍ତ୍ରୀ ଆସନ ଦଖଲ କରିଛନ୍ତି । ୫୯ ବର୍ଷୀୟ ପଟେଲ ଏଥର ଗୁଜୁରାଟ ଗଡର ମଙ୍ଗ ଧରିବେ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.