ETV Bharat / bharat

କୋରୋନା ମୁକାବିଲା ପାଇଁ କେବଳ ଟିକା ଯଥେଷ୍ଟ ନୁହେଁ: WHO ମୁଖ୍ୟ

author img

By

Published : Nov 17, 2020, 12:25 PM IST

ସାରା ବିଶ୍ବକୁ ବ୍ୟାପିଯାଇଥିବା କୋରୋନା ଭାଇରସ ମହାମାରୀ ରୋକିବା ଲାଗି କେବଳ ଭାକ୍ସିନ ଯଥେଷ୍ଟ ନୁହେଁ ବୋଲି ଚେତାବନୀ ଦେଇଛନ୍ତି ବିଶ୍ବ ସ୍ବାସ୍ଥ୍ୟ ସଙ୍ଗଠନ ମହାନିର୍ଦ୍ଦେଶକ ଟେଡ୍ରୋସ ଆଡାନୋମ ଗେବ୍ରେଏସଏସ । ଅଧିକ ପଢନ୍ତୁ...

who chief warns that vaccine will not be enough to stop coronavirus pandemic effect
କୋରୋନା ମୁକାବିଲା ପାଇଁ କେବଳ ଟିକା ଯଥେଷ୍ଟ ନୁହେଁ: WHO ମୁଖ୍ୟ

ନୂଆଦିଲ୍ଲୀ: ସମଗ୍ର ବିଶ୍ବରେ ଏବେ ହାହାକାର ସୃଷ୍ଟି କରିଛି ମହାମାରୀ କୋରୋନା । ଆଉ ଏହି ରୋଗରେ ପୀଡିତ ହୋଇ ପ୍ରାଣ ହରାଇଛନ୍ତି ଲକ୍ଷ ଲକ୍ଷ ଲୋକ । ପୃଥିବୀର ବିଭିନ୍ନ ସ୍ଥାନରୁ ବୈଜ୍ଞାନିକମାନେ ଏହି ଭୂତାଣୁର ମୁକାବିଲା କରିବା ପାଇଁ ଟୀକା ଖୋଜୁଛନ୍ତି ଏବଂ ଆଶା କରୁଛନ୍ତି ଯେ ଟୀକା ଆସିବା ପରେ ଲୋକମାନଙ୍କୁ ସୁରକ୍ଷା ଦିଆଯାଇପାରିବ । ତେବେ ବର୍ତ୍ତମାନ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (WHO) ଏପରି ଏକ କଥା କହିଛି ଯାହା ଲୋକଙ୍କ ଆଶାକୁ ମଉଳାଇ ଦେଇପାରେ ।

ବିଶ୍ବ ସ୍ବାସ୍ଥ୍ୟ ସଙ୍ଗଠନ (ଡବ୍ଲୁଏଚଓ) ମହାନିର୍ଦ୍ଦେଶକ ଟେଡ୍ରୋସ ଆଡାନୋମ ଗେବ୍ରେଏସଏସ କହିଛନ୍ତି ଯେ, ସାରା ବିଶ୍ବକୁ ବ୍ୟାପିଯାଇଥିବା କୋରୋନା ଭାଇରସ ମହାମାରୀ ରୋକିବା ଲାଗି କେବଳ ଭାକ୍ସିନ ଯଥେଷ୍ଟ ହେବନାହିଁ । ଏହି ମହାମାରୀ ଆରମ୍ଭ ହେବାର ମାସକ ମଧ୍ୟରେ ଏହା ଚାରିଆଡ଼େ ବ୍ୟାପିଯାଇଥିଲା। ସାରା ବିଶ୍ବରେ ଏପର୍ଯ୍ୟନ୍ତ ୫୪ ନିୟୁତ ଲୋକେ ସଂକ୍ରମିତ ହୋଇଥିବା ବେଳେ ୧.୩ ନିୟୁତରୁ ଅଧିକ ଲୋକ ପ୍ରାଣ ହରାଇଲେଣି। ସଂକ୍ରମଣ ରୋକିବା ଲାଗି ଆମର ଉପଯୋଗରେ ଆସୁଥିବା ଅନ୍ୟ ସାମଗ୍ରୀ ଭଳି ଟିକା ମଧ୍ୟ ଏକ ଉପାୟ। ହେଲେ ଏହା ମହାମାରୀକୁ ନିଜେ ରୋକିଦେଇ ପାରିବନି। ନଭେମ୍ବର ୭ ତାରିଖରେ ଜାତିସଂଘ ସ୍ବାସ୍ଥ୍ୟ ସଂସ୍ଥାନକୁ ୬୧୪, ୦୧୩ଟି ଦୈନିକ ମାମଲାର ରିପୋର୍ଟ ହୋଇଥିଲା। ଶୁକ୍ରବାର ଏହି ସଂଖ୍ୟା ୬୪୫,୪୧୦କୁ ଛୁଇଁଥିବା ବେଳେ ଦୈନିକ ସଂକ୍ରମଣର ସମସ୍ତ ରେକର୍ଡ ଭାଙ୍ଗିଛି। ଏଥିରେ ଟିକା ଆସିବା ଆଶ୍ବସ୍ତିକର ନିଶ୍ଚିତ। ତେବେ ଏହାର ସୁଷମ ବିତରଣ କରାନଗଲେ ଧାର୍ଯ୍ୟ ଲକ୍ଷ୍ୟ ହାସଲ ହୋଇପାରିବ ନାହିଁ।

ଟେଡ୍ରୋସ ଏହା ମଧ୍ୟ କହିଛନ୍ତି ଯେ, ଟୀକାକରଣର ପ୍ରଥମ ଦିନରେ ଏହାର ଯୋଗାଣ ନିୟନ୍ତ୍ରିତ ହେବ ଏବଂ ସ୍ବାସ୍ଥ୍ୟ କର୍ମୀ, ବୃଦ୍ଧ ଏବଂ ଗୁରୁତର ଥିବା ଅନ୍ୟ ଲୋକଙ୍କୁ ଏହି ଟିକା ପ୍ରଦାନ କରିବାକୁ ପ୍ରାଥମିକତା ଦିଆଯିବ। ଏହା ପରେ ମୃତ୍ୟୁ ସଂଖ୍ୟା ହ୍ରାସ ପାଇବ ଏବଂ ସ୍ବାସ୍ଥ୍ୟ ବ୍ୟବସ୍ଥାକୁ ମଜବୁତ କରିବାରେ ସହାୟକ ହେବ ବୋଲି ଆଶା କରାଯାଉଛି। ସେହିଭଳି ଲୋକଙ୍କୁ ଲୋକଙ୍କଠାରୁ ପୃଥକ କରିବାର ପ୍ରକ୍ରିୟା ମଧ୍ୟ ଜାରି ରଖାଯିବା ଦରକାର। ନଚେତ ବିଶ୍ବ କୋଭିଡ ସ୍ଥିତିରେ କୌଣସି ପରିବର୍ତ୍ତନ ହେବ ନାହିଁ ବୋଲି ସେ ସତର୍କ କରାଇ ଦେଇଛନ୍ତି।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.