ETV Bharat / bharat

କୋରୋନା ବିରୋଧରେ ଭାରତର ପଦକ୍ଷେପକୁ WHO ମହାନିର୍ଦ୍ଦେଶକଙ୍କ ପ୍ରଶଂସା - ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ପ୍ରଶଂସା

ମହାମାରୀ କୋରୋନା 10 ମାସ ହେବ ବିଶ୍ବରେ ତାଣ୍ଡବ ରଚିଛି । ଏହା ସହ ଲଢିବାକୁ ଭାରତ ନେଇଥିବା ପଦକ୍ଷେପକୁ ପ୍ରଶଂସା କରିଛନ୍ତି WHO ମହାନିର୍ଦ୍ଦେଶକ । ଅଧିକ ପଢନ୍ତୁ...

କୋରୋନା ବିରୋଧରେ ଭାରତର ପଦକ୍ଷେପକୁ WHO ମହାନିର୍ଦ୍ଦେଶକଙ୍କ ପ୍ରଶଂସା

author img

By

Published : Jan 5, 2021, 2:26 PM IST

Updated : Jan 5, 2021, 3:08 PM IST

ନୂଆଦିଲ୍ଲୀ: କୋରୋନା ମହାମାରୀ ବିରୋଧରେ ବିଶ୍ବରେ ଭାରତ ନେଇଥିବା ପଦକ୍ଷେପ ତଥା ଟିକାର ସଫଳ ଉତ୍ପାଦନକୁ ପ୍ରଶଂସା କରିଛନ୍ତି ବିଶ୍ବ ସ୍ବାସ୍ଥ୍ୟ ସଂଗଠନର ମହାନିର୍ଦ୍ଦେଶକ ଟେଡ୍ରୋସ୍ ଆଧନୋମ୍ ଗେବ୍ରେଏସ୍ ।

ଭାରତକୁ ପ୍ରଶଂସା କରି ଟେଡ୍ରୋସ କହିଛନ୍ତି, କୋରୋନା ମହାମାରୀ ବିରୋଧରେ ଭାରତ ତାର ନିର୍ଣ୍ଣାୟକ ନିଷ୍ପତ୍ତି ନେବା ସହିତ ଏହାରୁ ମୁଳପୋଛ କରିବାକୁ ସଂକଳ୍ପବଦ୍ଧତା ପ୍ରର୍ଦଶନ କରି ଆସୁଛି । ବିଶ୍ବର ସର୍ବବୃହତ୍ତ ଟିକା ଉତ୍ପାଦନକାରୀ ଭାବରେ ଭଲ ସ୍ଥାନରେ ରହିଛି ଭାରତ । କୋରୋନା ବିରୁଦ୍ଧରେ ଲଢିବାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନେଇଥିବା ପଦକ୍ଷେପକୁ ବେଶ ପ୍ରଶଂସା କରିବା ସହ ଏକା ସହିତ କାମ କରି ବିଶ୍ବର ସମସ୍ତ ଲୋକଙ୍କ ପାଖରେ ପ୍ରଭାବଶାଳି ନିରାପଦ ଟିକା ପହଞ୍ଚାଇ ପାରିବା ବୋଲି ଟ୍ବିଟ କରି କହିଛନ୍ତି WHOର ମହାନିର୍ଦ୍ଦେଶକ ।

ବିଶ୍ବରେ ଏକମାତ୍ର ଭାରତ ପାଖରେ ହିଁ ଟିକା ଉତ୍ପାଦନ କରିବାର ସର୍ବୋଚ୍ଚ କ୍ଷମତା ରହିଛି । ସେରମ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଡିଆ ଓ ଆଷ୍ଟ୍ରାଜେନେକା, ନୋଭାଭାକ୍ସ ଏବଂ ଗାମାଲିଆ ରିସର୍ଚ୍ଚ ଇନଷ୍ଟିଚ୍ୟୁଟ୍ ଟିକାକୁ ବହୁଳ ଭାବରେ ଉତ୍ପାଦନ କରିବାକୁ ଅନୁମତି ପ୍ରଦାନ କରିଛି | 1.3 ବିଲିୟନ ଜନସଂଖ୍ୟାରେ ବିଶ୍ବର ଜନସଂଖ୍ୟାରେ ଟିକାକରଣର ଘରୋଇ ପକ୍ରିୟା ଆରମ୍ଭ ହେବ । ଭାରତରେ ଆଗାମି କିଛିଦିନ ଭିତରେ କୋରୋନାର ଟିକାକରଣ ଆରମ୍ଭ ହେବ । ଛଅରୁ ଆଠ ମାସ ମଧ୍ୟରେ ପ୍ରାୟ 250 ନିୟୁତ ଲୋକଙ୍କୁ ଟୀକାକରଣ କରିବାକୁ ସରକାର ଲକ୍ଷ୍ୟ ରଖିଛନ୍ତି।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Jan 5, 2021, 3:08 PM IST

For All Latest Updates

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.