ETV Bharat / bharat

କେବେ ଫେରିବ କୋହିନୂର ? ସ୍ପଷ୍ଟ କଲେ କେନ୍ଦ୍ର ସରକାର

ଭାରତର ଅମୂଲ୍ୟ ସମ୍ପଦ ମଧ୍ୟରେ ଗୋଟିଏ ହେଉଛି କୋହିନୂର ହୀରା । ଯାହାକି ବ୍ରିଟେନର ରାଣୀଙ୍କ ମୁକୁଟର ଶୋଭା ବର୍ଦ୍ଧନ କରୁଛି । ରାଣୀ ଏଲିଜାବେଥ ଦ୍ବିତୀୟଙ୍କ ମୃତ୍ୟୁ ପରେ ଏହାର ଫେରସ୍ତ ଲାଗି ଦାବି ଉଠୁଥିବା ବେଳେ ଏନେଇ ସ୍ପଷ୍ଟ କରିଛନ୍ତି କେନ୍ଦ୍ର ସରକାର । ଅଧିକ ପଢନ୍ତୁ

କେବେ ଫେରିବ କୋହିନୂର ? ସ୍ପଷ୍ଟ କଲେ କେନ୍ଦ୍ର ସରକାରକେବେ ଫେରିବ କୋହିନୂର ? ସ୍ପଷ୍ଟ କଲେ କେନ୍ଦ୍ର ସରକାର
କେବେ ଫେରିବ କୋହିନୂର ? ସ୍ପଷ୍ଟ କଲେ କେନ୍ଦ୍ର ସରକାର
author img

By

Published : Oct 15, 2022, 9:42 PM IST

ନୂଆଦିଲ୍ଲୀ: ଭାରତର ଅମୂଲ୍ୟ ସମ୍ପଦ 'କୋହିନୂର ହୀରା' (Kohinoor) ଏବେ ବ୍ରିଟେନରେ ରହିଛି । କୋହିନୂର ହୀରା ଭାରତ ଫେରିବା ଉପରେ କେନ୍ଦ୍ର ସରକାରଙ୍କ ବୈଦେଶିକ ମନ୍ତ୍ରଣାଳୟ ଶୁକ୍ରବାର ଏନେଇ ସ୍ପଷ୍ଟ କରିଛି । ଏହି ହୀରାକୁ ୟୁକେରୁ କିପରି ଭାରତ ଆଣିହେବ ସେ ସମ୍ପର୍କରେ ବିଭିନ୍ନ ଉପାୟ ଓ ପ୍ରଚେଷ୍ଟା ଜାରି ରହିଥିବା କହିଛି ମନ୍ତ୍ରଣାଳୟ ।

ଭାରତରେ ଇଂରେଜ ଶାସନ ସମୟରେ ଆମ ଦେଶରୁ କୋହିନୂର ସମେତ ଅନେକ ମୂଲ୍ୟବାନ ପଦାର୍ଥକୁ ଇଂରେଜମାନେ ଲୁଟି ନେଇଥିଲେ । ଦେଶ ସ୍ବାଧୀନ ହେବା ପରେ ମଧ୍ୟ ସେମାନେ ଏହାକୁ ଫେରସ୍ତ କରିନଥିଲେ । ଏହି ମୂଲ୍ୟବାନ କୋହିନୂର ହୀରା ବ୍ରିଟିଶ ମହାରାଣୀ ଏଲିଜାବେଥଙ୍କ ମୁକୁଟର ଶୋଭା ବଢାଇଥାଏ । ଭାରତରେ ବେଳେ ବେଳେ ଏହି ହୀରାକୁ ଫେରାଇ ଆଣିବା ଲାଗି ଦାବି ମଧ୍ୟ ହୋଇଛି । ଏବେ ମହାରାଣୀ ଏଲିଜାବେଥ ଦ୍ବିତୀୟଙ୍କ ମୃତ୍ୟୁ ଘଟିବା ପରେ ପୁଣି ଏହି ଦାବି ଉଠିଛି ।

ଏହା ବି ପଢନ୍ତୁ- ବ୍ରିଟେନ କବଳରେ କୋହିନୂର ସମେତ ଅନେକ ମୂଲ୍ୟବାନ ପଦାର୍ଥ, ଫେରସ୍ତ ପାଇଁ ଉଠିଲା ଦାବି

ଏହି ପ୍ରସଙ୍ଗ ଉପରେ ପ୍ରତିକ୍ରିୟା ରଖିଛି ଭାରତ ସରକାରଙ୍କ ବୈଦେଶିକ ମନ୍ତ୍ରଣାଳୟ । ଏହାକୁ କିପରି ଦେଶକୁ ଫେରସ୍ତ ଅଣାଯାଇପାରିବ ତାହା ଉପରେ ବିଭିନ୍ନ ଉପାୟ ଅବଲମ୍ବନ କରାଯାଉଥିବା ବେଳେ ପ୍ରଚେଷ୍ଟା କରାଯାଉଛି । ବୈଦେଶିକ ମନ୍ତ୍ରଣାଳୟର ପ୍ରବକ୍ତା ଅରିନ୍ଦମ ବାଗଚୀ ଏ ସମ୍ପର୍କରେ ସଂସଦରେ ସରକାରଙ୍କ ପ୍ରତିକ୍ରିୟା ମାଗିଥିଲେ । ଏହି ମାମଲାର ସନ୍ତୋଷଜନକ ସମାଧାନ ଲାଗି ପ୍ରଚେଷ୍ଟା ଜାରି ରହିଥିବା ସେ କହିଛନ୍ତି ।

ସୂଚନା ଥାଉ କି ଏହି ହୀରା ୧୦୮ କ୍ୟାରେଟ ହୋଇଥିବା ବେଳେ ୧୮୪୯ ମସିହାରେ ମହାରାଜା ଦିଲ୍ଲୀପ ସିଂ ଦ୍ବାରା ମହାରାଣୀ ଭିକ୍ଟୋରିଆଙ୍କୁ ଏହି ହୀରା ଦିଆଯାଇଥିଲା । ଏହାକୁ ୧୯୩୭ ମସିହାରେ ମହାରାଣୀ ନିଜ ମୁକୁଟରେ ଲଗାଇଥିଲେ । ବ୍ରିଟିଶ ମିଡ଼ିଆ ଅନୁସାରେ ମହାରାଣୀ ଏଲିଜାବେଥଙ୍କ ଦେହାନ୍ତ ପରେ ଆସନ୍ତା ବର୍ଷ ମେ ୬ ତାରିଖରେ ପ୍ରିନ୍ସ ଚାର୍ଲ୍ସଙ୍କ ପତ୍ନୀ କୈମିଲା ଏହି ମୁକୁଟ ପିନ୍ଧିବେ । ସେପଟେ ମହାରାଣୀଙ୍କ ଦେହାନ୍ତ ପରେ କୋହିନୂରକୁ ଫେରସ୍ତ ଲାଗି ଦାବି ଲାଗି ରହିଛି ।

ଗତ ସେପ୍ଟେମ୍ବର 8 ତାରିଖରେ ରାଣୀ ଏଲିଜାବେଥ ଦ୍ବିତୀୟଙ୍କର ପରଲୋକ ହୋଇଥିଲା । ସ୍କଟଲାଣ୍ଡର ବାଲମୋରାଲ କ୍ୟାସେଲରେ 96 ବର୍ଷ ବୟସରେ ଶେଷ ନିଶ୍ବାସ ତ୍ୟାଗ କରିଥିଲେ ରାଣୀ ଏଲିଜାବେଥ । ବାର୍ଦ୍ଧକ୍ୟଜନିତ ଅସୁସ୍ଥତା ପାଇଁ ତାଙ୍କର ପରଲୋକ ଘଟିଥିଲା । 9 ତାରିଖ ଦିନ ସ୍କଟଲ୍ୟାଣ୍ଡରୁ ତାଙ୍କ ମରଶରୀର ଲଣ୍ଡନ ଅଣାଯାଇଥିଲା । ମହାରାଣୀଙ୍କ ମହାପ୍ରୟାଣରେ ବ୍ରିଟେନର ଏକ ଯୁଗର ଅବସାନ ହୋଇଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.