ETV Bharat / bharat

ପ୍ରଧାନମନ୍ତ୍ରୀ ରାଲି କରୁଛନ୍ତି, ଆତ୍ମନିର୍ଭର ହୁଅ ମଣିପୁରବାସୀ: କଂଗ୍ରେସ - କର୍ଣ୍ଣାଟକ ନିର୍ବାଚନ

ମଣିପୁର ହିଂସାକାଣ୍ଡ ବେଳେ କର୍ଣ୍ଣାଟକରେ ପ୍ରଧାନମନ୍ତ୍ରୀ ମୋଦି ରାଲିକୁ ନେଇ କଂଗ୍ରେସର ଟାର୍ଗେଟ । ପ୍ରଧାନମନ୍ତ୍ରୀ ମୋଦି ଦେଶର ସମସ୍ୟାକୁ ଦୂର କରିବା ଲାଗି ଆଦୌ ଚିନ୍ତିତ ନାହାନ୍ତି ବୋଲି କଂଗ୍ରେସ ଅଭିଯୋଗ କରିଛି । ଅଧିକ ପଢନ୍ତୁ

Etv Bharat
Etv Bharat
author img

By

Published : May 5, 2023, 9:10 PM IST

Updated : May 5, 2023, 9:52 PM IST

ନୂଆଦିଲ୍ଲୀ: ମଣିପୁର ହିଂସାକାଣ୍ଡକୁ ନେଇ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଟାର୍ଗେଟ କଲା କଂଗ୍ରେସ । ଗୋଟିଏ ପଟେ ମଣିପୁର ଜଳୁଥିବା ବେଳେ ଅନ୍ୟପଟେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କର୍ଣ୍ଣାଟକରେ ରାଲି କରୁଛନ୍ତି । ଏଣୁ ଦେଶବାସୀ ଆତ୍ମନିର୍ଭର ହୋଇ ନିଜ ସମସ୍ୟା ନିଜେ ସମାଧାନ କରିବା ଉଚିତ ବୋଲି ମୋଦିଙ୍କୁ କଟାକ୍ଷ କରି କହିଛି କଂଗ୍ରେସ । ଗତ କିଛି ଦିନ ଧରି କର୍ଣ୍ଣାଟକ ବିଧାନସଭା ଲାଗି ପ୍ରଧାନମନ୍ତ୍ରୀ ମୋଦି ରାଜ୍ୟରେ ନିର୍ବାଚନୀ ପ୍ରଚାର କରୁଥିବା ବେଳେ ଆସନ୍ତାକାଲି ମଧ୍ୟ ଏକ ମେଗା ରୋଡ ଶୋ'ରେ ଅଂଶଗ୍ରହଣ କରିବେ ।

ତେବେ କର୍ଣ୍ଣାଟକ ବିଧାନସଭା ନିର୍ବାଚନ ଲାଗି ବିଜେପି ରାଜ୍ୟରେ ଜୋରଦାର ପ୍ରଚାର ଜାରି ରଖିଛି । ଆଜି ମଧ୍ୟ ମୋଦି ବେଲ୍ଲାରିରେ ରୋଡ ଶୋ' କରିଥିବା ବେଳେ ଶନିବାର ବେଙ୍ଗାଲୁରୁରେ ପ୍ରାୟ ୪୦କିମି ରୋଡ ଶୋ' କରିବେ । ଏହାଦ୍ବାରା ମୋଦି ପୁରା ସହରକୁ କଭର କରିବେ । ଏହାରି ମଧ୍ୟରେ ମୋଦିଙ୍କୁ ଟାର୍ଗେଟ କରିଛି କଂଗ୍ରେସ । କର୍ଣ୍ଣାଟକ କଂଗ୍ରେସ ନେତା ପ୍ରକାଶ ରାଥୋଡ଼ କହିଛନ୍ତି, " ପ୍ରଧାନମନ୍ତ୍ରୀ ମୋଦି ଦେଶର ସମସ୍ୟାକୁ ଦୂର କରିବା ଲାଗି ଆଦୌ ଚିନ୍ତିତ ନାହାନ୍ତି । ମଣିପୁର ଜଳୁଥିବା ବେଳେ ଏପଟେ ପ୍ରଧାନମନ୍ତ୍ରୀ କର୍ଣ୍ଣାଟକରେ ରାଲି କରୁଛନ୍ତି । ହେଲେ ଯେତେବେଳେ କର୍ଣ୍ଣାଟକରେ ବନ୍ୟା ହୁଏ ରିଲିଫ ପାଇଁ ତ ସେ କେବେ ଆସିନଥାନ୍ତି । ହେଲେ ଯେହେତୁ ନିର୍ବାଚନ ଆସୁଛି, ତେଣୁ ମୋଦି କର୍ଣ୍ଣାଟକରେ ହିଁ ଦିନ କାଟୁଛନ୍ତି । ଦେଶ ପରିଚାଳନା କରିବା ଅପେକ୍ଷା ନିର୍ବାଚନ ଜିତିବା ମୋଦିଙ୍କ ଲାଗି ଅଧିକ ଗୁରୁତ୍ବପୂର୍ଣ୍ଣ ହୋଇପଡ଼ିଛି । "

ଏହା ବି ପଢନ୍ତୁ- କେରଳରେ ଆତଙ୍କୀ ଷଡ଼ଯନ୍ତ୍ରର ଖୁଲାସା କରିଛି The Kerala Story: ମୋଦି

ରାଥୋଡ଼ ମୋଦିଙ୍କୁ ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂଙ୍କ ସହିତ ତୁଳନା କରିଛନ୍ତି । ସେ କହିଛନ୍ତି, "ପ୍ରଧାନମନ୍ତ୍ରୀ ମନମୋହନ ସିଂ ରାଜ୍ୟ ବିଧାନସଭା ନିର୍ବାଚନ ସମୟରେ ମାତ୍ର ଗୋଟିଏ କି ୨ଟି ରାଲି କରୁଥିଲେ । କେହି କହୁନାହାନ୍ତି ଯେ ପ୍ରଧାନମନ୍ତ୍ରୀ ରାଲି କରିବା ଉଚିତ ନୁହେଁ । ହେଲେ ତା' ସହିତ ଦେଶକୁ ବି ଚଲାଇବା ଆବଶ୍ୟକ । ମୋଦି ହେଉଛନ୍ତି ଜଣେ 'ShowMan' । ଯେତେବେଳେ ୨୦୧୯ରେ ପୁଲୱାମା ଆକ୍ରମଣ ହୋଇଥିଲା, ସେତେବେଳେ ପ୍ରଧାନମନ୍ତ୍ରୀ ୱାଇଲ୍ଡ ଲାଇଫ୍‌ ଡକ୍ୟୁମେଣ୍ଟାରୀ ସୁଟିଂରେ ବ୍ୟସ୍ତ ଥିଲେ । ଏଭଳି ଅଭିନୟ ଲାଗି ତାଙ୍କୁ ଓସ୍କାର ମିଳିବା ଉଚିତ । ସେ ଦିନେ ନା ଦିନେ ଅଭିନୟରେ ବିଗ ବି' ଅମିତାଭ ବଚ୍ଚନଙ୍କୁ ମାତ ଦେବେ ।"

ବରିଷ୍ଠ କଂଗ୍ରେସ ନେତ ଅଜୟ ମାକେନ ମଧ୍ୟ ମଣିପୁର ହିଂସାକୁ ନେଇ ପ୍ରଧାନମନ୍ତ୍ରୀଙ୍କୁ ସମାଲୋଚନା କରିଛନ୍ତି । ସେ କହିଛନ୍ତି , "ଦେଶର ପ୍ରଧାନମନ୍ତ୍ରୀ କିପରି ମଣିପୁର ହିଂସାକୁ ଅଣଦେଖା କରିପାରେ ? ମଣିପୁରର ଏଭଳି ସ୍ଥିତିରେ ପ୍ରଧାନମନ୍ତ୍ରୀଙ୍କୁ ନୂଆଦିଲ୍ଲୀରେ ରହିବା ଆବଶ୍ୟକ । ସେଠାରେ ରହି ସେ ସ୍ଥିତି ଉପରେ ନଜର ରଖିବା ଆବଶ୍ୟକ । ମୋଦିଙ୍କୁ କଣ ମଣିପୁର ସ୍ଥିତିକୁ ଅନୁଧ୍ୟାନ କରିବା ଅପେକ୍ଷା ଭୋଟ ହାତେଇବା ଅଧିକ ଗୁରୁତ୍ବପୂର୍ଣ୍ଣ ହୋଇପଡ଼ିଛି ? "

Last Updated : May 5, 2023, 9:52 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.