ETV Bharat / bharat

ଏପ୍ରିଲରେ ୧୬ ଲକ୍ଷରୁ ଉର୍ଦ୍ଧ୍ବ ଭାରତୀୟ ୟୁଜର୍ସଙ୍କ ଆକାଉଣ୍ଟ ବ୍ୟାନ୍‌: WhatsApp - ଏପ୍ରିଲରେ୧୬ ଲକ୍ଷ ହ୍ବାଟ୍ସଆପ ଆକାଉଣ୍ଟ ବ୍ୟାନ

ମୋବାଇଲ ମେସେଜିଂ ପ୍ଲାଟଫର୍ମ WhatsApp ଆପ୍‌ରେ କ୍ଷତିକାରକ କାର୍ଯ୍ୟକଳାପ ରୋକିବାକୁ ଏପ୍ରିଲ ମାସରେ ପ୍ରାୟ ୧୬ ଲକ୍ଷରୁ ଉର୍ଦ୍ଧ୍ବ ଭାତୀୟ ୟୁଜର୍ସଙ୍କ ଆକାଉଣ୍ଟ ଉପରେ ପ୍ରତିବନ୍ଧକ(Banned) ଲଗାଇଛି । ଅଧିକ ପଢନ୍ତୁ

WhatsApp
ଏପ୍ରିଲରେ୧୬ ଲକ୍ଷ ଭାରତୀୟ ଆକାଉଣ୍ଟ ବ୍ୟାନ କରିଛି WhatsApp
author img

By

Published : Jun 2, 2022, 12:46 PM IST

ହାଇଦ୍ରାବାଦ: ମୋବାଇଲ ମେସେଜିଂ ପ୍ଲାଟଫର୍ମ WhatsApp ଆପ୍‌ରେ କ୍ଷତିକାରକ କାର୍ଯ୍ୟକଳାପ ରୋକିବାକୁ ଏପ୍ରିଲ ମାସରେ ପ୍ରାୟ ୧୬ ଲକ୍ଷରୁ ଉର୍ଦ୍ଧ୍ବ ଭାତୀୟ ୟୁଜର୍ସଙ୍କ ଆକାଉଣ୍ଟ ଉପରେ ପ୍ରତିବନ୍ଧକ(Banned) ଲଗାଇଛି । ଏନେଇ ବୁଧବାର ପ୍ରକାଶିତ କମ୍ପାନୀର ମାସିକ ପ୍ରକାଶ ରିପୋର୍ଟରେ ଏହା ଜଣାପଡିଛି ।

ଫେସବୁକ୍‌ ମାଲିକାନାରେ ଥିବା ମେସେଜିଂ ଆପ୍‌ର ଏପ୍ରିଲ ୨୦୨୨ ରିପୋର୍ଟ ଅନୁଯାୟୀ, କମ୍ପାନୀ ୨୨ଟି ଆକାଉଣ୍ଟ ୟୁଜର୍ସଙ୍କ ଅଭିଯୋଗ ଆଧାରରେ ବ୍ୟାନ୍‌ କରିଥିବାବେଳେ, ଆପ୍‌ରେ ଆପତ୍ତିଜନକ କାର୍ଯ୍ୟକଳାପ ଉପରେ ରୋକ୍‌ ଲଗାଇବାକୁ ୧୬.୬୬ ଲକ୍ଷ ଆକାଉଣ୍ଟ ଉପରେ ପ୍ରତିବନ୍ଧକ ଲଗାଇଛି ।

"ଆମେ ବିଶେଷ ରୂପରେ ପ୍ରତିରୋଧ ଉପରେ ଧ୍ୟାନ କେନ୍ଦ୍ରୀତ କରୁଛୁ, କାରଣ କ୍ଷତି ଘଟିବା ପରେ ଚିହ୍ନଟ କରିବା ଅପେକ୍ଷା କ୍ଷତିକାରକ କାର୍ଯ୍ୟକଳାପକୁ ପ୍ରଥମେ ବନ୍ଦ କରିବା ଅଧିକ ଭଲ ବୋଲି ଆମେ ବିଶ୍ବାସ କରୁ" ବୋଲି WhatsApp ରିପୋର୍ଟ ପକ୍ଷରୁ କୁହାଯାଇଛି । WhatsApp ଫ୍ରେମୱାର୍କ ଅନୁଯାୟୀ, ଆପ୍‌ ସେତେବେଳେ ଏକ ଆକାଉଣ୍ଟ ବ୍ୟାନ କରେ ଯେତେବେଳେ ଉକ୍ତ ଆକାଉଣ୍ଟ ବ୍ୟବହାରକାରୀ ଜଣଙ୍କ ଅପମାନଜନକ(Abusive) ।

ରିପୋର୍ଟରେ ଏହାମଧ୍ୟ କୁହାଯାଇଛି ଯେ, "ଆମର ଲକ୍ଷ୍ୟ ଏହା ରହିଥାଏ ଯେ, ଯେତେ ଶୀଘ୍ର ସମ୍ଭବ ଏପରି ୟୁଜର୍ସଙ୍କୁ ଚିହ୍ନଟ କରିବା ଓ ବନ୍ଦ କରିବା । ଗୋଟିଏ ଆକାଉଣ୍ଟ ବ୍ୟାନ୍‌ କରିବାକୁ ଦିନରେ ୨୪ ଘଣ୍ଟା ଓ ସପ୍ତାହରେ ସାତଦିନ ଆମେ ଅତ୍ୟାଧୁନିକ ମେସିନ ଲର୍ଣ୍ଣିଂ ସିଷ୍ଟମର(Advanced Machine Learning Sysyem) ବ୍ୟବହାର କରିଥାଉ ।"

କମ୍ପାନୀ ପକ୍ଷରୁ ଏହା ସ୍ପଷ୍ଟ କରାଯାଇଛି ଯେ, ଗୋଟିଏ ଆକାଉଣ୍ଟ ବ୍ୟାନ୍‌ ହେବାର ଅନେକ କାରଣ ରହିଥାଏ । ଯଦି କୌଣସି ଆକାଉଣ୍ଟରୁ ନେଗେଟିଭ ଫିଡବ୍ୟାକ୍‌ ଆସେ କିମ୍ବା ଅନ୍ୟ ୟୁଜର୍ସମାନେ ରିପୋର୍ଟ୍ସ କିମ୍ବା ଆକାଉଣ୍ଟ ବ୍ଲକ କରନ୍ତି ସେପରି ସ୍ଥଳେ ଆକାଉଣ୍ଟଟି ବ୍ୟାନ୍‌ କରିବାକୁ ବିଚାର କରାଯାଏ ।

For All Latest Updates

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.