ETV Bharat / bharat

ଫେସବୁକରୁ ପ୍ରେମ ! ପାକିସ୍ତାନ କନ୍ୟା, ଉତ୍ତରପ୍ରଦେଶ ବର

author img

By

Published : Jun 22, 2022, 12:47 PM IST

ପ୍ରେମର ସେତୁ ସାଜିଲା ସୋସିଆଲ ମିଡିଆ । ପାକିସ୍ତାନର ଯୁବତୀଙ୍କୁ ବିବାହ କଲେ ଉତ୍ତରପ୍ରଦେଶ ଯୁବକ । ଅଧିକ ପଢନ୍ତୁ

ଫେସବୁକରୁ ପ୍ରେମ ! ପାକିସ୍ତାନ କନ୍ୟା, ଉତ୍ତରପ୍ରଦେଶ ବର
ଫେସବୁକରୁ ପ୍ରେମ ! ପାକିସ୍ତାନ କନ୍ୟା, ଉତ୍ତରପ୍ରଦେଶ ବର

ଲକ୍ଷ୍ନୌ: କଥାରେ ଅଛି ପ୍ରେମ ଅନ୍ଧ । ପ୍ରେମ ମାନେନା ସୀମା ସରହଦ । ମଣିଷଟିଏ ନିଜକୁ ଭୁଲି ଯାଏ ପ୍ରେମରେ। ନିଜର ସାଥୀ ପାଇଁ ସେ ମୃତ୍ୟୁ ସାମ୍ନାରେ ଛାତି ଦେଖାଇପାରେ, ଦେଶର ସୀମା ବି ଡେଇଁପାରେ । ଯାହାର ଏକ ସଦ୍ୟ ଉଦାହରଣ ଆସିଛି ଉତ୍ତରପ୍ରଦେଶ ଫାରୁଖାବାଦରୁ । ଏହିଠାରେ ରୁହନ୍ତି ମହମ୍ମଦ ଜମାଲ । ତିନି ବର୍ଷ ତଳେ ପାକିସ୍ତାନର ଇରମଙ୍କୁ ହୃଦୟ ଦେଇବସିଥିଲେ ଜମାଲ । ପ୍ରଥମେ ଫେସବୁକ ଓ ପରେ ହ୍ବାର୍ଟ୍ସଆପରୁ ଦୁହିଁଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଗଢି ଉଠିଥିଲା । ପ୍ରେମର ରଙ୍ଗୀନ ଆକାଶରେ ଘୁରି ବୁଲୁଥିଲେ ଏହି ପ୍ରେମପକ୍ଷୀ । ଉଭୟଙ୍କ ପରିବାର ମଧ୍ୟ ଏ ସମ୍ପର୍କରେ ଜାଣିବା ପରେ ବିବାହ ଲାଗି ସହମତ ହୋଇଥିଲେ ।

ବିବାହ କରିବାକୁ ଜମାଲ ପୁରା ପରିବାର ସହ ଗତ ୭ ତାରିଖ ଦିନ ପାକିସ୍ତାନ ଅଭିମୁଖେ ଯାତ୍ରା ଆରମ୍ଭ କରିଥିଲେ । ୧୦ ତାରିଖରେ ପହଞ୍ଚିଥିଲେ ଏବଂ ଏହାର ସପ୍ତାହ ପରେ ମହମ୍ମଦ ଜମାଲ ଏବଂ ଇରମଙ୍କ ବିବାହ ସମ୍ପନ୍ନ ହୋଇଛି । ଇଟିଭି ଭାରତକୁ ଜମାଲଙ୍କ ବାପା କହିଛନ୍ତି, ''ମୋ ପୁଅ ଜରଦୋଜି କାମ କରେ । ସେ ବେଶୀ ପଢାଲେଖା ଜାଣିନାହିଁ । ୩ ବର୍ଷ ତଳେ ଫେସବୁକ ଜରିଆରେ ସେ ପାକିସ୍ତାନ ଯୁବତୀ ଇରମ ସହ ବନ୍ଧୁତା କରିଥିଲା । କିଛି ଦିନ ପରେ ଇରମଙ୍କ ବାପା ଆମର ସମ୍ପର୍କୀୟ ହେବେ ବୋଲି ଜାଣିବାକୁ ପାଇଲୁ । ତେଣୁ ଉଭୟ ପକ୍ଷ ବିବାହ ପାଇଁ ସହମତି ପ୍ରକାଶ କରିଥିଲୁ ।''

ବୋହୂ ଇରମଙ୍କ ବାପାମାଆ ଦୁନିଆରେ ନାହାନ୍ତି । ଇରମ ପିଲାଙ୍କୁ ଟ୍ୟୁସନ କରନ୍ତି । ବିବାହ ପରେ ଜମାଲ ଏବେ ପାକିସ୍ତାନରେ ଅଛନ୍ତି ଏବଂ ଖୁବଶୀଘ୍ର ଭାରତ ଫେରିବେ । ଏପଟେ ଘରଲୋକେ ପୁଅବୋହୂଙ୍କ ସ୍ବାଗତ ପାଇଁ ପ୍ରସ୍ତୁତିରେ ଲାଗି ପଡିଛନ୍ତି । ବନ୍ଧୁ ପରିଜନ ମଧ୍ୟ ବିବାହ ଖବର ପାଇବା ପରେ ଅଭିନନ୍ଦନ ଜଣାଇବାକୁ ଘରକୁ ଆସୁଛନ୍ତି । କିଛି ଔପଚାରିକତା ପୂରଣ ପରେ ଇରମ ଏବଂ ଜମାନ ନିଜ ଘରକୁ ଆସିବେ ବୋଲି ତାଙ୍କ ବାପା ଜଣାଇଛନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.