ETV Bharat / bharat

ଭାରତରେ ଆଉ ଚାଲିପାରିବ ନାହିଁ 18 ଲକ୍ଷରୁ ଊର୍ଦ୍ଧ୍ବ ହ୍ବାଟସ୍‌ଆପ୍‌ ଆକାଉଣ୍ଟ, ପଢନ୍ତୁ କାହିଁକି - ହ୍ବାଟସ୍‌ଆପ୍‌ ପକ୍ଷରୁ ଆଶାଳୀନ ବ୍ୟବହାର ଆକାଉଣ୍ଟ ରଦ୍ଦ

ଭାରତରେ ୧୮.୫୮ ଲକ୍ଷ ହ୍ବାଟସ୍‌ଆପ୍‌ ୟୁଜର ଆକାଉଣ୍ଟକୁ ରଦ୍ଦ କଲା ହ୍ବାଟସ୍‌ଆପ୍‌ । କମ୍ପାନୀର ମେକାନିଜିମ୍‌ ଓ ଆଇନ ଉଲ୍ଲଙ୍ଘନ ଅଭିଯୋଗରେ ଏହି ପଦକ୍ଷେପ ନେଇଛି ହ୍ବାଟସ୍‌ଆପ୍‌ । ଅଧିକ ପଢନ୍ତୁ

୧୮.୫୮ ଲକ୍ଷ ହ୍ବାଟସ୍‌ଆପ୍‌ ଆକାଉଣ୍ଟ ଭାରତରେ ରଦ୍ଦ

author img

By

Published : Mar 2, 2022, 5:13 PM IST

ନୂଆଦିଲ୍ଲୀ: ଭାରତରେ ୧୮.୫୮ ଲକ୍ଷ ହ୍ବାଟସ୍‌ଆପ୍‌ ୟୁଜର ଆକାଉଣ୍ଟକୁ ରଦ୍ଦ କଲା ହ୍ବାଟସ୍‌ଆପ୍‌ । କମ୍ପାନୀର ମେକାନିଜିମ୍‌ ଓ ଆଇନ ଉଲ୍ଲଙ୍ଘନ ଅଭିଯୋଗରେ ଏହି ପଦକ୍ଷେପ ନେଇଛି ହ୍ବାଟସ୍‌ଆପ୍‌ । ତେବେ ଏହି ସବୁ ଆକାଉଣ୍ଟକୁ ଗତ ଜାନୁଆରୀ ୨୦୨୨ରେ ହ୍ବାଟସ୍‌ଆପ୍‌ ପକ୍ଷରୁ ନିଷେଦ୍ଧ କରାଯାଇଛି ।

ଏହି ୧୮.୫୮ ଲକ୍ଷ ହ୍ବାଟସ୍‌ଆପ୍‌ ଆକାଉଣ୍ଟ କମ୍ପାନୀର ଆଇନ ବିରୋଧୀ କାର୍ଯ୍ୟକଳାପ କରିଥିବାରୁ ନିଷେଧ ନେଇ ହ୍ବାଟସ୍‌ଆପ୍‌ ପକ୍ଷରୁ ସ୍ପଷ୍ଟୀକରଣ ଦିଆଯାଇଛି । ସେହିପରି ୪୯୫ଟି ଭାରତୀୟ ଆକାଉଣ୍ଟ ବିରୋଧରେ ହ୍ବାଟସ୍‌ଆପ୍‌ ନିକଟରେ ଅଭିଯୋଗ ହୋଇଥିଲା । ଏଥିମଧ୍ୟରୁ ୨୮୫ଟି ଆକାଉଣ୍ଟ ନିଷେଧ ହୋଇଛି ।

ସେହିଭଳି ଏହି ୪୯୫ ଆକାଉଣ୍ଟ ମଧ୍ୟରୁ ୨୪ଟି ଉପରେ ପ୍ରତିବନ୍ଧକ ଲଗେଇଛି ହ୍ବାଟସ୍‌ଆପ୍‌ । ତେବେ ନିଷେଧ ହୋଇଥିବା ୧୮.୫୮ ଲକ୍ଷ ହ୍ବାଟସ୍‌ଆପ୍‌ ଆକାଉଣ୍ଟରୁ ଅଧିକାଂଶ ଆକାଉଣ୍ଟ କ୍ଷତିକାରକ ବ୍ୟବହାର ସହ ନିୟମ ଭଙ୍ଗ ପାଇଁ ରଦ୍ଦ କରାଯାଇଛି । ଏହା କମ୍ପାନୀ ଆପ୍‌ ଦ୍ବାର ନିୟୋଜିତ ଟୁଲ୍ସ ସହାୟତାରେ ରଦ୍ଦ କରାଯାଇଛି ।

ଅନ୍ୟପଟେ ୧୮.୫୮ ଲକ୍ଷ ଆକାଉଣ୍ଟକୁ ଗତ ୧ ଜାନୁଆରୀରୁ ୩୧ ଜାନୁଆରୀ ମଧ୍ୟରେ ନିଷେଧ ହୋଇଥିବା ବେଳେ ୟୁଜର୍ସଙ୍କ ଆଶାଳୀନ ବ୍ୟବହାର ସହ ଅଶ୍ଲୀଳ ବାର୍ତ୍ତା, ଭିଡିଓ ପାଇଁ ରଦ୍ଦ କରାଯାଇଛି । ତେବେ ୟୁଜର୍ସଙ୍କ ଦ୍ବାରା ପ୍ରଦାନ କରାଯାଉଥିବା ମାସିକ 'ରିପୋର୍ଟ ଫିଚର' ମତାମତ ଅନୁଯାୟୀ ଏହି ନିଷ୍ପତ୍ତି ନିଆଯାଇଛି ।

ସେହିଭଳି ସୂଚନା ପ୍ରଯୁକ୍ତିବିଦ୍ୟା ଅଧୀନରେ ଭାରତ ମାସିକ ରିପୋର୍ଟ(Intermediary Guidelines and Digital Media Ethics Code) ନିୟମ, ୨୦୨୨ ଅନୁଯାୟୀ ନିଷେଧ କରାଯାଇଛି । ତେବେ ଆଇଏସଡି କୋଡ +୯୧ ଏହି ସବୁ ଭାରତୀୟ ହ୍ବାଟସ୍‌ଆପ୍‌ ଆକାଉଣ୍ଟକୁ ରଦ୍ଦ କରାଯାଇଛି ବୋଳି ହ୍ବାଟସ୍‌ଆପ୍‌ କହିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.