ନୂଆଦିଲ୍ଲୀ: କୃଷି ଆଇନ ପ୍ରତ୍ୟାହାର କରିବାକୁ ଆଜି (ଶୁକ୍ରବାର) ସକାଳୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି (Prime Minister Narendra Modi) ଘୋଷଣା କରିବା ପରେ ଏବେ ପ୍ରଶ୍ନ କେମିତି ପ୍ରତ୍ୟାହାର ହେବ ଏହି ଆଇନ । କଣ ରହିବ ସରକାରଙ୍କ ପଦକ୍ଷେପ । କଣ କରିବ କୃଷି ମନ୍ତ୍ରଣାଳୟ । ଆଇନ ମନ୍ତ୍ରଣାଳୟର ଭୂମିକା କଣ ହେବ ଆଇନ ପ୍ରତ୍ୟାହାରରେ ? ସମ୍ବିଧାନ ବିଶେଷଜ୍ଞଙ୍କ ମତରେ, ସରକାର ଏଥିପାଇଁ ସଂସଦର ବିଧି ବ୍ୟବସ୍ଥାକୁ ଅନୁସରଣ କରିବେ ।
ସମ୍ବିଧାନ ବିଶେଷଜ୍ଞ (Constitutional experts) ପିକେ ମାଲହୋତ୍ରା କହିଛନ୍ତି, କୌଣସି ଆଇନକୁ ପ୍ରତ୍ୟାହାର କରିବା ପାଇଁ ସଂସଦର ସହାୟତା ନେବାକୁ ପଡିବ । ଏଥିପାଇଁ ଏକ ବିଧେୟକ ସରକାରଙ୍କୁ ଆଣିବାକୁ ପଡିବ । ଏହା ବ୍ୟତୀତ ଅନ୍ୟ କୌଣସି ବ୍ୟବସ୍ଥା ନାହିଁ । ଏହି ବିଧେୟ କୃଷି ମନ୍ତ୍ରଣାଳୟ ପ୍ରସ୍ତୁତ କରିବ । ଏହାର ଆଇନ ଗତ ଦିଗ ଉପରେ ତର୍ଜମା ପାଇଁ ବିଧେୟକକୁ ଆଇନ ମନ୍ତ୍ରଣାଳୟକୁ ପଠାଯିବ । ଆଇନ ମନ୍ତ୍ରଣାଳୟ ବିଧେୟକୁ ଆବଶ୍ୟକ ସଂଶୋଧନ କରି ପୁଣି ପଠାଇବ କୃଷି ମନ୍ତ୍ରଣାଳୟକୁ । ପରେ ଏହା କେନ୍ଦ୍ର କ୍ୟାବିନଟେକୁ ମଞ୍ଜୁରୀ ପାଇଁ ଯିବ । କେନ୍ଦ୍ର କ୍ୟାବିନେଟର ମଞ୍ଜୁରୀ ପରେ ଏହା ମନ୍ତ୍ରଣାଳୟର ମନ୍ତ୍ରୀ ସଂସଦରେ ଉପସ୍ଥାପିତ ହେବ ।
ସଂସଦରେ ଏଥିପାଇଁ ସରକାରଙ୍କୁ ସୂଚନା ଦେବାକୁ ହେବ ଯେ ସଂସଦ ଦ୍ବାରା ପାରିତ ଆଇନ କାହିଁକି ସରକାର ପ୍ରତ୍ୟାହାର କରିବେ । କାରଣ ଯେଉଁ ଆଇନ ପ୍ରତ୍ୟାହାର ହୁଏ, ତାହା ମଧ୍ୟ ଆଇନ ହୋଇଥାଏ । ସେହି ଆଇନ ମଧ୍ୟ ସଂସଦ ଦ୍ବାରା ପାରିତ ହୋଇ ରାଷ୍ଟ୍ରପତିଙ୍କ ମଞ୍ଜୁରୀ ମିଳିଥାଏ । ଆଇନ କାର୍ଯ୍ୟକାରୀ ହୋଇଥାଉ ବା ନ ହୋଇଥାଉ । ଯେହେତୁ ବିଧେୟ ଆଇନସିଦ୍ଧ ହୋଇଥାଏ, ସେଥିପାଇଁ ସଂସଦକୁ ସରକାରଙ୍କୁ ଅବଗତ କରାଇବାକୁ ପଡିବ । ପରେ ସରକାର ଆଗତ କରିଥିବା ପ୍ରତ୍ୟାହାର ବିଧେୟକ ଉପରେ ବିତର୍କ ହେବ । ଆବଶ୍ୟକ ସ୍ଥଳେ ମତଦାନ ହୋଇ ଗୃହିତ କରାଇବେ ସରକାର । ନିମ୍ନ ସଦନ ଲୋକସଭା (Loksabha) ରେ ପାରିତ ହେବା ପରେ ଏହା ଉଚ୍ଚ ସଦନ ରାଜ୍ୟସଭା (Upper House)ରେ ପ୍ରତ୍ୟାହାର ବିଧେୟକ ଆଗତ କରିବେ । ସେଠାରେ ମଧ୍ୟ ବିତର୍କ ହେବ । ପରେ ବିଧେୟକକୁ ଗୃହିତ କରାଇବେ ସରକାର । ଉଭୟ ସଂଦନରେ ବିଧେୟକ ଗୃହିତ ହେବା ପରେ ରାଷ୍ଟ୍ରପତିଙ୍କ ମଞ୍ଜୁରୀ ପାଇଁ ପଠାଯିବ ।
ରାଷ୍ଟ୍ରପତି ସଂସଦ ଦ୍ବାରା ପ୍ରେରିତ ବିଧେୟକକୁ ମଞ୍ଜୁରୀ ଦେବା ପରେ ରାଷ୍ଟ୍ରପତିଙ୍କ କାର୍ଯ୍ୟାଳୟରୁ ଆଇନ ପ୍ରତ୍ୟାହାର ନେଇ ରାଜପତ୍ର ଜାରି ହେବ । ଏହା ପରେ ଆଇନଗତ ଭାବେ ଆଇନଟି ଅକାମୀ ବା ପ୍ରତ୍ୟାହାର ହୋଇଯିବ ।
ସୂଚନାଯୋଗ୍ୟଯେ ଗତ ବର୍ଷ (2020) ସେପ୍ଟେମ୍ବର 17 ରେ 3 (three Agriculture laws)ଟି କୃଷି ଆଇନ ସଂସଦରେ ପାରିତ କରିଥିଲେ କେନ୍ଦ୍ର ସରକାର । ଏହି ଆଇନ ସଂସଦରେ ପାରିତ ହେବା ଦିନ ଠାରୁ ଦେଶ ବ୍ୟାପୀ ବିଭିନ୍ନ କୃଷକ ସଂଗଠନ ଆଇନ ବିରୋଧରେ ଲଗାତାର ଆନ୍ଦୋଳନagricul ଜାରି ରଖିଥିଲେ ।
@IANS