ETV Bharat / bharat

Rajkot West Seat: ରାଜକୋଟର ରୋଚକ ସିଟ୍‌, ପ୍ରଥମେ ଲଢିଥିଲେ ମୋଦି, ଜିତିଲେ ମିଳିବ ମୁଖ୍ୟମନ୍ତ୍ରୀ କିମ୍ବା ମନ୍ତ୍ରୀ ପଦ ! - ପଶ୍ଚିମ ରାଜକୋଟ ବିଧାନସଭା ନିର୍ବାଚନ ମଣ୍ଡଳୀ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପଶ୍ଚିମ ରାଜକୋଟ ଆସନରୁ ନିର୍ବାଚିତ ହୋଇ ପ୍ରଥମ ଥର ଗୁଜରାଟର ମୁଖ୍ୟମନ୍ତ୍ରୀ ହୋଇଥିଲେ । ପଶ୍ଚିମ ରାଜକୋଟ ବିଧାନସଭା ନିର୍ବାଚନ ମଣ୍ଡଳୀ ଗୁଜରାଟରେ ବିଜେପିର ଗଡ । ଅଧିକ ପଢନ୍ତୁ

What is the belief if you get a ticket on the Rajkot West seat why is this seat considered high profile
ଗୁଜରାଟକୁ ମିଳିପାରେ ମହିଳା ମୁଖ୍ୟମନ୍ତ୍ରୀ, ନାମ ପଛରେ ରହିଛି ଶାହ
author img

By

Published : Nov 17, 2022, 7:08 PM IST

ରାଜକୋଟ(ଗୁଜରାଟ): ଗୁଜରାଟ ବିଧାନସଭା ନିର୍ବାଚନ ପାଇଁ ପ୍ରଥମ ପର୍ଯ୍ୟାୟ ମତଦାନକୁ ଆଉମାତ୍ର କିଛି ଦିନ ବାକି ରହିଛି । ଏଥର ମୈଦାନରେ ଥିବା ସମସ୍ତ ଦଳ ଓ ସେମାନଙ୍କର ପ୍ରାର୍ଥୀ ସ୍ପଷ୍ଟ ହୋଇସାରିଛି । ପଶ୍ଚିମ ରାଜକୋଟ (Rajkot West) ବିଧାନସଭା ଆସନ ପାଇଁ ଭାରତୀୟ ଜନତା ପାର୍ଟି(BJP) ଡକ୍ଟର ଦର୍ଶିତା ଶାହଙ୍କୁ ପ୍ରାର୍ଥୀ କରିଛି । ଏହି ଆସନ ସର୍ବଦା ବିଜେପିର ଗଡ ରହିଆସିଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏଠାରୁ ନିର୍ବାଚିତ ହୋଇ ପ୍ରଥମ ଥର ଗୁଜରାଟର ମୁଖ୍ୟମନ୍ତ୍ରୀ ହୋଇଥିଲେ । ଆସନ୍ତୁ ଜାଣିବା

Rajkot West seat: ରାଜକୋଟର ରୋଚକ ସିଟ୍‌, ଯେଉଁଠାରୁ ଟିକେଟ ମିଳିଲେ ମୁଖ୍ୟମନ୍ତ୍ରୀ କିମ୍ବା ମନ୍ତ୍ରୀ

ପଶ୍ଚିମ ରାଜକୋଟ ବିଧାନସଭା ଆସନର ରୋଚକ ରାନନୈତିକ ଅତୀତ ବିଷୟରେ...

ନରେନ୍ଦ୍ର ମୋଦି ପ୍ରଥମ ଥର ଏହି ବିଧାନସକ୍ଷା ଆସନରୁ ନିର୍ବାଚନ ଲଢିଥିଲେ । ଗୁଜରାଟ ମୁଖ୍ୟମନ୍ତ୍ରୀ ଭାବେ ନିଜର ପଦ ବଜାୟ ରଖିବାକୁ ନରେନ୍ଦ୍ର ମୋଦିଙ୍କୁ ୬ ମାସ ମଧ୍ୟରେ ରାଜ୍ୟ ବିଧାନସଭାକୁ ନିର୍ବାଚିତ ହୋଇ ଆସିବାର ଥିଲା । ସେତେବେଳେ ମୋଦି ପଶ୍ଚିମ ରାଜକୋଟ ବିଧାନସଭା ଆସନକୁ ବାଛିଥିଲେ । ଏହି ଆସନରେ ବିଧାୟକ ଥିବା ବାଜୁଭାଇ ୱାଲା(Vajubhai Wala) ଗୁଜରାଟର ପୂର୍ବତନ ଅର୍ଥମନ୍ତ୍ରୀ, ତଥା କର୍ଣ୍ଣାଟକର ପୂର୍ବତନ ରାଜ୍ୟପାଳ ରହିସାରିଛନ୍ତି । ସେ ୨୦୦୨ରେ ନରେନ୍ଦ୍ର ମୋଦିଙ୍କୁ ଉପନିର୍ବାଚନରେ ତାଙ୍କର ଏହି ଆସନ ଦେଇଦେଇଥିଲେ । ଫଳରେ ମୋଦି ଏଠାରୁ ୧୪୦୦୦ ଭୋଟ୍‌ ବ୍ୟବଧାନରେ ବିଜୟୀ ହୋଇଥିଲେ ଓ ରାଜକୋଟ୍‌ରୁ ପ୍ରଥମ ଥର ନିର୍ବାଚିତ ହୋଇଥିଲେ । ପରେ ସେ ଗୁଜରାଟର ମୁଖ୍ୟମନ୍ତ୍ରୀ ଓ ଦେଶର ପ୍ରଧାନମନ୍ତ୍ରୀ ନିର୍ବାଚିତ ହୋଇଥିଲେ । ବାଜୁଭାଇ ୱାଲା ରାଜ୍ୟପାଳ ହେବାପରେ ବିଜୟ ରୁପାନୀ ୨୦୧୪ରେ ଏଠାରୁ ଉପନିର୍ବାଚନରେ ଜିତିଥିଲେ ଓ ୨୦୧୬ରେ ମୁଖ୍ୟମନ୍ତ୍ରୀ ହୋଇଥିଲେ ।

ଏହି ବିଧାନସଭା କ୍ଷେତ୍ରରୁ ବିଜୟୀ ବିଧାୟକଙ୍କୁ ସର୍ବଦା ବଡ ପଦ ମିଳିଛି ।

ଏହି ଆସନରୁ ରାଜ୍ୟର ଦୁଇଜଣ ମୁଖ୍ୟମନ୍ତ୍ରୀ ଓ ଜଣେ ଅର୍ଥମନ୍ତ୍ରୀ ହୋଇଛନ୍ତି: ପଶ୍ଚିମ ରାଜକୋଟ ବିଧାନସଭା ଆସନରୁ ଗୁଜରାଟକୁ ଏଯାବତ ଦୁଇଜଣ ମୁଖ୍ୟମନ୍ତ୍ରୀ ଓ ଜଣେ ଅର୍ଥମନ୍ତ୍ରୀ ମିଳିସାରିଛନ୍ତି । ପ୍ରଥମେ ବାଜୁଭାଇ ଭାଲା ଏଠାରୁ ନିର୍ବାଚିତ ହୋଇ ରାଜ୍ୟର ଅର୍ଥମନ୍ତ୍ରୀ ହୋଇଥିଲେ । ପରେ କର୍ଣ୍ଣାଟକର ରାଜ୍ୟପାଳ ମଧ୍ୟ ହୋଇଛନ୍ତି । ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏଠାରୁ ନିର୍ବାଚିତ ହୋଇ ମୁଖ୍ୟମନ୍ତ୍ରୀ ବନିଥିଲେ । ପରେ ବିଜୟ ରୁପାନୀ ମଧ୍ୟ ପଶ୍ଚିମ ରାଜକୋଟରୁ ବିଧାୟକ ଲଢିଥିଲେ ଓ ବିଜୟୀ ହୋଇ ମୁଖ୍ୟମନ୍ତ୍ରୀ ବନିଥିଲେ । ଫଳରେ ଏଠାରେ ଧାରଣା ରହିଛି ଯେ ଯିଏବି ବିଧାୟକ ଲଢି ଏଠାରୁ ବିଜୟୀ ହେବେ, ପରବର୍ତ୍ତୀ ସମୟରେ ସେ ମୁଖ୍ୟମନ୍ତ୍ରୀ କିମ୍ବା ମନ୍ତ୍ରୀ ବନିବେ ।

୩ ଲକ୍ଷରୁ ଅଧିକ ଭୋଟର: ପଶ୍ଚିମ ରାଜକୋଟ ବିଧାସନଭା ନିର୍ବାଚନ ମଣ୍ଡଳୀରେ ମୋଟ ୩.୧୪ ଲକ୍ଷ ଭୋଟର ରହିଛନ୍ତି । ଏଠାରେ ଭୋଟରଙ୍କ ଏକ ବଡ ଭାଗ ଅର୍ଥାତ ପ୍ରାୟ ୭୨୦୦୦ ପଟିଦାର ସଂପ୍ରଦାୟର । ୩୮ ହଜାର ଭୋଟର ଏଠାରେ ନାଖୁସ ପଟିଦାର ରହିଛନ୍ତି । ୪୪ ହଜାର ବ୍ରାହ୍ମଣ ଭୋଟର, ୩୦ ହଜାର ବଣିକ ସମାଜ ଭୋଟର ଓ ପଟିଦାରଙ୍କ ବ୍ୟତୀତ ୨୪ ହଜାର ଲୋହାନା ଭୋଟ୍‌ ମଧ୍ୟ ରହିଛି । ପଶ୍ଚିମ ରାଜକୋଟ ନିର୍ବାଚନ ମଣ୍ଡଳୀରେ ୩.୧୪ ମୋଟ ଭୋଟରଙ୍କ ମଧ୍ୟରୁ ୧.୭୦ ଲକ୍ଷ ସବର୍ଣ୍ଣ ଭୋଟ ରହିଛି । ଏହି ନିର୍ବାଚନ ମଣ୍ଡଳୀରେ ଉଚ୍ଚ ଜାତିର ମହତ୍ବପୂର୍ଣ୍ଣ ସମର୍ଥନ ପରିଣାମ ସ୍ବରୂପ ବିଜେପି ଏହି ସିଟ୍‌ରେ ମଜବୁତ ରହିଛି ।

ଭାରତୀୟ ଜନତା ପାର୍ଟି ପଶ୍ଚିମ ରାଜକୋଟ ପ୍ରାର୍ଥୀ ଡକ୍ଟର ଦର୍ଶିତା ଶାହ

ପଶ୍ଚିମ ରାଜକୋଟ ଆସନରୁ ନିର୍ବାଚିତ ନେତାମାନେ ଦୀର୍ଘ ସମୟ ଧରି ରାଜତ୍ବ କରିଛନ୍ତି: ରାଜକୋଟ୍‌ର ଜଣେ ବରିଷ୍ଠ ସାମ୍ବାଦିକ ଦେବେନ୍ଦ୍ର ଜାନି ଇଟିଭି ଭାରତ ସହ ଏକ ସାକ୍ଷାତକାରରେ କହିଛନ୍ତି ଏହି ଆସନ ସବୁବେଳେ ଚର୍ଚ୍ଚିତ ଆସନ ରହିଛି ଓ ବିଜେପିର ଗଡ ରହିଛି । ଏଠାରୁ ବିଜୟୀ ହୋଇଥିବା ନେତା ଦୀର୍ଘବର୍ଷ ଧରି ସଫଳ ରାଜନୀତିରେ ସକ୍ରିୟ ରହିଛନ୍ତି । ଏହି ସିଟ୍‌ର ରାଜନୈତିକ ଇତିହାସ ଅନୁଯାୟୀ, ପ୍ରତ୍ୟେକ ବିଧାୟକ ଯେଉଁମାନେ ଏଠାରୁ ବିଜୟୀ ହୋଇଛନ୍ତି ସେମାନଙ୍କର ଲମ୍ବା ରାଜନୈତିକ କ୍ୟାରିୟର ରହିଛି ଅର୍ଥାତ ରାଜନୀତିରେ ଲମ୍ବା ଇଂନିସ ଖେଳିଛନ୍ତି । ନରେନ୍ଦ୍ର ମୋଦି, ବିଜୟ ରୁପାନୀଙ୍କ ସମେତ ବାଜୁଭାଇ ୱାଲା ଏଠାରୁ ନିର୍ବାଚିତ ହୋଇଛନ୍ତି । ତେବେ ପ୍ରଥମ ଥର ରାଜକୋଟ ନିର୍ବାଚନ ମଣ୍ଡଳୀ ଇତିହାସରେ ପ୍ରଥମ ଥର ବିଜେପି ଜଣେ ମହିଳାଙ୍କୁ ଏହି ଆସନକୁ ପ୍ରାର୍ଥୀ କରିଛି । ସେ ମଧ୍ୟ ଜେଣ କ୍ୟାଡର ନେତା । ଅତୀତରେ ବିଜେପି ଏହି ଆସନରୁ କୌଣସି ମହିଳା ପ୍ରାର୍ଥୀଙ୍କୁ ଏଠାରୁ ସମର୍ଥନ କରିନାହିଁ । ଏହି ନୂଆ ସମୀକରଣ ପରେ ଗୁଜରାଟର ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ ଜଣେ ମହିଳା ହୋଇପାରନ୍ତି ବୋଲି ମଧ୍ୟ କେହି କେହି ଚର୍ଚ୍ଚା ଆରମ୍ଭ କଲେଣି । ତେବେ ଏଥିର ଗୁଜରାଟ ବିଧାନସଭା ନିର୍ବାଚନରେ ବିଜୟ ରୁପାନୀଙ୍କ ସମେତ ଅନେକ ବରିଷ୍ଠ ନେତା ନିର୍ବାଚନ ଲଢୁନାହାଁନ୍ତି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.