ETV Bharat / bharat

ଦେଶରେ ତିନୋଟି କୋଭିଡ ହସ୍ପିଟାଲ ସ୍ଥାପନ କଲା ୱେଷ୍ଟର୍ଣ୍ଣ କମାଣ୍ଡ - କୋରାେନା

କୋରୋନା ଦ୍ବିତୀୟ ଲହର ବିରୋଧରେ ଲଢେଇ ପାଇଁ ପଞ୍ଜାବ, ହରିୟାଣା ଓ ଚଣ୍ଡିଗଡରେ ତିନୋଟି କୋଭିଡ-19 ହସ୍ପିଟାଲ କାର୍ଯ୍ୟକ୍ଷମ କରିଛନ୍ତି ସେନା କମାଣ୍ଡ । ଅଧିକ ପଢନ୍ତୁ...

ସେନା କମାଣ୍ଡ
ସେନା କମାଣ୍ଡ
author img

By

Published : May 11, 2021, 9:42 AM IST

ନୂଆଦିଲ୍ଲୀ: ଦେଶକୁ ସହାୟତା ହାତ ବଢାଇଛି ପଶ୍ଚିମ କମାଣ୍ଡ । କୋରୋନା ଦ୍ବିତୀୟ ଲହର ବିରୋଧରେ ଲଢେଇ ପାଇଁ ପଞ୍ଜାବ, ହରିୟାଣା ଓ ଚଣ୍ଡିଗଡରେ ତିନୋଟି କୋଭିଡ-19 ହସ୍ପିଟାଲ କାର୍ଯ୍ୟକ୍ଷମ କରିବା ପାଇଁ ସୋମବାର ଘୋଷଣା କରିଛନ୍ତି ଲେଫ୍ଟନାଣ୍ଟ ଜେନେରାଲ ଆରପି ସିଂ, ସେନା କମାଣ୍ଡର ।

ଏହି ଡାକ୍ତରଖାନାଗୁଡିକ ଦୁଇ ରାଜ୍ୟ ତଥା ଚଣ୍ଡିଗଡ଼ ପ୍ରଶାସନକୁ ଉତ୍ସର୍ଗ କରାଯାଇଛି । ଏହା ସହିତ ସମ୍ପୃକ୍ତ ନାଗରିକ ପ୍ରଶାସନର ସମନ୍ବୟ ରକ୍ଷା କରି ଏହି ଡାକ୍ତରଖାନାଗୁଡ଼ିକ ଯୁଦ୍ଧକାଳୀନ ଭିତ୍ତିରେ ସ୍ଥାପନ କରାଯାଇଛି ବୋଲି ଜଣାପଡିଛି । ପଶ୍ଚିମ କମାଣ୍ଡ କୋଭିଡ ଡାକ୍ତରଖାନା ଚଣ୍ଡିଗଡର ପଞ୍ଜାବ ବିଶ୍ବବିଦ୍ୟାଳୟର ଅନ୍ତର୍ଜାତୀୟ ଛାତ୍ର ହଷ୍ଟେଲ, ଶ୍ରୀ ଅଟଳ ବିହାରୀ ବାଜପେୟୀ ହସ୍ପିଟାଲ, ଫରିଦାବାଦ ଓ ରାଜୀନ୍ଦ୍ର ସରକାରୀ ଡାକ୍ତରଖାନା, ପଟିଆଲାଠାରେ କାର୍ଯ୍ୟକ୍ଷମ ହୋଇଛି ।

ଏହି ଡାକ୍ତରଖାନାଗୁଡ଼ିକରେ କୋରୋନାରେ ପୀଡିତ ସାମାନ୍ୟରୁ ମଧ୍ୟମ ଲକ୍ଷଣ ରୋଗୀଙ୍କୁ ରହିବା ଏବଂ ଚିକିତ୍ସା କରିବାର କ୍ଷମତା ରହିଛି ବୋଲି ସେନା ପକ୍ଷରୁ ଜାରି ହୋଇଥିବା ଏକ ବିବୃତ୍ତିରୁ ଜଣାପଡିଛି । ଚଣ୍ଡିଗଡରେ ଥିବା କୋଭିଡ ହସ୍ପିଟାଲ ସେମାବାର ସେନା କମାଣ୍ଡର ଓ ପଞ୍ଜାବ ରାଜ୍ୟପାଳଙ୍କ ଦ୍ବାରା ଆରମ୍ଭ କରାଯାଇଛି । ପଟିଆଲା ଫରିଦାବାଦରେ ଥିବା କୋଭିଡ ହସ୍ପିଟାଲ ଆଜି (ମଙ୍ଗଳବାର) ଆରମ୍ଭ ହେବ ବୋଲି ଜଣାପଡିଛି ।

ଆଇସିଏମଆର ଗାଇଡଲାଇନ ଅନୁଯାୟୀ ରୋଗୀମାନଙ୍କର ଚିକିତ୍ସା ପାଇଁ ସେନା ପକ୍ଷରୁ ଡାକ୍ତର, ନର୍ସିଂ ଅଫିସର ଏବଂ ପାରାମେଡିକ୍ସ ନିୟୋଜିତ କରଯାଇଛି । ଆମ୍ବୁଲାନ୍ସ ସେବା ଏବଂ ଡାକ୍ତରଖାନାର ପରିଚାଳନା ପାଇଁ ତାଲିମପ୍ରାପ୍ତ କର୍ମଚାରୀଙ୍କୁ ନିୟୋଜିତ କରାଯାଇଛି । ଜେନେରାଲ ଅଫିସର କମାଣ୍ଡିଂ-ଇନ୍-ୱେଷ୍ଟର୍ଣ୍ଣ କମାଣ୍ଡ ଥିବା ଲେଫ୍ଟନାଣ୍ଟ ଜେନେରାଲ୍ ଆରପି ସିଂ ଏହି ଡାକ୍ତରଖାନାଗୁଡ଼ିକ ଆରମ୍ଭ କାର୍ଯ୍ୟରେ ଉଭୟ ଭାରତୀୟ ସେନା ଏବଂ ପ୍ରଶାସନର ମିଳିତ ଉଦ୍ୟମରେ କରାଯାଇଥିବା ପ୍ରୟାସକୁ ପ୍ରଶଂସା କରିଛନ୍ତି । ପଞ୍ଜାବ, ହରିୟାଣା ଓ ଚଣ୍ଡିଗଡ ସରକାରଙ୍କୁ ଏହି ମହାମାରୀରେ ଲଢେଇରେ ସହୟତା ଜାରି ରଖିବେ ବୋଲି ଆଶ୍ବାସନା ଦେଇଛନ୍ତି ସେନା କମାଣ୍ଡର ।

@ANI

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.