ETV Bharat / bharat

ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ,ସଂନ୍ଧ୍ୟା 5 ଟା ସୁଦ୍ଧା 78.36 % ଭୋଟିଂ

author img

By

Published : Apr 17, 2021, 6:39 AM IST

Updated : Apr 17, 2021, 5:57 PM IST

westbengal fifth phase assembly election live update
ପଶ୍ଚିମବଙ୍ଗରେ ପଞ୍ଚମ ପର୍ଯ୍ୟାୟ ନିର୍ବାଚନ, ସୁରକ୍ଷା କଡାକଡି

17:55 April 17

ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ,ସଂନ୍ଧ୍ୟା 5 ଟା ସୁଦ୍ଧା 78.36 % ଭୋଟିଂ

ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ, ସଂନ୍ଧ୍ୟା 5 ଟା ସୁଦ୍ଧା 78.36 % ଭୋଟିଂ ରେକର୍ଡ । ନିର୍ବାଚନ କମିଶନଙ୍କ ପକ୍ଷରୁ ସୂଚନା 

15:54 April 17

ପଶ୍ଚିମବଙ୍ଗ ନିର୍ବାଚନ, 3 ଟା 30 ସୁଦ୍ଧା 69.40 % ଭୋଟିଂ ରେକର୍ଡ

ପଶ୍ଚିମବଙ୍ଗରେ ଜାରି ରହିଛି 5ମ ପର୍ଯ୍ୟାୟ ମତାଦାନ , ଦିନ 3 ଟା 30 ସୁଦ୍ଦା 69.40 % ଭୋଟିଂ ରେକର୍ଡ । ନିର୍ବାଚନ କମିଶନଙ୍କ ପକ୍ଷରୁ ସୂଚନା ।

15:54 April 17

ଭୋଟ ଦେଲେ ତୃଣମୂଳ ସାଂସଦ ମିମି ଚକ୍ରବର୍ତ୍ତୀ

ଭୋଟ ଦେଲେ ତୃଣମୂଳ ସାଂସଦ ମିମି ଚକ୍ରବର୍ତ୍ତୀ  । ଜଲପାଇଗୁଡି ଜିଲ୍ଲର ଏକ ମତଦାନ କେନ୍ଦ୍ରରେ ସେ ନିଜର ମତାଧିକାର ସାବ୍ୟସ୍ତ୍ୟ କରିଥିବା ଜଣାପଡିଛି । 

13:56 April 17

ପୋଲିଂ ବୁଥ ନିକଟରେ ଜନଗହଳି, ଫାଙ୍କା ଗୁଳିଚାଳନା କଲା କେନ୍ଦ୍ରୀୟ ସୁରକ୍ଷା ବଳ

ପୋଲିଂ ବୁଥ ନିକଟରେ ଜନଗହଳି, ଫାଙ୍କା ଗୁଳିଚାଳନା କଲା କେନ୍ଦ୍ରୀୟ ସୁରକ୍ଷା ବଳ । ପଶ୍ଚିମବଙ୍ଗର ନର୍ଥ 24 ପ୍ରଗଣା ଜିଲ୍ଲାର ଡେଗାଙ୍ଗା ନିର୍ବାଚନ ମଣ୍ଡଳୀର କୁରାଲଗାଛି ଅଞ୍ଚଳରେ ଏକ ପୋଲିଂ ବୁଥରେ ଲୋକଙ୍କ ଜନଗହଳିକୁ ଦେଖି ଫାଙ୍କା ଗୁଳିଚାଳନା କରିଛନ୍ତି ସୁରକ୍ଷାବଳ । ପୋଲିଂ ବୁଥ ନିକଟରେ ଲୋକଙ୍କ ଜନଗହଳିକୁ ରୋକିବା ପାଇଁ ସୁରକ୍ଷାବଳ ଫାୟାର କରଥିବା ଜଣାପଡିଛି । ଏହି ସମସ୍ତ ଘଟଣା ସମ୍ପର୍କରେ ନିର୍ବାଚନ କମିସନ ସମ୍ପୂର୍ଣ୍ଣ ରିପୋର୍ଟ ମାଗିଛି ।

13:47 April 17

ପଶ୍ଚିମବଙ୍ଗ ନିର୍ବାଚନ: 1 ଟା ସୁଦ୍ଧା 54.67% ମତଦାନ

ପଶ୍ଚିମବଙ୍ଗରେ ଚାଲିଛି ପଞ୍ଚମ ପର୍ଯ୍ୟାୟ ନିର୍ବାଚନ । ମଧ୍ୟାହ୍ନ 1ଟା ସୁଦ୍ଧା 54.67 ପ୍ରତିଶତ ମତଦାନ ହୋଇଛି । ନିର୍ବାଚନ ଶାନ୍ତି ଶୃଙ୍ଖଳାର ସହ ଚାଲିଥିବାବେଳେ ମତଦାନ କେନ୍ଦ୍ରରେ ଲୋକଙ୍କ ଉତ୍ସାହ ଦେଖିବାକୁ ମିଳିଛି ।

11:42 April 17

ପଶ୍ଚିମବଙ୍ଗ ପଞ୍ଚମ ପର୍ଯ୍ୟାୟ ନିର୍ବାଚନ: 11 ଟା ସୁଦ୍ଧା 36.02% ମତଦାନ

ପଶ୍ଚିମବଙ୍ଗରେ ଚାଲିଛି ପଞ୍ଚମ ପର୍ଯ୍ୟାୟ ନିର୍ବାଚନ । 11ଟା ସୁଦ୍ଧା 36.02 ପ୍ରତିଶତ ମତଦାନ ହୋଇଛି । ନିର୍ବାଚନ ସୁରୁଖୁରୁରେ ଚାଲିଥିବାବେଳେ ମତଦାନ କେନ୍ଦ୍ରରେ ଲୋକଙ୍କ ଉତ୍ସାହ ଦେଖିବାକୁ ମିଳିଛି ।

11:05 April 17

ଦିବ୍ୟାଙ୍ଗଙ୍କୁ ପୋଲିଂ ବୁଥ ନେଲେ ଆଇଟିବିପି ଯବାନ

ଦିବ୍ୟାଙ୍ଗଙ୍କୁ ପୋଲିଂ ବୁଥ ନେଲେ ଆଇଟିବିପି ଯବାନ । ପଶ୍ଚିମବଙ୍ଗରେ ଚାଲିଛି ପଞ୍ଚମ ପର୍ଯ୍ୟାୟ ନିର୍ବାଚନ । ଏହି ସମୟରେ ନିର୍ବାଚନକୁ ସୁରୁଖୁରୁରେ ଶେଷ କରିବା ସୁରକ୍ଷା ଦାୟିତ୍ବରେ କେନ୍ଦ୍ରୀୟ ସୁରକ୍ଷାବଳ । ନିର୍ବାଚନବେଳେ ମତଦାନ ପାଇଁ ଯାଇ ପାରୁ ନଥିବା ଏକ ଦିବ୍ୟାଙ୍ଗ ଭୋଟରଙ୍କୁ ବୋହି ନେଇଛନ୍ତି ଆଇଟିବିପି ଯବାନ । ଏହି ଦୃଶ୍ୟ ଦେଖିବା ପରେ ଲୋକ ସୁରକ୍ଷା କର୍ମୀଙ୍କ କର୍ତ୍ତବ୍ୟକୁ ବେଶ ପ୍ରଶଂସା କରିଛନ୍ତି ।

10:24 April 17

ବିଜେପି ପୋଲିଂ ଏଜେଣ୍ଟଙ୍କ ଅକସ୍ମାତ ମୃତ୍ୟୁ, ରିପୋର୍ଟ ମାଗିଲା ନିର୍ବାଚନ କମିସନ

ପଶ୍ଚିମବଙ୍ଗରେ ଚାଲିଛି ପଞ୍ଚମ ପର୍ଯ୍ୟାୟ ନିର୍ବାଚନ । ନିର୍ବାଚନ ଚାଲିବା ସମୟରେ ହଠାତ ଜଣେ ବିଜେପି ପୋଲିଂ ଏଜେଣ୍ଟଙ୍କ ମୃତ୍ୟୁ ହୋଇଛି । ନର୍ଥ 24 ପ୍ରଗଣାର କମରହାତୀ ର ବୁଥ ନଂ 107ରେ ଘଟିଛି ଏହି ଘଟଣା । ଏହା ପରେ ତୁରନ୍ତ ନିର୍ବାଚନ କମିସନ ଘଟଣାର ରିପୋର୍ଟ ମାଗିଛି । ସେପଟେ ମୃତକଙ୍କ ଭାଇ କହିଛନ୍ତି କେହି ମଧ୍ୟ ସାହାର୍ଯ୍ୟ କରିନାହାଁନ୍ତି ଏଠାରେ କୌଣସି ପ୍ରକାରର ଚିକିତ୍ସା ସହାୟତା ନାହିଁ ବୋଲି କହିଛନ୍ତି ।

09:43 April 17

ପଶ୍ଚିମବଙ୍ଗ ପଞ୍ଚମ ପର୍ଯ୍ୟାୟ ନିର୍ବାଚନ: ସକାଳ 9ଟା ସୁଦ୍ଧା 16.15% ମତଦାନ

ପଶ୍ଚିମବଙ୍ଗରେ ଚାଲିଛି ପଞ୍ଚମ ପର୍ଯ୍ୟାୟ ନିର୍ବାଚନ । 9ଟା ସୁଦ୍ଧା 16.15 ପ୍ରତିଶତ ମତଦାନ ହୋଇଛି । ନିର୍ବାଚନ ସୁରୁଖୁରୁରେ ଚାଲିଥିବାବେଳେ ମତଦାନ କେନ୍ଦ୍ରରେ ଲୋକଙ୍କ ଉତ୍ସାହ ଦେଖିବାକୁ ମିଳିଛି ।

09:21 April 17

କୁଚବିହାର ହିଂସାକୁ ନେଇ ନିର୍ବାଚନ କମିସନକୁ ଭେଟିବ ବିଜେପି

ପଶ୍ଚିମବଙ୍ଗ ନିର୍ବାଚନବେଳେ ଶୀତଲକୁଚୀରେ ହିଂସା ଘଟଣାରେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ହିଂସାକୁ ଉସୁକାଇବା ଭଳି କାର୍ଯ୍ୟ କରିଛନ୍ତି ବୋଲି ବିଜେପି ଅଭିଯୋଗ କରିଛନ୍ତି । ଏନେଇ ଏକ ଅଡିଓ ଭାଇରାଲ ହୋଇଛି ଏହି ମାମଲାକୁ ନେଇ ବିଜେପି ଆଜି ନିର୍ବାଚନ କମିସନକୁ ଭେଟିବ ।

ସୂଚନାଥାଉକି ଚତୁର୍ଥ ପର୍ଯ୍ୟାୟ ନିର୍ବାଚନବେଳେ କୁଚବିହାରରେ କେନ୍ଦ୍ରୀୟ ସୁରକ୍ଷା ବଳ ଓ ଟିଏମସି କର୍ମୀଙ୍କ ମଧ୍ୟରେ ହିଂସା ହୋଇଥିଲା । ଏଥିରେ ଆତ୍ମରକ୍ଷା ପାଇଁ କେନ୍ଦ୍ରୀୟ ସୁରକ୍ଷାବଳ ଗୁଳି କରିଥିଲା । ଏହି ଘଟଣାରେ ତିନି ଜଣ ଟିଏମସି କର୍ମୀଙ୍କ ମୃତ୍ୟୁ ହୋଇଛି ।

08:36 April 17

ଭୋଟଦେଲେ ଟିଏମସି ନେତା ମଦନ ମିତ୍ର

ଭୋଟଦେଲେ ଟିଏମସି ନେତା ମଦନ ମିତ୍ର
ଭୋଟଦେଲେ ଟିଏମସି ନେତା ମଦନ ମିତ୍ର

ପଶ୍ଚିମବଙ୍ଗରେ ଚାଲିଛି ପଞ୍ଚମ ପର୍ଯ୍ୟାୟ ନିର୍ବାଚନ। ନର୍ଥ 24 ପ୍ରଗଣା ଜିଲ୍ଲା କମାରହାତୀ ଆସନରେ ଟିଏମସି ପ୍ରାର୍ଥୀ ହୋଇଥିବା ମଦନ ମିତ୍ର ନିଜ ଭୋଟ ଦେଇଛନ୍ତି । ଭୋଟ ଦେବା ପରେ ବିଜୟୀ ସାଇନ ଦେଖାଇଛନ୍ତି । ଭୋଟ ଦେବାପୂର୍ବରୁ ସେ ମା ଦକ୍ଷିଣେଶ୍ବରୀଙ୍କ କାଳୀ ମନ୍ଦିରରେ ପୂଜାର୍ଚ୍ଚନା କରିଥିଲେ । 

08:24 April 17

ଗୃହମନ୍ତ୍ରୀ ଅମିତ ଶାହ ଟ୍ବିଟ କରି ଭୋଟରଙ୍କୁ କଲେ ଅପିଲ

amit saha
ଗୃହମନ୍ତ୍ରୀ ଅମିତ ଶାହ କଲେ ଟ୍ବୀଟ କରି ଭୋଟ ପାଇଁ କଲେ ଅପିଲ

ଗୃହମନ୍ତ୍ରୀ ଅମିତ ଶାହ କଲେ ଟ୍ବିଟ କରି ଭୋଟରଙ୍କୁ ଉତ୍ସାହିତ କରିଛନ୍ତି । ପଶ୍ଚିମବଙ୍ଗରେ ଚାଲିଥିବା ପଞ୍ଚମ ପର୍ଯ୍ୟାୟ ନିର୍ବାଚନ ପ୍ରକ୍ରିୟାରେ ଅଧିକ ସଂଖ୍ୟାର ମତଦାନ କରିବା ପାଇଁ ଅପିଲ କରିଛନ୍ତି । ପଶ୍ଚିମବଙ୍ଗବାସୀଙ୍କ ପ୍ରତି ଭୋଟ ରାଜ୍ୟର ଗରିବ,କୃଷକଙ୍କ ଅଧିକାର ,ଯୁବକଙ୍କ ରୋଜଗାର ଓ ବଙ୍ଗଳାର ପୂର୍ବ ଗୌରବ ପୁନଃସ୍ଥାପନରେ ଗୁରୁତ୍ବପୂର୍ଣ୍ଣ ଭୂମିକା ଗ୍ରହଣ କରିବ ଗୃହମନ୍ତ୍ରୀ ଅମିତ ଶାହ ଟ୍ବିଟ କରିଛନ୍ତି ।

08:15 April 17

ନିର୍ବାଚନରେ ମତଦାନ ପୂର୍ବରୁ ଟିଏମସି ନେତାଙ୍କ ପୂଜାର୍ଚ୍ଚନା

TMC

ନିର୍ବାଚନରେ ମତଦାନ ପୂର୍ବରୁ ଟିଏମସି ନେତାଙ୍କ ପୂଜାର୍ଚ୍ଚନା । ଟିଏମସି ନେତା ମଦନ ମିତ୍ର ମା’ ଦକ୍ଷୀଣେଶ୍ବରୀ କାଳୀ ମନ୍ଦିରରେ ପୂଜାର୍ଚ୍ଚନା କରିଛନ୍ତି । ସେ ନର୍ଥ 24 ପ୍ରଗଣା ଜିଲ୍ଲାର କମାରହାଟୀ ଆସନରୁ ଟିଏମସି ପ୍ରାର୍ଥୀ ହୋଇଛନ୍ତି । 

08:09 April 17

ଅଧିକ ସଂଖ୍ୟାରେ ମତଦାନ କରିବା ପାଇଁ ଅପିଲ କଲେ ପିଏମ ମୋଦି

pmmodi

ପଶ୍ଚିମବଙ୍ଗରେ ଚାଲିଛି ମତଦାନ । ଏହି ପର୍ଯ୍ୟାୟରେ ଅଧିକ ପରିମାଣରେ ଲୋକ ସାମିଲ ହୋଇ ଗଣତନ୍ତ୍ରର ଶକ୍ତ କରନ୍ତୁ ବୋଲି ଅପିଲ କରିଛନ୍ତି ମୋଦି । ଚଳିତ ଥର ପ୍ରଥମ ଥର ଦେଉଥିବା ଭୋଟରଙ୍କୁ ମଧ୍ୟ ନିବେଦନ କରିଛନ୍ତି ।

07:37 April 17

କୋରୋନା କଟକଣା ମଧ୍ୟରେ ଚାଲିଛି ମତଦାନ

କୋରୋନା କଟକଣା ମଧ୍ୟରେ ଚାଲିଛି ମତଦାନ
କୋରୋନା କଟକଣା ମଧ୍ୟରେ ଚାଲିଛି ମତଦାନ

କୋରୋନା କଟକଣା ମଧ୍ୟରେ ଚାଲିଛି ମତଦାନ । ପଶ୍ଚିମବଙ୍ଗର ଦାର୍ଜିଲିଂର 263 ନଂ ମତଦାନ କେନ୍ଦ୍ରରେ ଲୋକଙ୍କୁ କୋରୋନା ଗାଇଡଲାଇନ ପାଳନ କରିବା ସହ ଲାଇନରେ ଅପେକ୍ଷା କରିଛନ୍ତି ଲୋକେ ।

07:17 April 17

ଭୋଟରଙ୍କ ଉତ୍ସାହ,ମତଦାନ କେନ୍ଦ୍ରରେ ଲମ୍ବା ଲାଇନ

ଆରମ୍ଭ ହୋଇଛି ପଞ୍ଚମ ପର୍ଯ୍ୟାୟ ମତଦାନ । ସକାଳୁ ସକାଳୁ ମତଦାନ କେନ୍ଦ୍ରରେ ଲୋକଙ୍କ ଲମ୍ବା ଲାଇନ । କଡା ସୁରକ୍ଷା ମଧ୍ୟରେ ଚାଲିଛି ମତଦାନ । ପଶ୍ଚିମବଙ୍ଗର କମାରହାଟିର ଏକ ମତଦାନ କେନ୍ଦ୍ରରେ ଲୋକଙ୍କ ଲମ୍ବାଲାଇନ ଦେଖିବାକୁ ମିଳିଛି ।

07:09 April 17

ପଶ୍ଚିମବଙ୍ଗରେ ପଞ୍ଚମ ପର୍ଯ୍ୟାୟ ନିର୍ବାଚନ, ଆରମ୍ଭ ହେଲା ମତଦାନ

ଆରମ୍ଭ ହୋଇଛି ପଶ୍ଚିମବଙ୍ଗରେ ପଞ୍ଚମ ପର୍ଯ୍ୟାୟ ନିର୍ବାଚନରେ ମତଦାନ । 45 ଆସନରେ ହେଉଛି ମତଦାନ । କଡା ସୁରକ୍ଷା ମଧ୍ୟରେ ଆରମ୍ଭ ହୋଇଛି ମତଦାନ ପ୍ରକ୍ରିୟା ।

06:58 April 17

ଚାଲିଛି ମତଦାନ କେନ୍ଦ୍ରର ପ୍ରସ୍ତୁତି

ଚାଲିଛି ମତାଦାନ କେନ୍ଦ୍ରର ପ୍ରସ୍ତୁତି
ଚାଲିଛି ମତାଦାନ କେନ୍ଦ୍ରର ପ୍ରସ୍ତୁତି

ଚାଲିଛି ମତଦାନ କେନ୍ଦ୍ରର ପ୍ରସ୍ତୁତି । ଆଜି ପଶ୍ଚିମବଙ୍ଗରେ ପଞ୍ଚମ ପର୍ଯ୍ୟାୟ ନିର୍ବାଚନ । ସିଲିଗୁଡିରେ ଏକ ବୁଥରେ ନିର୍ବାଚନର ପୂର୍ବ ପ୍ରସ୍ତୁତି । ସମସ୍ତ ପୋଲିଂ ଅଧିକାରୀ ପ୍ରସ୍ତୁତ ରହିଛନ୍ତି ।

06:04 April 17

କୋଲକାତା: ସାରା ଦେଶରେ ମହାମାରୀ କୋରୋନାର ଭୟାବହତା ମଧ୍ୟରେ ଅନୁଷ୍ଠିତ ହେବାକୁ ଯାଉଛି ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନର ପଞ୍ଚମ ପର୍ଯ୍ୟାୟ ମତଦାନ । ଆଜି ପଶ୍ଚିମବଙ୍ଗରେ ପଞ୍ଚମ ପର୍ଯ୍ୟାୟ ନିର୍ବାଚନରେ 45 ଟି ଆସନରେ ହେବ ନିର୍ବାଚନ । ସମସ୍ତ ମତଦାନ କେନ୍ଦ୍ରରେ କୋରୋନା କଟକଣା ସହ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯାଇଛି । 

ଉତ୍ତର ପଶ୍ଚିମବଙ୍ଗର  6ଟି ଜିଲ୍ଲାର ହେବ ନିର୍ବାଚନ । ମତଦାନ ହେବାକୁ ଥିବା ଜିଲ୍ଲାଗୁଡିକ ହେଲା ଜଲପାଇଗୁଡି,କଲିମପଙ୍ଗ,ଦାର୍ଜିଲିଂ,ନଦିଆ,ଉତ୍ତର 24 ପ୍ରଗଣା ଓ ପୂର୍ବ ବର୍ଦ୍ଧମାନ ଜିଲ୍ଲାରେ ହେବ ମତଦାନ । ମୋଟ 45 ଆସନରେ ହେବ ନିର୍ବାଚନ । ଏଥିରେ ମୋଟ 319 ଜଣ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଣ୍ଣୟ କରିବେ 1,13,35,344 ମତଦାତା । ମୋଟ ମତଦାତାଙ୍କ ମଧ୍ୟରୁ 57,23,766 ପୁରୁଷ ଥିବାବେଳେ 56,11,354 ମହିଳା ସାମିଲ ଅଛନ୍ତି ।

ପ୍ରଥମ 4 ଟି ପର୍ଯ୍ୟାୟରେ 135 ଟି ଆସନରେ ମତଦାନ ଅନୁଷ୍ଠିତ ହୋଇଛନ୍ତି । ବର୍ତ୍ତମାନ ବଳକା ରହିଥିବା 159 ଆସନ ମଧ୍ୟରୁ ଆଜି ପଞ୍ଚମ ପର୍ଯ୍ୟାୟରେ 45 ଟି ଆସନରେ ହେବ ନିର୍ବାଚନ । ପରବର୍ତ୍ତୀ ଷଷ୍ଟ, ସପ୍ତମ ଓ ଅଷ୍ଟମ ପର୍ଯ୍ୟାୟରେ ହେବ ନିର୍ବାଚନ । ଚତୁର୍ଥ ପର୍ଯ୍ୟାୟ ମତଦାନରେ କୁଚବିହାର ହିଂସା ଘଟଣା ପରେ ନିର୍ବାଚନ ଆୟୋଗ ପଞ୍ଚମ ପର୍ଯ୍ୟାୟ ପାଇଁ 853 କେନ୍ଦ୍ରୀୟ ସୁରକ୍ଷା ବାହିନୀ ମୁତୟନ କରିବାକୁ ନିଷ୍ପତ୍ତି ନେଇଛନ୍ତି ।

Last Updated : Apr 17, 2021, 5:57 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.