ETV Bharat / bharat

ବଙ୍ଗ ନିର୍ବାଚନ: ବିଜେପି ନେତ୍ରୀଙ୍କ ଉପରକୁ କ୍ଷତିକାରକ ରଙ୍ଗ ଫିଙ୍ଗାଯାଇଥିବା ଅଭିଯୋଗ

author img

By

Published : Mar 28, 2021, 1:13 PM IST

ପଶ୍ଚିମବଙ୍ଗର ଜଣେ ବିଜେପି ନେତ୍ରୀଙ୍କ ଉପରକୁ କ୍ଷତିକାରକ ଅବିର ବା ରଙ୍ଗ ଫିଙ୍ଗାଯାଇଥିବା ଅଭିଯୋଗ ହୋଇଛି । ଅଧିକ ପଢନ୍ତୁ...

ବଙ୍ଗ ନିର୍ବାଚନ: ବିଜେପି ନେତ୍ରୀଙ୍କ ଉପରକୁ କ୍ଷତିକାରକ ରଙ୍ଗ ପିଙ୍ଗାଯାଇଥିବା ଅଭିଯୋଗ

କୋଲକାତା: ପଶ୍ଚିମବଙ୍ଗର ବିଜେପି ଏମପି ଲକେଟ ଚାଟାର୍ଜୀଙ୍କ ଉପରକୁ କ୍ଷତିକାରକ ରାସାୟନିକ ପଦାର୍ଥ ମିଶିଥିବା ଅବିର ବା ରଙ୍ଗ ଫିଙ୍ଗାଯାଇଥିବା ସେ ଅଭିଯୋଗ କରିଛନ୍ତି । ହୁଗୁଳିରେ ଏକ କାର୍ଯ୍ୟକ୍ରମରେ ଶନିବାର ଯୋଗ ଦେଇଥିବା ସମୟରେ ଟିଏମସି ବ୍ୟାଜ ପିନ୍ଧିଥିବା 3-4 ଜଣ ଲୋକ ତାଙ୍କ ଉପରକୁ ଏହି ରଙ୍ଗ ଫିଙ୍ଗିଥିବା ସେ କହିଛନ୍ତି ।

ରାଜ୍ୟ ବିଧାନସଭା ନିର୍ବାଚନରେ ହୁଗୁଳି ଜିଲ୍ଲାର ଚିନ୍ସୁରା ବିଧାନସଭା ଆସନରୁ ଚାଟାର୍ଜୀ ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି । ତେବେ ସେ ଶନିବାର ହୁଗୁଳିରେ ଏକ କାର୍ଯ୍ୟକ୍ରମରେ ଯୋଗ ଦେବା ସମୟରେ ତାଙ୍କ ସହିତ ଏଭଳି ଘଟଣା ଘଟିଥିବା ସେ କହିଛନ୍ତି । ଏହି କାର୍ଯ୍ୟ ଟିଏମସିର ଗୁଣ୍ଡାମାନେ କରିଛନ୍ତି ବୋଲି ରାଜ୍ୟ ବିଜେପି ଟ୍ବିଟ ଯୋଗେ ଅଭିଯୋଗ ଆଣିଛି । ଟିଏମସିର ଏହି ଗୁଣ୍ଡାମାନେ ଜିପି ପ୍ରଧାନ ବିଦ୍ୟୁତ ବିଶ୍ବାସଙ୍କ ନେତୃତ୍ବରେ ଏହି ଆକ୍ରମଣ କରିଛନ୍ତି ବୋଲି ରାଜ୍ୟ ବିଜେପି କହିଛି ।

ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନର ପ୍ରଥମ ପର୍ଯ୍ୟାୟ ଶନିବାର ଦିନ ସୁଦ୍ଧା 79.79 ପ୍ରତିଶତ ଭୋଟରଙ୍କ ସହ ଶେଷ ହୋଇଛି । ପୁରୁଲିଆ ଏବଂ ଝାରଗ୍ରାମ ଜିଲ୍ଲାର ସମସ୍ତ ବିଧାନସଭା ନିର୍ବାଚନ ମଣ୍ଡଳୀର 30ଟି ସିଟ୍ ଏବଂ ବାଙ୍କୁରା, ପୁର୍ବ ମେଦିନୀପୁର ଏବଂ ପଶ୍ଚିମ ମେଦିନୀପୁରର ଏକ ବିଭାଗ ଲୋକ 191 ପ୍ରାର୍ଥୀଙ୍କ ସମେତ 21 ଜଣ ମହିଳା ପ୍ରାର୍ଥୀଙ୍କ ନିର୍ବାଚନରେ ଭାଗ୍ୟ ନିର୍ଦ୍ଧାରଣ କରିବାକୁ ମତଦାନ ଦେଇଥିଲେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.