ETV Bharat / bharat

ପଶ୍ଚିମବଙ୍ଗରେ CBI ଅଧିକାରୀଙ୍କ ବିରୋଧରେ ପୋଲିସର ଏତଲା

author img

By

Published : Jun 21, 2022, 5:57 PM IST

ପଶ୍ଚିମବଙ୍ଗରେ CBI ଅଧିକାରୀଙ୍କ ବିରୋଧରେ ମାମଲା ରୁଜୁ କଲା ପୋଲିସ । କୋଇଲା ଦୁର୍ନୀତି ମାମଲାରେ ସାଂସଦ ଅଭିଷେକ ବାନାର୍ଜୀଙ୍କ ପତ୍ନୀଙ୍କୁ ପଚରାଉଚରା ବେଳେ ବଳପୂର୍ବକ ବିବୃତ୍ତି ରେକର୍ଡ ଓ ଦୁର୍ବବ୍ୟବହାର ନେଇ ହୋଇଥିଲା ଥାନାରେ ଏତଲା । ଅଧିକ ପଢନ୍ତୁ

ପଶ୍ଚିମବଙ୍ଗରେ CBI ଅଧିକାରୀଙ୍କ ବିରୋଧରେ ପୋଲିସର ଏତଲା
ପଶ୍ଚିମବଙ୍ଗରେ CBI ଅଧିକାରୀଙ୍କ ବିରୋଧରେ ପୋଲିସର ଏତଲା

କୋଲକାତା: କୋଇଲା ଦୁର୍ନୀତି ମାମଲାର ତଦନ୍ତ କରୁଥିବା ସିବିଆଇ ଟିମର ଅଧିକାରୀଙ୍କ ବିରୋଧରେ କୋଲକାତା ପୋଲିସ ମାମଲା ରୁଜୁ କରିଛି । ସାଂସଦ ଅଭିଷେକ ବାନାର୍ଜୀଙ୍କ ଘରେ ସିବିଆଇ ଟିମ ପଚରାଉଚରା କରିବା ବେଳେ ବଳପୂର୍ବକ ବିବୃତ୍ତି ରେକର୍ଡ କରିଥିବା ଅଭିଯୋଗରେ ଏହି ମାମଲା ରୁଜୁ ହୋଇଛି । କୋଲକାତାର ଡାଇମଣ୍ଡ ହାର୍ବର ଜିଲ୍ଲା ପୋଲିସ ପକ୍ଷରୁ ଏହି ମାମଲାରେ ତଦନ୍ତ କରୁଥିବା ସିବିଆଇ ଟିମ ଓ ଏହି ଟିମର ନେତୃତ୍ବ ନେଉଥିବା ତଦନ୍ତକାରୀ ଅଧିକାରୀ ଉମେଶ କୁମାରଙ୍କ ନାମରେ ଏତଲା ଦାଏର ହୋଇଛି ।

ଘଟଣା ଅନୁସାରେ, ହରିଷ ମୁଖାର୍ଜୀ ରୋଡରେ ଥିବା ଟିଏମସି ସାଂସଦ ଅଭିଷେକ ବାନାର୍ଜୀଙ୍କ ବାସଭନରେ ପଚରାଉଚରା ପାଇଁ ପହଞ୍ଚିଥିଲା ସିବିଆଇର ଏକ ଟିମ । ଏହି ଟିମର ନେତୃତ୍ବ ନେଉଥିଲେ ସିବିଆଇର ତଦନ୍ତକାରୀ ଅଧିକାରୀ ଉମେଶ କୁମାର । ଟିମ ସାଂସଦଙ୍କ ପତ୍ନୀ ରୁଜିରା ବାନାର୍ଜୀଙ୍କୁ ପଚରା ଉଚରା କରିବା ସମୟରେ ବଳପୂର୍ବକ ବିବୃତ୍ତି ରେକର୍ଡ କରିଥିବା ମଧ୍ୟ ଅଭିଯୋଗ ହୋଇଥିଲା ।

ସିିବିଆଇ ଅଧିକାରୀଙ୍କ ବିରୋଧରେ ବଳପୂର୍ବକ ବିବୃତ୍ତି ରେକର୍ଡ କରିଥିବା ନେଇ ଥାନାରେ ଲିଖିତ ଏତଲା ଦେଇଥିଲେ । ଏତଲା ଆଧାରରେ ପୋଲିସ ମଧ୍ୟ ମାମଲା ରୁଜୁ କରିଛି । ମାମଲା ଅନୁସାରେ, ବଳପୂର୍ବକ ବିବୃତ୍ତି ରେକର୍ଡ କରିବା, ସାଂସଦଙ୍କ ପରିବାରକୁ ଦୁର୍ବ୍ୟବହାର କରିବା ପରି ଅଭିଯୋଗ ମଧ୍ୟ ଉଲ୍ଲେଖ ରହିଛି । ତେବେ କୋଲକାତା ପୋଲିସ ଓ ସିବିଆଇ ମଧ୍ୟରେ କ୍ଷମତା ଯୁଦ୍ଧ କିଛି ନୂଆ କଥା ମଧ୍ୟ ନୁହେଁ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.