ETV Bharat / bharat

WB Panchayat poll Violence: ସନ୍ଧ୍ୟାରେ ଶାହଙ୍କୁ ଭିଟିବେ ରାଜ୍ୟପାଳ ସିଭି ଆନନ୍ଦ - ପଶ୍ଚିମବଙ୍ଗ ପଞ୍ଚାୟତ ନିର୍ବାଚନ

ପଶ୍ଚିମବଙ୍ଗ ପଞ୍ଚାୟତ ନିର୍ବାଚନ ହିଂସା ସ୍ଥିତି ନେଇ ଆଜି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କୁ ଭିଟିବେ ରାଜ୍ୟପାଳ ସି.ଭି ଆନନ୍ଦ ବୋଷ । ଶନିବାର ମତଦାନ ଦିନ ଯାଇଛି 20 ଜୀବନ । ଅଧିକ ପଢନ୍ତୁ

West Bengal Panchayat polls: ଅମିତ ଶାହଙ୍କୁ ଭିଟିବେ ରାଜ୍ୟପାଳ ସି.ଭି ଆନନ୍ଦ ବୋଷ

author img

By

Published : Jul 10, 2023, 5:15 PM IST

କୋଲକାତା: ପଶ୍ଚିମବଙ୍ଗ ପଞ୍ଚାୟତ ନିର୍ବାଚନରେ ବ୍ୟାପକ ହିଂସା ଦେଖିବାକୁ ମିଳିଛି । ଶନିବାର ରାଜ୍ୟରେ ବିଭିନ୍ନ ସ୍ଥାନରେ ହିଂସାରେ ପ୍ରାୟ 20 ଜଣଙ୍କର ମୃତ୍ୟୁ ଘଟିଛି । ରାଜ୍ୟରେ ହିଂସା ସ୍ଥିତି ନେଇ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କୁ ଭେଟିବା ପାଇଁ ପଶ୍ଚିିମବଙ୍ଗ ରାଜ୍ୟପାଳ ସି.ଭି ଆନନ୍ଦ ବୋଷ ଦିଲ୍ଲୀ ଗସ୍ତରେ ବାହାରିଛନ୍ତି । ଆଜି (ସୋମବାର) ସଂଧ୍ୟା ପ୍ରାୟ ସାଢେ 6 ଟାରେ ସେ ଶାହଙ୍କୁ ଭେଟିବାର କାର୍ଯ୍ୟକ୍ରମ ରହିଛି । ଏହି ଆଲୋଚନାରେ ରାଜ୍ୟପାଳ ବୋଷ ରାଜ୍ୟରେ ହିଂସା ସ୍ଥିତି ନେଇ ଏକ ଗ୍ରାଉଣ୍ଡ ରିପୋର୍ଟ ଶାହଙ୍କ ସମ୍ମୁଖରେ ଉପସ୍ଥାପନ କରିବା ନେଇ ସୂଚନା ମିଳିଛି ।

ମତଦାନ ପୂର୍ବରୁ ଓ ନାମାଙ୍କନ ଦାଖଲ ପ୍ରକ୍ରିୟାରେ ହୋଇଥିବା ହିଂସା ପ୍ରଭାବିତ ଅଞ୍ଚଳ ପରିଦର୍ଶନ କରିଥିଲେ ରାଜ୍ୟପାଳ ବୋଷ । ସେ ଆଇନ ଶୃଙ୍ଖଳା ସ୍ଥିତି ନେଇ ରାଜ୍ଯ ସରକାରଙ୍କ ଉପରେ ବର୍ଷିବା ସହ ରାଜଭବନରେ ଏକ ଅଭିଯୋଗ ପ୍ରକୋଷ୍ଠ ମଧ୍ୟ ଖୋଲିଥିଲେ । ହେଲେ ନାମାଙ୍କନ ଦାଖଲ ହିଂସାକୁ ମତଦାନ ହିଂସା ବଳିଯାଇଥିଲା । ଶନିବାର ଭୋଟିଂ ବେଳେ ରାଜ୍ୟର ଏକାଧିକ ସ୍ଥାନରେ ପ୍ରାୟ 20 ଜଣ ପ୍ରାଣ ହରାଇଛନ୍ତି । କିଛି ସ୍ଥାନରେ ହିଂସା ପାଇଁ ଆଜି ସାନି ମତଦାନ ମଧ୍ୟ ହୋଇଛି । ଏହାରି ମଧ୍ୟରେ ଆଜି ରାଜ୍ୟପାଳ କେନ୍ଦ୍ର ଗୃହମନ୍ତ୍ରୀଙ୍କ ସମ୍ମୁଖରେ ଉପସ୍ଥାପନ କରିବାକୁ ଯାଉଥିବା ରିପୋର୍ଟରେ ମମତା ସରକାରଙ୍କ ବିରୋଧରେ ଉଲ୍ଲେଖ କରିପାରନ୍ତି ବୋଲି ଚର୍ଚ୍ଚା ହେଉଛି ।

ରାଜ୍ୟରେ ହିଂସାମୁକ୍ତ ନିର୍ବାଚନ କରିବାକୁ କୋଲକାତା ହାଇକୋର୍ଟଙ୍କ ନିର୍ଦ୍ଦେଶ କ୍ରମେ ସୀମା ସୁରକ୍ଷା ବଳ ମଧ୍ଯ ନିୟୋଜିତ ହୋଇଥିଲା । ହେଲେ ବିଏସଏଫ ଏହା ମଧ୍ୟ ଅଭିଯୋଗ କରିଛି ଯେ, ସେମାନେ ରାଜ୍ୟ ନିର୍ବାଚନ ଆୟୋଗଙ୍କୁ ସମ୍ବେଦନଶୀଳ ବୁଥର ତାଲିକା ଓ ବିସ୍ତୃତ ତଥ୍ୟ ମାଗିଥିଲେ । ଆୟୋଗଙ୍କୁ ଏକାଧିକ ଚିଠି କରାଯାଇଥିଲେ ମଧ୍ୟ ଆୟୋଗଙ୍କ ପକ୍ଷରୁ ସେପରି ସହଯୋଗ ମିଳିନଥିବା ବିଏସଏଫ ଅଭିଯୋଗ କରିଛି ।

ଏହା ମଧ୍ୟ ପଢନ୍ତୁ:-West Bengal panchayat poll: ଆଜି ଏକାଧିକ ବୁଥ୍‌ରେ ସାନି ମତଦାନ, ଶନିବାର ଯାଇଥିଲା 15 ଜୀବନ

ବିଏସଏଫ ଅଭିଯୋଗ କରିଛି ଯେ, ପଶ୍ଚିମବଙ୍ଗ ନିର୍ବାଚନ କମିଶନ 7 ତାରିଖରେ କେବଳ ରାଜ୍ୟରେ ସମ୍ବେଦନଶୀଳ ବୁଥ ସଂଖ୍ୟା ପ୍ରକାଶ କରିଥିଲା । ହେଲେ ଏହି ବୁଥ ସମ୍ପର୍କରେ ଅନ୍ୟାନ୍ୟ ବିସ୍ତୃତ ସୂଚନା ନଥିଲା । ବିଏସଏଫ ମହାନିର୍ଦ୍ଦେଶ ଏସ.ଏସ ଗୁଲେରିଆ କହିଛନ୍ତି, ସେମାନେ ଆୟୋଗଙ୍କ ଠାରୁ ବିସ୍ତୃତ ସୂଚନା ପାଇବା ପାଇଁ ବାରମ୍ବାର ଚିଠି ଲେଖିଥିଲେ । ହେଲେ 7 ତାରିଖରେ ଆୟୋଗ କେବଳ ସମ୍ବେଦନଶୀଳ ବୁଥର ସଂଖ୍ୟା ବ୍ୟତୀତ ଅନ୍ୟ କିଛି ସୂଚନା ସ୍ପଷ୍ଟ କରିନଥିଲେ । ବିଏସଏଫର ଏହି ସଙ୍ଗୀନ ଅଭିଯୋଗକୁ ମଧ୍ୟ ରାଜ୍ୟପାଳ ବୋଷ କେନ୍ଦ୍ର ଗୃହମନ୍ତ୍ରୀଙ୍କ ନିକଟରେ ଉଠାଇପାରନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.