ETV Bharat / bharat

ରାତି ପାହିଲେ ଶପଥ, CBI ରାଡାରରେ 4 ନେତା

author img

By

Published : May 9, 2021, 10:42 PM IST

ତୃମଣୂଳ କଂଗ୍ରେସର 4 ନେତାଙ୍କ ବିରୋଧରେ ମାମଲା ଚଳାଇବାକୁ ସିବିଆଇକୁ ଅନୁମତି ଦେଇଛନ୍ତି ରାଜ୍ୟପାଳ ଜଗଦୀପ ଧନକର । ଅଧିକ ପଢନ୍ତୁ...

ରାତି ପାହିଲେ ଶପଥ, CBI ରାଡାରରେ 4 ନେତା
ରାତି ପାହିଲେ ଶପଥ, CBI ରାଡାରରେ 4 ନେତା

କୋଲକାତା: ପଶ୍ଚିମବଙ୍ଗରେ କ୍ଷମତାକୁ ପ୍ରତ୍ୟାବର୍ତ୍ତନ କରିଛି ମମତା ବାନାର୍ଜୀଙ୍କ ସରକାର । ହେଲେ ଦିଦି ଆଉ ରାଜ୍ୟପାଳଙ୍କ ମଧ୍ୟରେ ବିବାଦର ଘଟୁନି ଅନ୍ତ । ତୃମଣୂଳ କଂଗ୍ରେସର 4 ନେତାଙ୍କ ବିରୋଧରେ ସିବିଆଇ ମାମଲା ଚଳାଇବାକୁ ଅନୁମତି ଦେଇଛନ୍ତି ରାଜ୍ୟପାଳ ଜଗଦୀପ ଧନକର ।

ଖାସ କଥା ହେଉଛି ଏହି ଚାରିଜଣ ନେତା ରାତି ପାହିଲେ ମନ୍ତ୍ରୀ ପଦର ଶପଥ ନେବେ । ଯେଉଁ ଚାରିଜଣ ନେତାଙ୍କ ବିରୋଧରେ ରାଜ୍ୟପାଳ ସିବିଆଇକୁ ଏହି ମାମଲା ଚଳାଇବାକୁ ଅନୁମତି ଦେଇଛନ୍ତି, ସେମାନଙ୍କ ମଧ୍ୟରେ ଫିରହାଦ୍ ହାକିମ, ସୁବ୍ରତ ମୁଖାର୍ଜୀ, ମଦନ ମିତ୍ର ଏବଂ ଶୋଭନ ଚାଟାର୍ଜୀଙ୍କ ନାଁ ସାମିଲ ରହିଛି ।

ପଶ୍ଚିମବଙ୍ଗରେ ଗତ କିଛି ବର୍ଷ ମଧ୍ୟରେ ଶାରଦା ଘୋଟାଲା କ୍ରମାଗତ ଭାବରେ ଚାଲିଆସୁଛି । ସିବିଆଇ ମଧ୍ୟ ଏହି ମାମଲା ଗୁଡ଼ିକର ତଦନ୍ତ କରୁଛି । ଏହି ମାମଲାରେ ବିଭିନ୍ନ ନେତାଙ୍କ ନାଁ ସାମ୍ନାକୁ ଆସିଛି । ଏହି ନେତାଙ୍କ ବିରୋଧରେ ମାମଲା ଦାୟର କରିବାକୁ ରାଜ୍ୟପାଳଙ୍କ ଠାରୁ ଅନୁମତି ନିଆଯାଇଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.