ETV Bharat / bharat

ପାଞ୍ଚ ଜିଲ୍ଲା 109 ସିଟ୍‌; ବଙ୍ଗ ଦଖଲ ପାଇଁ ବିଜେପିର ବଡ ରଣନୀତି

author img

By

Published : Mar 12, 2021, 7:35 PM IST

ବଙ୍ଗ ମୈଦାନରେ ମହାସଂଗ୍ରାମକୁ ନେଇ 5 ଜିଲ୍ଲାର 109 ବିଧାନସଭା ସିଟ୍‌କୁ ନେଇ ଖାସ ରଣନୀତି ପ୍ରସ୍ତୁତ କରିଛି ଦଳ । ଅଧିକ ପଢନ୍ତୁ...

ପାଞ୍ଚ ଜିଲ୍ଲା, 109 ସିଟ୍‌; ବଙ୍ଗ ଦଖଲ ପାଇଁ ବିଜେପିର ବଡ ରଣନୀତି

କୋଲକାତା: ବଙ୍ଗ ଲଢେଇ ପାଇଁ ବିଜେପିର ବଡ ପ୍ରସ୍ତୁତି । ଜବରଦସ୍ତ ରଣନୀତି ଆଧାରରେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ଗଡ ଦଖଲ କରିବାକୁ ଯୋଜନା ଚଳାଇଛି ବିଜେପି । ବଙ୍ଗ ମୈଦାନରେ ମହାସଂଗ୍ରାମକୁ ନେଇ 5 ଜିଲ୍ଲାର 109 ବିଧାନସଭା ସିଟ୍‌କୁ ନେଇ ଖାସ ରଣନୀତି ପ୍ରସ୍ତୁତ କରିଛି ଦଳ ।

22 ଜଣ ନେତାଙ୍କୁ ପଶ୍ଚିମବଙ୍ଗର ଦାୟିତ୍ବ ଦେଇଛି ବିଜେପି, ଯେଉଁମାନେ ସ୍ଥାନୀୟ ପଦାଧିକାରୀଙ୍କ ସହ ମିଶି ବଙ୍ଗ ରଣନୀତିର କରିବେ ପ୍ରସ୍ତୁତି । ଏହି ନେତାମାନେ ସମ୍ବନ୍ଧିତ ନିର୍ବାଚନ କ୍ଷେତ୍ରରେ ଡେରା ପକାଇ ବୁଥ ସ୍ଥରରେ ଦଳକୁ ମଜବୁତ କରିବେ ।

ସୂଚନା ଅନୁଯାୟୀ, ବିଜେପି ନେତାମାନେ ସ୍ଥାନୀୟ ପଦାଧିକାରୀଙ୍କ ସହଯୋଗରେ ସାଧାରଣ ଜନତାଙ୍କ ସହିତ ମିଶିବା ପାଇଁ ପ୍ରୟାସ କରିବେ । କେନ୍ଦ୍ରୀୟ ନେତାଙ୍କ ଏହି ଟିମ୍‌କୁ ପ୍ରତ୍ୟେକ ସ୍ତରରେ ସ୍ଥାନୀୟ ନେତାଙ୍କ ସହଯୋଗ ମିଳିବ ।

ରଣନୀତି ଆଧାରରେ ବିଜେପି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଉତ୍ତର କୋଲକାତାର ଦାୟିତ୍ବ ହସ୍ତାନ୍ତର କରିଛି । ଉତ୍ତର କୋଲକାତା ଅନ୍ତର୍ଗତ ଖାରଦାର, ଉତ୍ତର ଦମଦମ, କମରହାଟୀ, ପନିହାଟୀ, ବାରାନଗର, ଦମଦମ, ରାଜରହାଟ ନୂଆ ସହର, ବିଧାନଗର ଓ ରାଜାର ଗୋପାଳପୁରର ଆସନ ସାମିଲ ରହିଛି ।

ସେହିପରି ଦଳର ବରିଷ୍ଠ ନେତା ଓ ପୂର୍ବତନ କେନ୍ଦ୍ରମନ୍ତ୍ରୀ ରାମମୋହନ ସିଂହଙ୍କୁ ହାୱଡା ଗ୍ରାମୀଣର 5 ବିଧାନସଭା ଆସନର ଦାୟିତ୍ବ ଦିଆଯାଇଛି । ଅନ୍ୟପକ୍ଷେ କେନ୍ଦ୍ରମନ୍ତ୍ରୀ ଆରକେ ସିଂହ ବାରାକପୁର ଦାୟିତ୍ବ ସମ୍ଭାଳିବେ । ସେହିପରି ଗୁଜୁରାଟର ମହାସଚିବ ପ୍ରଦୀପ ସିଂହ ବାଘେଲା ବୋଙ୍ଗନ ଜିଲ୍ଲାର 5 ବିଧାସଭା ସିଟର ଦାୟିତ୍ବ ସମ୍ଭାଳିବେ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.