ETV Bharat / bharat

Train Accident: ଆଜି ଓଡିଶା ଆସୁଛନ୍ତି ମମତା, ବଙ୍ଗଳା ମୃତକଙ୍କ ପରିଜନକୁ ଦେବେ ନିଯୁକ୍ତିପତ୍ର

author img

By

Published : Jun 5, 2023, 6:17 PM IST

Updated : Jun 6, 2023, 9:41 AM IST

ଆଜି ଓଡିଶା ଆସୁ୍‌ଛନ୍ତି ମମତା ବାନାର୍ଜୀ । ପଶ୍ଚିମବଙ୍ଗ ଆହତଙ୍କୁ ଭେଟିବେ । ମୃତାହତଙ୍କ ସମ୍ପର୍କୀୟଙ୍କୁ ସରକାରୀ ଚାକିରି ନିଯୁକ୍ତିପତ୍ର ଦେବେ । ଅଧିକ ପଢନ୍ତୁ

Train accident: ବୁଧବାର ଓଡିଶା ଆସିବେ ମମତା
ମଙ୍ଗଳବାର ଓଡିଶା ଆସିବେ ମମତା

ହାଇଦ୍ରାବାଦ: ବାଲେଶ୍ବର ଟ୍ରେନ ଦୁର୍ଘଟଣାରେ ମୃତାହତଙ୍କ ମଧ୍ୟରେ ଅଧିକାଂଶ ପଶ୍ଚିମବଙ୍ଗର ବାସିନ୍ଦା ରହିଛନ୍ତି । ସେମାନଙ୍କ ମଧ୍ୟରୁ କିଛି ଏବେ ମଧ୍ୟ କଟକ ଓ ଭୁବନେଶ୍ବରରେ ଏକାଧିକ ହସ୍ପିଟାଲରେ ଚିକିତ୍ସାଧୀନ ରହିଛନ୍ତି । ସେମାନଙ୍କୁ ଭେଟିବା ପାଇଁ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ମଙ୍ଗଳବାର ପୁଣି ଓଡିଶା ଆସୁଛନ୍ତି । ସେ ଭୁବନେଶ୍ବର ଓ କଟକରେ ଆହତଙ୍କୁ ଭେଟିବେ । ପରେ ଆହତଙ୍କୁ ସହାୟତା ରାଶି ପ୍ରଦାନ କରିବା ସହ ମୃତାହତଙ୍କ ପରିବାର ସଦସ୍ୟଙ୍କୁ ଅନୁକମ୍ପା ରାଶି ସହ ସରକାରୀ ନିଯୁକ୍ତିପତ୍ର ମଧ୍ୟ ପ୍ରଦାନ କରିବେ । ଏନେଇ ମମତା ସୋମବାର କୋଲକାତାରେ ଗଣମାଧ୍ୟମକୁ ସମ୍ବୋଧିତ କରି ନିଜେ ସୂଚନା ଦେଇଛନ୍ତି ।

  • #WATCH | West Bengal CM Mamata Banerjee reacts on Railway Board seeking CBI inquiry into Balasore train accident, says "We want people to know the truth. It is not the time to suppress the truth". pic.twitter.com/hWUNRxZK7M

    — ANI (@ANI) June 5, 2023 " class="align-text-top noRightClick twitterSection" data=" ">

ମମତା ଆଜି ଏହି ଘୋଷଣା ସହ ପୁଣି ବିଜେପି ସରକାରକୁ ଟାର୍ଗେଟ କରିଛନ୍ତି । କେନ୍ଦ୍ରର ସିବିଆଇ ତଦନ୍ତ ନିର୍ଦ୍ଦେଶକୁ ନାପସନ୍ଦ କରିବା ସହ ମମତା କହିଛନ୍ତି, ସେ ଏହି ସମୟରେ ସେ ସମ୍ପର୍କରେ କିଛି କହିବା ପାଇଁ ଚାହୁଁନାହାନ୍ତି । ଏବେ ମୃତାହତଙ୍କ ପରିବାର କଥା ଚିନ୍ତା କରିବାର ସମୟ । ଅନେକ ଲୋକ ସେମାନଙ୍କର ହାତ ଓ ଗୋଡ ହରାଇଛନ୍ତି । ସେ ଆଜି ଭୁବନେଶ୍ବର ଓ କଟକ ଗସ୍ତ କରିବେ । ଚିକିତ୍ସାଧୀନ ଆହତଙ୍କୁ ଭେଟି ସହାୟତା ରାଶି ପ୍ରଦାନ କରିବେ । ମୃତାହତଙ୍କ ପରିବାର ସଦସ୍ୟଙ୍କୁ ଅନୁକମ୍ପା ରାଶି ସହ ପରିବାରର ଜଣେ ସଦସ୍ୟଙ୍କୁ ପଶ୍ଚିମବଙ୍ଗ ହୋମଗାର୍ଡ ବିଭାଗରେ ଭର୍ତ୍ତି ନିଯୁକ୍ତିପତ୍ର ମଧ୍ୟ ପ୍ରଦାନ କରିବେ ।

CBI ତଦନ୍ତକୁ ନେଇ ପ୍ରଶ୍ନ ଉଠାଇଲେ ଦିଦି: ସେହିପରି ସେ ସିବିଆଇ ତଦନ୍ତ ନେଇ ମଧ୍ୟ ପ୍ରଶ୍ନ ଉଠାଇଛନ୍ତି । କହିଛନ୍ତି ସିବିଆଇ ଅପରାଧିକ ମାମଲାର ତଦନ୍ତ କରିଥାଏ । ଏହା ଏକ ଦୁର୍ଘଟଣା ମାମଲା । ଏପରି ସମୟରେ ସତ୍ୟ କ’ଣ, କାହିଁକି ଦୁର୍ଘଟଣା ଘଟିଲା ତାହା ସାମ୍ନାକୁ ଆସିବା ନିହାତି ଆବଶ୍ୟକ । ସେ ରେଳମନ୍ତ୍ରୀ ଥିବା ସମୟରେ ହୋଇଥିବା ଜ୍ଞାନେଶ୍ବରୀ ଏକ୍ସପ୍ରେସ ଦୁର୍ଘଟଣାର ତଦନ୍ତ ସେ ନିଜେ ସିବିଆଇକୁ ଦେବା ପାଇଁ କହିଥିଲେ । ସିବିଆଇ ତଦନ୍ତ ମଧ୍ୟ କଲା, ହେଲେ ଫଳାଫଳ କିଛି ଆସିଲା ନାହିଁ ବୋଲି ମମତା କହିଛନ୍ତି । ଆଜି ପଶ୍ଚିମବଙ୍ଗର କିଛି ମୃତକଙ୍କ ମୃତଦେହ କୋଲକାତାରେ ପହଞ୍ଚିଛି । ଦିଦି ସେମାନଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି । ଏବେ ମଧ୍ୟ କିଛି ପଶ୍ଚିମବଙ୍ଗର ଆହତ ଭୁବନେଶ୍ବର ଓ କଟକରେ ଚିକିତ୍ସାଧୀନ ରହିଛନ୍ତି ।

ପୂର୍ବରୁ 3 ଥର ରେଳ ମନ୍ତ୍ରୀ ରହିସାରିଥିବା ମମତା ଏହି ଦୁର୍ଘଟଣାର ପ୍ରଥମ ଦିନରୁ ସରକାରଙ୍କୁ ବିଭିନ୍ନ ଦିଗ ନେଇ ଘେରିବାରେ ଲାଗିଛନ୍ତି । ପ୍ରଥମେ ସରକାର ମୃତ୍ୟୁସଂଖ୍ୟା ଲୁଚାଉଥିବା ମମତା ଅଭିଯୋଗ କରିଥିଲେ । ପରେ ଚେନ୍ନାଇ-ହାଓ୍ବଡା ରୁଟ୍‌ରେ କାହିଁକି ‘କବଚ’ ସିଷ୍ଟମ ନଥିଲା ବୋଲି ପ୍ରଶ୍ନ ଉଠାଇଥିଲେ । ଦୁର୍ଘଟଣା ପର ଦିନ ସିଧା ବାଲେଶ୍ବର ବାହାନଗାର ଦୁର୍ଘଟଣାସ୍ଥଳରେ ପହଞ୍ଚି ସ୍ଥିତି ସମୀକ୍ଷା କରିଥିଲେ । ଏବେ ପୁଣି ଥରେ ସେ ଓଡିଶା ଗସ୍ତରେ ଆସୁଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Jun 6, 2023, 9:41 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.