କୋଲକାତା: ନିୟମ ପାଳନ କରିଛନ୍ତି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ । ଜଣେ ସାଧାରଣ ଜନତା ଭାବରେ ସରକାରୀ ନିୟମକୁ ପାଳନ କରିଛନ୍ତି ମୁଖ୍ୟମନ୍ତ୍ରୀ ବାନାର୍ଜୀ । ଧାଡିରେ ଠିଆ ହୋଇ ନିଜର ସ୍ବାସ୍ଥ୍ୟ ସାଥୀ କାର୍ଡ ଆଣିଛନ୍ତି ସେ ।
ସୂଚନା ଅନୁଯାୟୀ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ନିୟମ ପାଳନ କରି ଧାଡିରେ ଯାଇ ନିଜର ସ୍ବାସ୍ଥ୍ୟ ସାଥୀ କାର୍ଡ ଗ୍ରହଣ କରିଛନ୍ତି । ସ୍ଥାନୀୟ ହରିଶ ଚାଟାର୍ଜୀ ରୋଡ୍ ଜୟ ହିନ୍ଦ ଭବନରେ ଅନୁଷ୍ଠିତ ହୋଇଥିବା ଏକ କ୍ୟାମ୍ପରୁ ମୁଖ୍ୟମନ୍ତ୍ରୀ ବାନାର୍ଜୀ ଏହି କାର୍ଡ ନିଜେ ଯାଇ ଆଣିଛନ୍ତି । ଏହି ସମୟରେ ମୁଖ୍ୟମନ୍ତ୍ରୀଙ୍କ ସମେତ ମନ୍ତ୍ରୀ ଫିରହାଦ ହାକିମ, ରାଜ୍ୟ ମୁଖ୍ୟ ସଚିବ ଆଲପାନ ବାନାର୍ଜୀ ପ୍ରମୁଖ ଉପସ୍ଥିତ ଥିଲେ ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ