ETV Bharat / bharat

କୃଷି ଆଇନ ବିରୋଧରେ ପଶ୍ଚିମବଙ୍ଗ ବିଧାନସଭାରେ ସଂକଳ୍ପ ପତ୍ର ପାରିତ - ପଶ୍ଚିମବଙ୍ଗ ବିଧାନସଭା

ପଶ୍ଚିମବଙ୍ଗ ବିଧାନସଭା ଅଧିବେଶରେ କେନ୍ଦ୍ର ସରକାରଙ୍କ ତିନୋଟି କୃଷି ଆଇନ ବିରୋଧରେ ପାରିତ ହୋଇଛି ସଂକଳ୍ପପତ୍ର । ଅଧିକ ପଢନ୍ତୁ...

କୃଷି ଆଇନ ବିରୋଧରେ ପଶ୍ଚିମବଙ୍ଗ ବିଧାନସଭାରେ ପାରିତ ହେଲା ସଂକଳ୍ପ ପତ୍ର

author img

By

Published : Jan 28, 2021, 6:33 PM IST

କୋଲକାତା: ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନକୁ ବାକି ରହିଛି ଅଳ୍ପ କେଇମାସ । ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଓ ମୋଦି ସରକାରଙ୍କ ମଧ୍ୟରେ ଦେଖିବାକୁ ମିଳୁଛି କଡା ଟକ୍କର । ଏହାରି ମଧ୍ୟରେ ପଶ୍ଚିମବଙ୍ଗ ବିଧାନସଭା ଅଧିବେଶରେ କେନ୍ଦ୍ର ସରକାରଙ୍କ ତିନୋଟି କୃଷି ଆଇନ ବିରୋଧରେ ପାରିତ ହୋଇଛି ସଂକଳ୍ପପତ୍ର । ଏହାସହ ଏହି ଆଇନକୁ ତୁରନ୍ତ ପ୍ରତ୍ୟାହାର ପାଇଁ ଦାବି କରାଯାଇଛି ।

କୃଷି ଆଇନ ବିରୋଧରେ ପଶ୍ଚିମବଙ୍ଗ ବିଧାନସଭାରେ ମନ୍ତ୍ରୀ ପାର୍ଥ ଚାଟାର୍ଜୀଙ୍କ ଦ୍ବାରା ଏହି ସଙ୍କଳ୍ପପତ୍ର ପାରିତ ହୋଇଛି । ଏହି ସଂକଳ୍ପ ପତ୍ର ପାରିତ ଅବସରରେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ କହିଛନ୍ତି, କୃଷି ଆଇନକୁ କେନ୍ଦ୍ର ପ୍ରତ୍ୟାହାର କରୁ ବୋଲି ଦାବି କରିଛନ୍ତି ମମତା ।

ପଶ୍ଚିମବଙ୍ଗ ବିଧାନସଭାରେ ପାରିତ ସଂକଳ୍ପ ପତ୍ରକୁ ସମର୍ଥନ ଜଣାଇଛନ୍ତି ସିପିଆଇଏମ ଓ କଂଗ୍ରେସ । ମୁଖ୍ୟମନ୍ତ୍ରୀ କହିଛନ୍ତି, ଆମେ କୃଷି ଆଇନର ବିରୋଧ କରୁଛୁ । ଆମେ ଏହାର ପ୍ରତ୍ୟାହାର ଦାବି କରୁଛୁ । ଏହାସହ ଆଗରୁ ଯେମିତି ଚାଷୀଙ୍କ ପାଇଁ କୃଷି ଋଣ ଛାଡ ସହିତ ସେମାନଙ୍କ ଆଗଭଳି ସୁବିଧା ସହଯୋଗ ଦିଆଯାଉ ବୋଲି କହିଛନ୍ତି ମମତା ।

ସେପଟେ ପଶ୍ଚିମବଙ୍ଗ ବିଧାନସଭାରେ ଦୁଇ ଦିନିଆ ଅଧିବେଶନରେ କୃଷି ଆଇନ ବିରୋଧରେ ପାରିତ ସଂକଳ୍ପ ପତ୍ରର ଅତ୍ୟନ୍ତ ନିନ୍ଦନୀୟ ବୋଲି କହିଛନ୍ତି ପଶ୍ଚିମବଙ୍ଗ ବିଜେପି ରାଜ୍ୟ ସଭାପତି ଦିଲ୍ଲୀପ ଘୋଷ । ସେ କହିଛନ୍ତି ରାଜ୍ୟପାଳଙ୍କୁ ନିମନ୍ତ୍ରଣ କରାଯାଇ ନାହିଁ । ଟିଏମସି ଗଣତନ୍ତ୍ରରେ ବିଶ୍ୱାସ କରେ ନାହିଁ | ଏଭଳି ଦଳ ଆମ ଗଣତନ୍ତ୍ର ପାଇଁ ବିପଦଜନ ବୋଲି ପ୍ରତିକ୍ରିୟା ଦେଇଛନ୍ତି ଘୋଷ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.