ETV Bharat / bharat

ବାଜିଲା ବିଗୁଲ, ଭବାନୀପୁରରେ ଭାଗ୍ୟ ନିର୍ଦ୍ଧାରଣ କରିବେ ଦିଦି

author img

By

Published : Sep 5, 2021, 8:34 PM IST

ଭବାନୀପୁର ଆସନରେ ଭାଗ୍ୟନିର୍ଦ୍ଧାରଣ କରିବେ ଦିଦି । ୩୦ ସେପ୍ଟେମ୍ବର ମତଦାନ ହେବାକୁ ଥିବାବେଳେ ୩ ଅକ୍ଟୋବରରେ ଫଳାଫଳ ଘୋଷଣା କରାଯିବ । ଅଧିକ ପଢନ୍ତୁ...

ବାଜିଲା ବିଗୁଲ, ଭବାନୀପୁରରେ ଭାଗ୍ୟନିର୍ଦ୍ଧାରଣ କରିବେ ଦିଦି

କୋଲକାତା: ଭବାନୀପୁର ଆସନରୁ ଉପନିର୍ବାଚନ ଲଢିବାକୁ ଯାଉଛନ୍ତି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ । ନନ୍ଦିଗ୍ରାମରେ ଶୁଭେନ୍ଦୁ ଅଧିକାରୀଙ୍କ ଠାରୁ ହାରିବା ପରେ ଭବାନୀପୁର ଆସନରେ ଭାଗ୍ୟ ନିର୍ଦ୍ଧାରଣ କରିବେ ଦିଦି । ୩୦ ସେପ୍ଟେମ୍ବର ମତଦାନ ହେବାକୁ ଥିବାବେଳେ ୩ ଅକ୍ଟୋବରରେ ଫଳାଫଳ ଘୋଷଣା କରାଯିବ ।

  • The All India Trinamool Congress (AITC) is pleased to announce the following list of candidates for polls/by-poll scheduled in 3 assembly constituencies on 30th September 2021 in the state of West Bengal. pic.twitter.com/KdShB8gJqv

    — All India Trinamool Congress (@AITCofficial) September 5, 2021 " class="align-text-top noRightClick twitterSection" data=" ">

ଭବାନୀପୁର ସମେତ ୩୦ ସେପ୍ଟେମ୍ବରରେ ସମଶେରଗଞ୍ଜ, ଜଙ୍ଗୀପୁର ବିଧାନସଭା ଆସନରେ ମତଦାନ ହେବ । କାରଣ ଏହି ଦୁଇଟି ଆସନରେ ପ୍ରାର୍ଥୀଙ୍କ ମୃତ୍ୟୁ ପରେ ନିର୍ବାଚନ ଘୁଞ୍ଚାଇ ଦିଆଯାଇଥିଲା । ତୃଣମୂଳ କଂଗ୍ରେସ ପକ୍ଷରୁ ସମଶେରଗଞ୍ଜ ଆସନରୁ ଅମିରୁଲ ଇସଲାମ ମୈଦାନକୁ ଓହ୍ଲାଇବେ । ସେହିପରି ଜଙ୍ଗୀପୁର ସିଟ୍‌ରୁ ଜାକିର ହୁସୈନଙ୍କ ପ୍ରାର୍ଥୀ କରିବ ଟିଏମସି ।

ସୂଚନା ଅନୁଯାୟୀ, ଉପନିର୍ବାଚନ ପାଇଁ ୧୩ ସେପ୍ଟେମ୍ବର ପ୍ରାର୍ଥୀପତ୍ର ଦାଖଲର ଶେଷ ତାରିଖ ରହିଛି । ସେହିପରି ୧୬ ସେପ୍ଟେମ୍ବର ସୁଦ୍ଧା ନିଜ ନାମାଙ୍କନପତ୍ର ପ୍ରତ୍ୟାହାର କରିପାରିବେ ପ୍ରାର୍ଥୀ । ଏହାପରେ ୩୦ ସେପ୍ଟେମ୍ବରରେ ମତଦାନ ହୋଇ ୩ ଅକ୍ଟୋବରରେ ଫଳାଫଳ ଘୋଷଣା କରାଯିବ ।

ଭବାନୀପୁରରୁ ମମତାଙ୍କ ଉପନିର୍ବାଚନ ଲଢିବା ଏକ ପ୍ରକାର ସ୍ଥିର ହୋଇସାରିଥିଲା । ନନ୍ଦିଗ୍ରାମରୁ ନିର୍ବାଚନ ହାରିବା ପରେ ବାନାର୍ଜୀ ଖୋଦ ଭବାନୀପୁରରୁ ଉପନିର୍ବାଚନ ଲଢିବେ ବୋଲି ଘୋଷଣା କରିଥିଲେ । ଏବେ ଦଳ ପକ୍ଷରୁ ଏହା ଉପରେ ମୋହର ମରାଯାଇଛି ।

ଅନ୍ୟପକ୍ଷେ ବିଜେପି ଓ କଂଗ୍ରେସ ନିଜ ନିଜର ପ୍ରାର୍ଥୀ ଏଯାଏଁ ଘୋଷଣା କରିନାହାଁନ୍ତି । ବିଜେପି ପକ୍ଷରୁ ପ୍ରାର୍ଥୀ ସ୍ଥିର ପାଇଁ ଦଳୀୟ ବୈଠକ ହୋଇଥିଲା । ବିଜେପି ତଥାଗତ ରାୟ ରୁଦ୍ରନିଲ ଘୋଷଙ୍କ ମମତାଙ୍କ ବିରୋଧରେ ମୈଦାନକୁ ଓହ୍ଲାଇପାରେ ବୋଲି ଅନୁମାନ କରାଯାଉଛି । ହେଲେ ବର୍ତ୍ତମାନ ପର୍ଯ୍ୟନ୍ତ କୌଣସି ନାଁ ସ୍ଥିର ହୋଇପାରିନି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.