ETV Bharat / bharat

ଗୌହାଟୀରେ ପହଞ୍ଚିଲେ ଗୃହମନ୍ତ୍ରୀ, ଚତୁର୍ଥ ପରିବର୍ତ୍ତନ ଯାତ୍ରାକୁ ପତାକା ଦେଖାଇବେ ଶାହ

ପଶ୍ଚିମବଙ୍ଗ ଓ ଆସାମରେ ଆଗକୁ ଅଛି ବିଧାନସଭା ନିର୍ବାଚନ । କେନ୍ଦ୍ର ଗୃହମନ୍ତ୍ରୀ ତଥା ବିଜେପି ନେତା ଅମିତ ଶାହ ଗୁରୁବାର ସକାଳେ ଗୌହାଟୀରେ ପହଞ୍ଚିଛନ୍ତି । ଆସାମର ଚିରାଙ୍ଗ ଜିଲ୍ଲାସ୍ଥିତ ଗ୍ରେଟର କୋଚ ବେହେରା ପିପୁଲ୍ସ ଆସୋସିଏସନ୍ (ଜିସିପିଏ) ର ମୁଖ୍ୟ କୋଚ-ରାଜବୋଙ୍ଗସିର ମହାରାଜ ଅନନ୍ତ ରାୟଙ୍କ ସହ ଅମିତ ଶାହ ଭେଟିବେ ବୋଲି ଆଶା କରାଯାଉଛି । ଅଧିକ ପଢନ୍ତୁ...

author img

By

Published : Feb 11, 2021, 8:38 AM IST

Updated : Feb 12, 2021, 7:17 AM IST

ଗୌହାଟି ପହଞ୍ଚିଲେ ଗୃହମନ୍ତ୍ରୀ
ଗୌହାଟି ପହଞ୍ଚିଲେ ଗୃହମନ୍ତ୍ରୀ

ଗୌହାଟୀ: ପଶ୍ଚିମବଙ୍ଗ ଓ ଆସାମରେ ଆଗକୁ ଅଛି ବିଧାନସଭା ନିର୍ବାଚନ । ଏହାକୁ ଦୃଷ୍ଟିରେ ରଖି ବିଭିନ୍ନ ରାଜନୈତିକ ଦଳ ନିଜର ରଣନୀତି ଆରମ୍ଭ କଲେଣି । କେନ୍ଦ୍ର ଗୃହମନ୍ତ୍ରୀ ତଥା ବିଜେପି ନେତା ଅମିତ ଶାହ ଗୁରୁବାର ସକାଳେ ଗୌହାଟୀରେ ପହଞ୍ଚିଛନ୍ତି । ଆସାମର ଚିରାଙ୍ଗ ଜିଲ୍ଲାସ୍ଥିତ ଗ୍ରେଟର କୋଚ ବେହେରା ପିପୁଲ୍ସ ଆସୋସିଏସନ୍ (ଜିସିପିଏ) ର ମୁଖ୍ୟ କୋଚ-ରାଜବୋଙ୍ଗସିର ମହାରାଜ ଅନନ୍ତ ରାୟଙ୍କ ସହ ଅମିତ ଶାହ ଭେଟିବେ ବୋଲି ଆଶା କରାଯାଉଛି।

ଏହା ପରେ ସେ ପଶ୍ଚିମବଙ୍ଗର କୋଚ ବେହେରା ଠାରୁ ବିଜେପିର ଚତୁର୍ଥ 'ପରିବର୍ତ୍ତନ ଯାତ୍ରା'କୁ ପତାକା ଦେଖାଇବେ ବୋଲି ସୂଚନା ଦେଇଛନ୍ତି ଅମିତ ଶାହ । ସେ ଟ୍ବିଟ ଜରିଆରେ କହିଛନ୍ତି ଯେ, ‘ଆସନ୍ତାକାଲି ପଶ୍ଚିମବଙ୍ଗ ବିଜେପିର ଚତୁର୍ଥ ପରିବର୍ତ୍ତନ ଯାତ୍ରୀଙ୍କୁ କୋଚ ବେହେରାରୁ ପତାକା ଉତ୍ତୋଳନ କରିବା ସହ ଠାକୁରନଗରରେ ଏକ ଜନସମାବେଶ ଆଯୋଜିତ ହେବ।’

ଏହାପରେ ଶାହା ପଶ୍ଚିମବଙ୍ଗର ଠାକୁରନଗରରେ ଥିବା ଶ୍ରୀ ଶ୍ରୀ ହରିଚନ୍ଦ ଠାକୁର ମନ୍ଦିର ଦର୍ଶନ କରିବେ। ସୂଚନା ଥାଉକି ଚଳିତ ବର୍ଷ ପଶ୍ଚିମବଙ୍ଗ ଏବଂ ଆସାମରେ ବିଧାନସଭା ନିର୍ବାଚନ ହେବାକୁ ଯାଉଛି । ଏହାକୁ ଦୃଷ୍ଟିରେ ରଖି ଆସାମ ଏବଂ ପଶ୍ଚିମବଙ୍ଗରେ ରାଜନୈତିକ କାର୍ଯ୍ୟକଳାପ ବୃଦ୍ଧି ପାଇଛି । ବରିଷ୍ଠ ନେତାମାନେ ନିୟମିତ ଭାବେ ରାଜ୍ୟ ଗସ୍ତ କରୁଛନ୍ତି। ଫେବୃଆରୀ 7 ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଉଭୟ ରାଜ୍ୟ ଗସ୍ତ କରି ସେଠାରେ ଅନେକ ବିକାଶମୂଳକ ପ୍ରକଳ୍ପ ଆରମ୍ଭ କରିଥିଲେ।

@ANI

Last Updated : Feb 12, 2021, 7:17 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.