ETV Bharat / bharat

ଏଥର ଦଶହରାରେ ଦୁର୍ଗାଙ୍କ ରୂପରେ ପୂଜା ପାଇବେ ଦିଦି

ଚଳିତବର୍ଷ କୋଲକାତାର ଏକ ମଣ୍ଡପରେ ମା ଦୁର୍ଗାଙ୍କୁ ମମତା ବାନାର୍ଜୀଙ୍କ ରୂପ ଦେଇଛନ୍ତି ମୂର୍ତ୍ତି କାରିଗର । ଅଧିକ ପଢନ୍ତୁ ...

ଦଶହରାରେ ମା ଦୁର୍ଗାଙ୍କ ରୂପେ ପୂଜା ପାଇବେ ମମତା ବାନାର୍ଜୀ

author img

By

Published : Sep 30, 2021, 1:54 PM IST

କୋଲକାତା: ଆସୁଛି ଦୁର୍ଗା ପୂଜା । ଏନେଇ କୋଲକାତାରେ ଚାଲିଛି ଜୋରଦାର ପ୍ରସ୍ତୁତି । ମା'ଙ୍କ ମୂର୍ତ୍ତିକୁ କାରିଗର ବିଭିନ୍ନ ସ୍ପର୍ଶ ଦେଇ ତିଆରି କରୁଥିବା ବେଳେ ବିଭିନ୍ନ ସ୍ଥାନରେ ମା'ଙ୍କୁ ଭିନ୍ନ ଭିନ୍ନ ରୂପରେ ପୂଜା କରିବା ପାଇଁ ପ୍ରସ୍ତୁତି ଜାରି ରହିଛି । ତେବେ ଚଳିତ ବର୍ଷ ଦୁର୍ଗା ପୂଜାରେ ମା'ଙ୍କ ମୂର୍ତ୍ତିକୁ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ରୂପ ଦିଆଯାଇଛି । ଏହାକୁ ତିଆରି କରିଛନ୍ତି କୋଲକାତାର ହୁଗୁଳି ମୂର୍ତ୍ତି କାରିଗରମାନେ ।

ତେବେ ମୂର୍ତ୍ତିରେ ମମତାଙ୍କର ୧୦ଟି ହାତ କରାଯାଇଥିବା ବେଳେ ୧୦ଟି ହାତ ୧୦ଟି ସରକାରୀ ଯୋଜନାକୁ ପ୍ରତିନିଧିତ୍ବ କରୁଛି ବୋଲି କହିଛନ୍ତି ମୂର୍ତ୍ତି କାରିଗର । ଏପର୍ଯ୍ୟନ୍ତ ମୂର୍ତ୍ତି କାର୍ଯ୍ୟ ଶେଷ ହୋଇନାହିଁ । ମୂର୍ତ୍ତିକାର୍ଯ୍ୟ ଶେଷ ହେବା ପରେ ମମତାଙ୍କ ରୂପରେ ମା' ପୂଜା ପାଇବେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.