ETV Bharat / bharat

ପଶ୍ଚିମବଙ୍ଗରେ ତେଲୁଗୁ ଭାଷାକୁ ମିଳିଲା ସରକାରୀ ଭାଷା ମାନ୍ୟତା

ବିଧାନସଭା ନିର୍ବାଚନ ପୂର୍ବରୁ ତେଲୁଗୁକୁ ସରକାରୀ ଭାଷା(ଅଫିସିଆଲ) ମାନ୍ୟତା । ଆଗାମୀ ନିର୍ବାଚନରେ ତେଲୁଗୁ ଭୋଟ ପାଇଁ ସରକାର ଏଭଳି ନିଷ୍ପତ୍ତି ନେଇଥିବା ଚର୍ଚ୍ଚା ହେଉଛି । ଅଧିକ ପଢନ୍ତୁ...

author img

By

Published : Dec 23, 2020, 8:28 AM IST

ପଶ୍ଚିମବଙ୍ଗରେ ତେଲୁଗୁ ଭାଷାକୁ ସରକାରୀ ଭାଷାର ମାନ୍ୟତା

କୋଲକାତା: ବିଧାନସଭା ନିର୍ବାଚନ ପୂର୍ବରୁ ତେଲୁଗୁକୁ ସରକାରୀ ଭାଷା(ଅଫିସିଆଲ) ମାନ୍ୟତା । ମଙ୍ଗଳବାର ରାଜ୍ୟ କ୍ୟାବିନେଟ ବୈଠକରେ ଏହି ଗୁରୁତ୍ବପୂର୍ଣ୍ଣ ପଦକ୍ଷେପ ନିଆଯାଇଛି । ପଶ୍ଚିମବଙ୍ଗରେ ତେଲୁଗୁ ଭାଷାକୁ ଅଫିସିଆଲ ଭାଷା କରିବାକୁ ଦୀର୍ଘଦିନରୁ ଦାବି ହୋଇଆସୁଥିଲା । ଆଗାମୀ ନିର୍ବାଚନରେ ତେଲୁଗୁ ଭୋଟ ପାଇଁ ସରକାର ଏଭଳି ନିଷ୍ପତ୍ତି ନେଇଥିବା ଚର୍ଚ୍ଚା ହେଉଛି ।

ରାଜ୍ୟ ଶିକ୍ଷା ମନ୍ତ୍ରୀ ପାର୍ଥ ଚାଟାର୍ଜୀଙ୍କ ଅନୁସାରେ, ତେଲୁଗୁ ଭାଷାକୁ ଅଧିକାରୀ ଭାଷା ଦାବି ନେଇ ଖଡଗପୁର ବିଧାୟକ ପ୍ରଦୀପ ସରକାରଙ୍କ ନେତୃତ୍ବରେ ତେଲୁଗୁ ଭାଷାର ଏକ ପ୍ରତିନିଧିମଣ୍ଡଳୀ ମୁଖ୍ୟମନ୍ତ୍ରୀ ମମତାଙ୍କୁ ଭେଟିଥିଲେ । କ୍ୟାବିନେଟରେ ବୈଠକରେ ଏହି ଦାବି ଏହାକୁ ମଞ୍ଜୁର କରାଯାଇଛି । ଖଡଗପୁରରେ ବହୁ ସଂଖ୍ୟାରେ ତେଲୁଗୁ ଲୋକେ ଏହାକୁ ଡିମାଣ୍ଡ କରୁଥିଲେ ।

ଏହାପୂର୍ବରୁ ବଙ୍ଗାଳୀ ଏବଂ ଇଂରାଜୀ ବ୍ୟତୀତ ନେପାଳୀ, ଉର୍ଦ୍ଦୁ, ସନ୍ଥାଲି, ହିନ୍ଦୀ, ଓଡିଆ, ପଞ୍ଜାବୀ, ରାଜବାନ୍ସି, କାମାଟାପୁରୀ, କୁର୍ମାଲି ଏବଂ କୁରୁଖକୁ ରାଜ୍ୟର ସରକାରୀ ଭାଷା ଭାବରେ ଘୋଷଣା କରାଯାଇଥିଲା। ଏହା ସହିତ ତେଲୁଗୁ ସମ୍ପ୍ରଦାୟକୁ ଭାଷା-ସଂଖ୍ୟାଲଘୁ ମାନ୍ୟତା ପ୍ରଦାନ ପ୍ରସ୍ତାବ ଗ୍ରହଣ କରାଯାଇଛି।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.