ETV Bharat / bharat

ଦିଲ୍ଲୀରେ ହଟିଲା ସାପ୍ତାହିକ କର୍ଫ୍ୟୁ: ଜାରି ରହିବ ନାଇଟ୍ କର୍ଫ୍ୟୁ, ବିବାହ ଭୋଜିରେ ସାମିଲ ହେବେ ୨୦୦ ଲୋକ - ଦିଲ୍ଲୀରେ ହଟିଲା ଓ୍ବିକେଣ୍ଡ କର୍ଫ୍ୟୁ

କୋଭିଡ ମାମଲାକୁ ନଜରରେ ରଖି ଦିଲ୍ଲୀରେ ସାପ୍ତାହିକ କର୍ଫ୍ୟୁ, ଅଡ-ଇଭେନ କାରଣରୁ ଦୋକାନ ଖୋଲିବାକୁ ଥିବା ପ୍ରତିବନ୍ଧକକୁ ହଟାଇ ଦିଆଯାଇଛି । ଅଧିକ ପଢନ୍ତୁ

ଦିଲ୍ଲୀରେ ହଟିଲା ଓ୍ବିକେଣ୍ଡ କର୍ଫ୍ୟୁ
ଦିଲ୍ଲୀରେ ହଟିଲା ଓ୍ବିକେଣ୍ଡ କର୍ଫ୍ୟୁ
author img

By

Published : Jan 27, 2022, 10:26 PM IST

ନୂଆଦିଲ୍ଲୀ: କୋଭିଡ ମାମଲାକୁ ନଜରରେ ରଖି ଦିଲ୍ଲୀ ଡିଜାଷ୍ଟର ମ୍ୟାନେଜମେଣ୍ଟ ଅଥୋରିଟି(DDMA)ର ଚାଲିଥିବା ବୈଠକ ଶେଷ ହୋଇଯାଇଛି । ମିଳିଥିବା ଖବର ମୁତାବକ ସାପ୍ତାହିକ କର୍ଫ୍ୟୁ, ଅଡ-ଇଭେନ କାରଣରୁ ଦୋକାନ ଖୋଲିବାକୁ ଥିବା ପ୍ରତିବନ୍ଧକକୁ ହଟାଇ ଦିଆଯାଇଛି ।

କିନ୍ତୁ ଏହି ସମୟରେ ନାଇଟ କର୍ଫ୍ୟୁ ପୂର୍ବଭଳି ଜାରି ରହିବ । ଏଥିସହିତ ବିବାହ ଭୋଜି ଆଦି ସମାରୋହରେ ୨୦୦ ଲୋକଙ୍କୁ ସାମିଲ ହେବାକୁ ଅନୁମତି ଦିଆଯାଇଛି । ଏହା ବ୍ୟତୀତ ସିନେମା ହଲ ୫୦ ପ୍ରତିଶତ ଲୋକଙ୍କୁ ନେଇ ଚାଲିବାକୁ ଅନୁମତି ଦିଆଯାଇଛି । ଶିକ୍ଷାନୁଷ୍ଠାନ ଏବଂ ସ୍କୁଲ ଆଦି ବନ୍ଦ ରହିବ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.