ETV Bharat / bharat

ବିନା ଅନୁମତିରେ ଷ୍ଟେସନ ଛାଡ଼ି ପାରିବେନି ପୋଲିସ କର୍ମୀ, ଲାଇଭ୍ ଲୋକେସମନ ସେୟାର କରିବେ

author img

By

Published : Jan 8, 2023, 6:26 PM IST

ଦିଲ୍ଲୀର ସୁଲତାନପୁରୀର କଞ୍ଝାୱାଲାରେ ଅଞ୍ଜଳିକୁ କାର ଧକ୍କା ଦେଇ ୧୨ କିମି ଯାଏଁ ଘୋଷାଡିବା ମାମଲା । (Kanjhawala case) । ହିଟ ଆଣ୍ଡ ଡ୍ରାଗ କେସ (hit and dragged case) ଘଟଣା ପରେ ସଜାଗ ହୋଇଛି ପୋଲିସ । ଅଧିକ ପଢନ୍ତୁ

Kanjhawala Case
Kanjhawala Case

ନୂଆଦିଲ୍ଲୀ: ଦିଲ୍ଲୀ ସୁଲତାପୁରୀର କାଞ୍ଝାୱାଲା ହିଟ୍‌ ଆଣ୍ଡ୍‌ ଡ୍ରାଗ୍‌ (hit and dragged case) ଘଟଣା ପରେ ସଜାଗ ହୋଇଛି ପୋଲିସ । ନୂଆବର୍ଷରେ ରାଜଧାନୀରେ ୨୦ ବର୍ଷିୟା ଅଞ୍ଜଳିକୁ କାର ଧକ୍କା ଦେବା ସହ ୧୨ କିଲୋମିଟର ପର୍ଯ୍ୟନ୍ତ ଘୋଷାଡି ନେବା ପରେ ଦିଲ୍ଲୀ ପୋଲିସ ଏକ ନୂଆ ନିୟମ ପ୍ରଣୟନ କରିଛି । ରାତି ଡ୍ୟୁଟିରେ ଥିବାବେଳେ ସମସ୍ତ ଇନ୍ସପେକ୍ଟର ସ୍ତରର ଅଧିକାରୀଙ୍କୁ ସେମାନଙ୍କର ଲାଇଭ୍ ଲୋକେସମନ ସେୟାର କରିବାକୁ ନିର୍ଦ୍ଦେଶ ଦିଆଯାଇଛି ।

ସମସ୍ତ ଷ୍ଟେସନ ହାଉସ ଅଫିସର(SHO), ଆତଙ୍କବାଦୀ ବିରୋଧୀ ଅଧିକାରୀ (ଏଟିଓ) ଏବଂ ଇନ୍ସପେକ୍ଟର ଅଫ୍ ଇନଭେଷ୍ଟିଗେସନ୍ (Bravo)କୁ ମଧ୍ୟ ପୋଲିସ ଷ୍ଟେସନ ଛାଡିବା ପୂର୍ବରୁ ଡେପୁଟି କମିଶନର (ଡିସିପି)କୁ ଜଣାଇବାକୁ ନିର୍ଦ୍ଦେଶ ଦିଆଯାଇଛି ।

"SHO (Station House Officer), ଏଟିଓ (Anti Terrrorism Officer), ଇନ୍ସପେକ୍ଟର ଅଫ୍ ଇନଭେଷ୍ଟିଗେସନ ଆଫିସର ସେମାନଙ୍କର ଲାଇଭ୍ ଲୋକେସମନକୁ ଆଫିସିଆଲ ଆକାଉଣ୍ଟରେ ସେୟାର କରିବେ । ରାତି ୧୨ଟାରୁ ସକାଳ ୪ଟା ପର୍ଯ୍ୟନ୍ତ ସେମାନଙ୍କୁ ଲାଇଭ୍ ଲୋକେସନ ଅପଡେଟ୍ କରିବାକୁ ପଡିବ । କୌଣସି ପୋଲିସ୍ କର୍ମଚାରୀ DCPଙ୍କ (Deputy Commissioner of Police) ଅନୁମତି ବିନା ପୋଲିସ ଷ୍ଟେସନ ଛାଡି ପାରିବେ ନାହିଁ ବୋଲି ନିର୍ଦ୍ଦେଶରେ କୁହାଯାଇଛି ।

ସୁଲତାନପୁରୀ ଘଟଣାରେ ପୋଲିସ ସମସ୍ତ ପ୍ରମାଣ ସଂଗ୍ରହରେ କରୁଛି । ଯାହାର ଆଧାରରେ କୋର୍ଟରେ ଏକ ଚାର୍ଜସିଟ୍ ଦାଖଲ କରାଯାଇପାରିବ ଏବଂ ଅଭିଯୁକ୍ତଙ୍କୁ କଠୋର ଦଣ୍ଡ ଦିଆଯାଇପାରିବ । DNA ପରୀକ୍ଷା ପାଇଁ FSL ଟିମ୍ ଛଅ ଜଣ ଅଭିଯୁକ୍ତଙ୍କ ରକ୍ତ ଏବଂ କେଶ ନମୁନା ନେଇଛି । ୩୧ ଡିସେମ୍ବର ରାତିରେ ଏହି ଘଟଣାରେ ଧରାପଡିଥିବା ୭ ଜଣ ଅଭିଯୁକ୍ତ ଗିରଫ କରି ଅଧିକ ଖୋଳତାଡ କରୁଛି ପୋଲିସ ।

ଅଞ୍ଜଲିଙ୍କ ପୋଷ୍ଟମର୍ଟମ ରିପୋର୍ଟ ଅନୁଯାୟୀ ତାଙ୍କ ଦେହରେ ୪୦ଟି ସ୍ଥାନରେ ଆଘାତ ହୋଇଥିବା ଜଣାପଡିଛି । ରିପୋର୍ଟ ଅନୁଯାୟୀ, ପୀଡିତାଙ୍କ ଖପୁରୀରେ ଗଭୀର ଆଘାତ ଲାଗିଥିଲା । ପୀଡିତାଙ୍କ ଫୁସଫୁସ ହାଡ ଭାଙ୍ଗି ଯାଇଥିଲା । ଆଣ୍ଠୁ, ଆଖି, କପାଳ , ମେରୁଦଣ୍ଡ, ଏବଂ ନାକରେ ଗଭୀର ଆଘାତ ଲାଗିଥିବାରୁ ଯୁବତୀଙ୍କ ମୃତ୍ୟୁ ହୋଇଥିବା ସୂଚନା ରହିଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.