ETV Bharat / bharat

Saree with gold: ଚାହିଦାରେ ତେଲେଙ୍ଗାନା ବୁଣାକାରଙ୍କ ଶାଢୀ, ମୂଲ୍ୟ 1.80 ଲକ୍ଷ - ହ୍ୟାଣ୍ଡଲୁମ ଶାଢୀ

ଚର୍ଚ୍ଚାରେ ତେଲେଙ୍ଗାନା ବୁଣାକାରଙ୍କ ଶାଢୀ । ଶାଢୀରେ ସୁନା, ରୂପା ଲାଗିଥିବା ବେଳେ ଏହାର ମୂଲ୍ୟ ରହିଛି 1 ଲକ୍ଷ 80 ହଜାର ଟଙ୍କା । ଅଧିକ ପଢନ୍ତୁ

Etv Bharat
Etv Bharat
author img

By

Published : Aug 6, 2023, 5:26 PM IST

ହାଇଦ୍ରାବାଦ: ଶାଢୀରେ ଲାଗିଛି ମୂଲ୍ୟବାନ ପଦାର୍ଥ ସୁନା ଓ ରୂପା । ଏମିତି ଏକ ବୁଣା କାରିଗରୀ ଦେଖାଇଛନ୍ତି ତେଲେଙ୍ଗାନା ରଜନ୍ନା-ସିରିସିଲ୍ଲ ଜିଲ୍ଲାର ବୁଣା କାରିଗର ନାଲା ବିଜୟ । ଯିଏକି ଶାଢ଼ୀରେ 20 ଗ୍ରାମ ସୁନା ଓ 20 ଗ୍ରାମ ରୂପା ବୁଣିଛନ୍ତି । ଏହି ଶାଢୀର ମୂଲ୍ୟ 1 ଲକ୍ଷ 80 ହଜାର ଟଙ୍କା ଥିବା ବେଳେ ଏହାକୁ କିଣିଛନ୍ତି ହାଇଦ୍ରାବାଦର ଜଣେ ବ୍ୟବସାୟୀ । ଏହି ବ୍ୟବସାୟୀ ଜଣକ ନିଜ ଝିଅର ବିବାହ ଉତ୍ସବ ଲାଗି ଏହି ବହୁ ମୂଲ୍ୟର ଶାଢୀ କିଣିଥିବା କହିଛନ୍ତି ।

ଶାଢୀର ସ୍ବତନ୍ତ୍ରତା:- ଏହି ଶାଢୀର ଚଉଡା 48 ଇଞ୍ଚ ହୋଇଥିବା ବେଳେ ଲମ୍ବ ସାଢେ ଫୁଟ ରହିଛି । ଏହି ଶାଢୀର ଓଜନ ପ୍ରାୟ 500 ଗ୍ରାମ ରହିଛି । ତେବେ ରଜନ୍ନା-ସିରିସିଲ୍ଲା ଜିଲ୍ଲାର ବୁଣାକାର ନାଲା ବିଜୟ ଏହି ଶାଢୀରେ ନିଜ କାରିଗରି ମାଧ୍ୟମରେ ଖଞ୍ଜିଛନ୍ତି 20 ଗ୍ରାମ ଲେଖାଏଁ ସୁନା ଓ ରୂପା । ଏହି ଶାଢୀ ବୁଣିବା ଲାଗି ତାଙ୍କୁ ପ୍ରାୟ 1 ମାସ ସମୟ ଲାଗିଥିବା ସେ କହିଛନ୍ତି । ହାଇଦ୍ରାବାଦର ଜଣେ ଶିଳ୍ପପତି ଏହାକୁ 1 ଲକ୍ଷ 80 ହଜାର ଟଙ୍କାରେ କିଣିଥିବା ଜଣାପଡ଼ିଛି ।

ଏହା ବି ପଢନ୍ତୁ- ତେଲେଙ୍ଗାନା ବୁଣାକାରଙ୍କ କମାଲ, ତିଆରି କଲେ ସୁଗନ୍ଧମୟ ଶାଢୀ

ବୁଣାକାର ନାଲା ବିଜୟ ଅକ୍କିନେନି ଫାଉଣ୍ଡେସନ ପକ୍ଷରୁ ଚେନେଟା କଳାରତ୍ନ ଆୱାର୍ଡ ମଧ୍ୟ ପାଇଛନ୍ତି । ତେବେ ଗ୍ରାହକଙ୍କୁ ଏହି ସ୍ବତନ୍ତ୍ର ଧରଣର ଶାଢୀ ପଠାଇବା ପୂର୍ବରୁ ଏକ ସାମ୍ବାଦିକ ସମ୍ମିଳନୀର ଆୟୋଜନ କରିଥିଲେ ନାଲା । ଏଠାରେ ସେ ଶାଢ଼ୀକୁ ନେଇ ବିସ୍ତୃତ ସୂଚନା ଦେଇଥିଲେ । ସୂଚନା ଥାଉ କି ନାଲାଙ୍କ ପିତା ମଧ୍ୟ ଜଣେ ପ୍ରସିଦ୍ଧ ବୁଣାକାର ଥିଲେ । ସେ ଏପରି ଏକ ଶାଢ଼ୀ ବୁଣିଥିଲେ, ଯାହାକି ଏକ ଦିଆସିଲି କାଠି ମଧ୍ୟରେ ଅତି ସହଜରେ ରହିପାରିବ । ନିଜ ପିତାଙ୍କଠାରୁ ନାଲା ବିଜୟ ପ୍ରେରିତ ହୋଇ କୌଳିକ ବୃତ୍ତି ଜାରି ରଖିଥିବା ବେଳେ ଏପରି ଆଖି ଲାଖିଯିବା ଭଳି ଶାଢୀ ବୁଣିଛନ୍ତି । ଏହା ପୂର୍ବରୁ ନାଲା ଏକ ସୁଗନ୍ଧିତ ଶାଢୀ ମଧ୍ୟ ବୁଣିଥିଲେ । ଏହାକୁ ବୁଣିବା ଲାଗି ତାଙ୍କୁ ଲାଗିଥିଲା 4 ଦିନ । ଶାଢୀ ବୁଣିବା ପୂର୍ବରୁ ଏହାକୁ ସେ 27ଟି ଜଡିବୁଟିରେ ବୁଡାଇ ରଖିଥିଲେ ।

ଭାରତ ବିବିଧତା ମଧ୍ୟରେ ନିଜର ଭିନ୍ନ ସଂସ୍କୃତି ଓ ପରମ୍ପରାକୁ ନେଇ ବିଶ୍ବ ଦରବାରରେ ପରିଚିତ । ଦେଶର ଗୋଟିଏ ଗୋଟିଏ ରାଜ୍ୟ ମିନି-ଇଣ୍ଡିଆ ପରି ଲାଗେ । କାରଣ ସବୁ ସ୍ଥାନରେ ସମସ୍ତ ଭାଷାଭାଷୀ ଲୋକେ ଶାନ୍ତିର ସହିତ ବାସ କରନ୍ତି । ଏହାରି ମଧ୍ୟରେ ପ୍ରତିଟି ରାଜ୍ୟର କିଛି ସ୍ବତନ୍ତ୍ରତା ରହିଛି । ଖାଦ୍ୟ, ପାନୀୟ, ଶସ୍ୟ, ଅଳଙ୍କାର, ହସ୍ତତନ୍ତ ଆଦି ଅନେକ ନିର୍ଦ୍ଦିଷ୍ଟ କ୍ଷେତ୍ରକୁ ନେଇ ରାଜ୍ୟଗୁଡ଼ିକର ସ୍ବତନ୍ତ୍ର ପରିଚୟ ରହିଛି । ବିଶେଷ କରି ପ୍ରତିଟି ରାଜ୍ୟରେ ସେମାନଙ୍କ ନିଜସ୍ବ ପାରମ୍ପରିକ ବେଶଭୂଷା ରହିଛି । ଓଡ଼ିଶାର ପ୍ରସିଦ୍ଧ ସମ୍ବଲପୁରୀ ଶାଢ଼ୀ ଜଣେ ଓଡ଼ିଆ ଭାବେ ରାଜ୍ୟ ବାହାରେ ପରିଚିତ କରାଉଥିବା ବେଳେ ହାଇଦ୍ରାବାଦରେ ମଧ୍ୟ ପୋଞ୍ଚାମପଲ୍ଲୀ ପାଟଶାଢୀ ରହିଛି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.