ETV Bharat / bharat

Weather Update: 96ରୁ 120 ଘଣ୍ଟା ମଧ୍ୟରେ ଲଘୁଚାପ କ୍ଷେତ୍ର ! କ୍ରମଶଃ ସ୍ପଷ୍ଟ ହେବ ବାତ୍ୟାର ଚିତ୍ର

author img

By

Published : May 3, 2022, 5:58 PM IST

ଆସନ୍ତା 6ତାରିଖରେ ଉତ୍ତର ଆଣ୍ଡାମାନ ସାଗର ଅଞ୍ଚଳରେ ସୃଷ୍ଟି ହେବ ଲଘୁଚାପ କ୍ଷେତ୍ର । କ୍ରମଶଃ ସ୍ପଷ୍ଟ ହେବ ବାତ୍ୟାର ଚିତ୍ର । ଅଧିକ ପଢନ୍ତୁ

weather update: 6ରେ ସୃଷ୍ଟି ହେବ ଲଘୁଚାପ କ୍ଷେତ୍ର ! କ୍ରମଶଃ ସ୍ପଷ୍ଟ ହେବ ବାତ୍ୟାର ଚିତ୍ର

ନୂଆଦିଲ୍ଲୀ: ବଙ୍ଗୋପସାଗରେ ସମ୍ଭାବ୍ୟ ବାତ୍ୟାକୁ ନେଇ ଆଶଙ୍କା କ୍ରମଶଃ ଘନୀଭୂତ ହେବାର ଲାଗିଛି । ତେବେ ଭାରତୀୟ ପାଣିପାଗ ବିଭାଗ (IMD) ପକ୍ଷରୁ ମିଳିଥିବା ସଦ୍ୟତମ ସୂଚନା ଅନୁସାରେ, ଆସନ୍ତାକାଲି (4 ତାରିଖ) ରେ ଦକ୍ଷିଣ ଆଣ୍ଡାମାନ ସାଗରୀୟ ଅଞ୍ଚଳରେ ଏକ ଘୁର୍ଣ୍ଣିବଳୟ କ୍ଷେତ୍ର (cyclonic circulation) ସୃଷ୍ଟି ହେବ । ଯାହା ଫଳରେ ଏହା ଆସନ୍ତା 48 ଘଣ୍ଟା ମଧ୍ୟରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି କରିବା ପାଇଁ ଅନୁକୂଳ ବାତାବରଣ ସୃଷ୍ଟି କରିବ । ଫଳରେ 6 ତାରିଖରେ ଉକ୍ତ କ୍ଷେତ୍ରରେ ଏକ ଲଘୁଚାପ କ୍ଷେତ୍ର ଦାନା ବାନ୍ଧିବା ନେଇ ପାଣିପାଗ କେନ୍ଦ୍ର ପୂର୍ବାନୂମାନ କରିଛି ।

  • A cyclonic circulation is likely to form over South Andaman Sea and neighbourhood around 04th May. Under its influence, a Low Pressure Area is likely to form over the same region around 06th May. It is likely become more marked during subsequent 24 hours.

    — India Meteorological Department (@Indiametdept) May 3, 2022 " class="align-text-top noRightClick twitterSection" data=" ">

ସ୍ବାଭାବିକ ପ୍ରକ୍ରିୟା ଅନୁସାରେ ସୃଷ୍ଟ ଲଘୁଚାପ କ୍ରମଶଃ ଅବପାତ, ଗଭୀର ଅବପାତ ଓ ପରେ ସାମୁଦ୍ରିକ ଝଡରେ ପରିଣତ ହେବା ସହ ଉତ୍ତର ଓ ଉତ୍ତର-ପଶ୍ଚିମ ଦିଗରେ ଗତି କରିବା ଆରମ୍ଭ କରିବ ବୋଲି ପ୍ରାଥମିକ ମଡେଲ ଆଧାରରେ ପୂର୍ବାନୁମାନ କରାଯାଉଛି । ତେବେ ଲଘୁଚାପ କ୍ଷେତ୍ର କେତେ ଶକ୍ତିଶାଳୀ ହେବ ଓ ତାହା ବାତ୍ୟାର ଋପ ନେବ କି ନାହିଁ ତାହା ବର୍ତ୍ତମାନ ସୁଦ୍ଧା ଆକଳନ କରାଯାଇ ପାରିନାହିଁ । ତେବେ 6 ତାରିଖରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇ ସାରିବା ପରେ ଏହାର ଗତିପଥ ଓ ପ୍ରଭାବ ସ୍ପଷ୍ଟ ହେବା ସହ ସମ୍ଭାବ୍ୟ ବାତ୍ୟାର ଋପ ମଧ୍ୟ କ୍ରମଶଃ ସ୍ପଷ୍ଟ ହେବ ବୋଲି ପାଣିପାଗ ବିଭାଗର ଏକାଧିକ ମଡେଲ କହୁଛି ।

ଅନ୍ୟପଟେ ମେ’ ମାସରେ ସୃଷ୍ଟ ଲଘୁଚାପ ଶକ୍ତିଶାଳୀ ବାତ୍ୟାରେ ପରିଣତ ହେବା ପାଇଁ ସମସ୍ତ ଅନୁକୂଳ ଅବସ୍ଥା ମଧ୍ୟ ପାଇଥାଏ । ବିଗତ ବର୍ଷମାନଙ୍କରେ ମଧ୍ୟ ଏହି ସମୟରେ ପୂର୍ବ ଉପକୂଳ ବାତ୍ୟାର ସମ୍ମୁଖୀନ ହୋଇଛି । ତେଣୁ ସେହି ଦୃଷ୍ଟିକୋଣରୁ ବାତ୍ୟାର ଭୟ ମଧ୍ୟ ଘନୀଭୂତ ହେବାରେ ଲାଗିଛି । ଏପର୍ଯ୍ୟନ୍ତ ବାତ୍ୟା ନେଇ କୌଣସି ପୂର୍ବାନୂମାନ ପ୍ରକାଶ ପାଇନଥିବା ବେଳେ ଲଘୁଚାପ ପ୍ରଭାବରେ 6 ତାରିଖରୁ ଦକ୍ଷିଣ ଆଣ୍ଡାମାନ ସାଗର ଅଞ୍ଚଳରେ ବର୍ଷା ସହ ପବନ ବହିବା ଆରମ୍ଭ କରିବ ବୋଲି ଆକଳନରେ ପ୍ରକାଶ କରିଛି ପାଣିପାଗ ବିଭାଗ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.