ETV Bharat / bharat

ବିମାନରେ ବାଧ୍ୟତାମୂଳକ ନୁହେଁ ମାସ୍କ

author img

By

Published : Nov 16, 2022, 10:26 PM IST

ଏଣିକି ବିମାନ ଯାତ୍ରା ସମୟରେ ବାଧ୍ୟତାମୂଳକ ହେବନି ଫେସ ମାସ୍କ ପିରଧାନ (masks not mandatory in flights) । କେବଳ ପରାମର୍ଶ ଦେଇପାରିବ ବିମାନ କମ୍ପାନୀ । ଆଦାୟ କରାଯାଇ ପାରିବନାହିଁ ଫାଇନ । ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟ ଜାରି କଲା ନିର୍ଦ୍ଦେଶ । ଅଧିକ ପଢନ୍ତୁ

ବିମାନରେ ବାଧ୍ୟତାମୂଳକ ନୁହେଁ ମାସ୍କ
ବିମାନରେ ବାଧ୍ୟତାମୂଳକ ନୁହେଁ ମାସ୍କ

ନୂଆଦିଲ୍ଲୀ: ଏବେ ବିମାନ ଯାତ୍ରା ସମୟରେ ବାଧ୍ୟତାମୂଳକ ହେବନି ଫେସମାସ୍କ ପିରଧାନ (masks not mandatory in flights) । ବର୍ତ୍ତମାନ ଦେଶରେ କୋଭିଡ ସଂକ୍ରମଣ ସ୍ଥିତିକୁ ସମୀକ୍ଷା କରିବା ପରେ ଏପରି କୋହଳ ନିଷ୍ପତ୍ତି ଗ୍ରହଣ କରିଛି ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟ । ବିମାନ ଯାତ୍ରା ବେଳେ ମାସ୍କ ପରିଧାନ କିମ୍ବା ଚେକିଂ ବାଧ୍ୟତାମୂଳକ ରହିବ ନାହିଁ । କେବଳ ଏହା ପରାମର୍ଶ ଭାବେ ଲାଗୁ କରାଯାଇପାରେ ବୋଲି ମନ୍ତ୍ରଣାଳୟ ସ୍ପଷ୍ଟ କରିଛି (Ministry of Civil Aviation)।

ନୂତନ ନିୟମ ସମ୍ପର୍କରେ ସୂଚନା ଦେଇ ମନ୍ତ୍ରଣାଳୟ ଏହା ମଧ୍ୟ ସ୍ପଷ୍ଟ କରିଛି ଯେ, ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ସହଯୋଗରେ ବର୍ତ୍ତମାନର ଦେଶରେ କୋଭିଡ ସ୍ଥିତି ସମୀକ୍ଷା ପରେ ଏପରି ନିଷ୍ପତ୍ତି ଗ୍ରହଣ କରାଯାଇଛି । ତେବେ ବିମାନ ବନ୍ଦରର ପରିସର କିମ୍ବା ବିମାନ ମଧ୍ୟରେ ଯାତ୍ରୀଙ୍କ ସୁରକ୍ଷା କାରଣରୁ ଫେସମାସ୍କ ପିନ୍ଧିବା ଉଚିତ ବୋଲି ଘୋଷଣା କିମ୍ବା ପରାମର୍ଶ ଦିଆଯାଇପାରେ । କିନ୍ତୁ ଏହାକୁ ନିର୍ଦ୍ଦେଶ ବା ବାଧ୍ୟତାମୂଳକ ଭାବେ କାର୍ଯ୍ୟକାରୀ ହେବ ନାହିଁ । ସେହିପରି ମାସ୍କ ନପିନ୍ଧିଲେ ମଧ୍ୟ ଆର୍ଥିକ ଜୋରିମାନା ମଧ୍ୟ ଆଦାୟ କରାଯାଇ ପାରିବନାହିଁ । ବିମାନ ଯାତ୍ରୀ ଅବସ୍ଥା ଦେଇ ସ୍ବଇଚ୍ଛାରେ ମାସ୍କ ପିନ୍ଧିବା କିମ୍ବା ନପିନ୍ଧିବା ନେଇ ସ୍ଥିର କରିପାରିବେ ।

ଏହା ପୂର୍ବରୁ ଅକ୍ଟୋବର 20 ତାରିଖରେ ଦିଲ୍ଲୀ ସରକାର ମାସ୍କ ପରିଧାନକୁ ବାଧ୍ୟତାମୂଳକ ଶ୍ରେଣୀରୁ ଉଠାଇ ଦେଇଥିଲେ । ସର୍ବସାଧାରଣ ସ୍ଥାନରେ ଫେସମାସ୍କ ନପିନ୍ଧିଲେ କୌଣସି ଜୋରିମାନା ଆଦାୟ କରାଯାଇ ପାରିବନାହିଁ ବୋଲି ଦିଲ୍ଲୀ ସରକାର ନିର୍ଦ୍ଦେଶରେ ସ୍ପଷ୍ଟ କରିଥିଲେ । କିନ୍ତୁ ଅନ୍ୟପକ୍ଷେ ସର୍ବସାଧାରଣ ତଥା ଜନ ଗହଳିପୂର୍ଣ୍ଣ ସ୍ଥାନରେ ଫେସମାସ୍କ ପିନ୍ଧିବା ନେଇ ସରକାର କେବଳ ପରାମର୍ଶ ଜାରି କରିଥିଲେ । ପୂର୍ବରୁ ଦିଲ୍ଲୀରେ ସର୍ବସାଧାରଣ ସ୍ଥାନରେ ଫେସମାସ୍କ ନପିନ୍ଧିଲେ 5ଶହ ଟଙ୍କାର ଫାଇନ ଆଦାୟର ବ୍ୟବସ୍ଥା ରହିଥିଲା ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.