ETV Bharat / bharat

ଲେଉଟିଲାଣି ମହାମାରୀ, ଦିଲ୍ଲୀରେ ମାସ୍କ ବାଧ୍ୟତାମୂଳକ

author img

By

Published : Apr 20, 2022, 1:41 PM IST

Updated : Apr 20, 2022, 2:01 PM IST

ଦିଲ୍ଲୀର ସାର୍ବଜନିନ ସ୍ଥାନରେ ମାସ୍କ ବାଧ୍ୟତାମୂଳକ କରାଯାଇଛି । ନିୟମ ନମାନିଲେ 500ଟଙ୍କା ଜରିମାନା ଦେବାକୁ ପଡିବା ବୋଲି ନିର୍ଦ୍ଦେଶ ହୋଇଛି । ଅଧିକ ପଢନ୍ତୁ

ଦିଲ୍ଲୀରେ ମାସ୍କ ବାଧ୍ୟତାମୂଳକ
ଦିଲ୍ଲୀରେ ମାସ୍କ ବାଧ୍ୟତାମୂଳକ

ନୂଆଦିଲ୍ଲୀ: ପୁଣି କଡ ଲେଉଟାଇଲାଣି ମହାମାରୀ । ବଢିଲାଣି ଦୈନିକ ସଂକ୍ରମଣ ମାମଲା । ରାଜଧାନୀ ଦିଲ୍ଲୀରେ ସଂକ୍ରମିତଙ୍କ ସଂଖ୍ୟା ଦ୍ରୁତ ଗତିରେ ବଢିବାକୁ ଲାଗିଲାଣି । ଏହାକୁ ଦୃଷ୍ଟିରେ ରଖି ଡିଡିଏମଏ ବୈଠକରେ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି । ଦିଲ୍ଲୀର ସାର୍ବଜନିନ ସ୍ଥାନରେ ମାସ୍କ ବାଧ୍ୟତାମୂଳକ କରାଯାଇଛି । ନିୟମ ନମାନିଲେ 500ଟଙ୍କା ଜରିମାନା ଦେବାକୁ ପଡିବ ବୋଲି ନିର୍ଦ୍ଦେଶ ହୋଇଛି । ବର୍ତ୍ତମାନ ସ୍ଥିତିରେ ସ୍କୁଲ କଲେଜ ବନ୍ଦ ହେବା ନେଇ କୌଣସି ସୂଚନା ନାହିଁ ।

କୋରୋନା ମାମଲା ବଢିବା ନେଇ ଦିଲ୍ଲୀ ବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷ ଆଜି ଏକ ଗୁରୁତ୍ବପୂର୍ଣ୍ଣ ବୈଠକ କରିଥିଲେ । ସଂକ୍ରମଣ ରୋକ ଲଗାଇବା ନେଇ ମାସ୍କ ବାଧ୍ୟତାମୂଳକ ହୋଇଛି । ସାର୍ବଜନିନ ସ୍ଥାନରେ ମାସ୍କ ନ ପିନ୍ଧିଲେ 500 ଟଙ୍କା ଜରିମାନା ଦେବାକୁ ପଡିବ ବୋଲି ନିଷ୍ପତ୍ତି ହୋଇଛି । ଏହା ସହିତ ଅଧିକରୁ ଅଧିକ ଟେଷ୍ଟିଂ କରିବା ଉପରେ ଗୁରୁତ୍ବ ଦିଆଯାଇଛି । ଯେଉଁମାନଙ୍କ ଟୀକାକରଣ ହୋଇନାହିଁ ତୁରନ୍ତ ଭ୍ୟାକ୍ସିନ ନେବା ଉପରେ ଫୋକସ ଦିଆଯାଇଛି । ପରବର୍ତ୍ତୀ ସମୟରେ ସ୍ଥିତି ସମୀକ୍ଷା କରାଯାଇ ସ୍କୁଲ କଲେଜ ବନ୍ଧ ହେବା ନେଇ ନିଷ୍ପତ୍ତି ନିଆଯିବ । ବର୍ତ୍ତମାନ କେବେଳ ସତର୍କତା ଅବଲମ୍ବନ କରିବାକୁ ନିର୍ଦ୍ଦେଶ ହୋଇଛି ।

ଡିଡିଏମଏର ଗୁରୁତ୍ବପୂର୍ଣ୍ଣ ବୈଠକରେ କୋରୋନା ସ୍ଥିତି ସମୀକ୍ଷା କରାଯାଇଛି । ଉପରାଜ୍ୟପାଳ ଅନିଲ ବୌଜଲଙ୍କ ଅଧକ୍ଷତାରେ ଭର୍ଚୁଆଲ ଜରିଆରେ ଏହି ବୈଠକ ଅନୁଷ୍ଠିତ ହୋଇଛି । ବୈଠକରେ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ, ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆ ଓ ସ୍ବାସ୍ଥ୍ୟମନ୍ତ୍ରୀ ସତ୍ୟେନ୍ଦ୍ର ଜୈନ ପ୍ରମୁଖ ଯୋଗ ଦେଇଥିଲେ । ଗତ 24 ଘଣ୍ଟାରେ ଦିଲ୍ଲୀରେ 632 ନୂଆ ମାମଲା ଚିହ୍ନଟ ହୋଇଛନ୍ତି । 4.42 ପ୍ରତିଶତ ରହିଛି ସଂକ୍ରମିତ ହାର । ସକ୍ରିୟ ମାମଲା ସଂଖ୍ୟା 1947ରେ ପହଞ୍ଚିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Apr 20, 2022, 2:01 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.